First Election Of India: ଦେଶର ପ୍ରଥମ ମତଦାନ ବେଳେ କିଏ ଥିଲେ ମୁଖ୍ୟ ପୁରୋଧା? କିଏ ଥିଲେ ପ୍ରଥମ ଷ୍ଟାର ପ୍ରଚାରକ

Fri, 12 Apr 2024-7:13 pm,

୧୯୪୭ ଅଗଷ୍ଟ ୧୫ ରେ ଦେଶ ସ୍ୱାଧୀନ ପରେ ୨୬ ଜାନୁଆରୀ ୧୯୫୦ ରେ ଭାରତ ଗଣତନ୍ତ୍ର ଭାବେ ବିବେଚିତ ହୋଇଥିଲା। ଏହାପରେ ୧୯୫୧ ରେ ପ୍ରଥମ ଭୋଟ ଦେଇଥିଲା ଭାରତ । ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଥୀରେ ଆରମ୍ଭ ହୋଇଥିଲା। ସେତେବେଳେ ହିମାଚଳ ପ୍ରଦେଶର ଜଣେ ବୃଦ୍ଧ ବ୍ୟକ୍ତି ଯାହାଙ୍କ ନାଁ ଥିଲା ଶ୍ୟାମଶରଣ ନେଗି ହିମାଚଳରେ ପ୍ରଥମ ଭୋଟ ଦେଇଥିଲେ। ଏହି ନିର୍ବାଚନରେ ସବୁଠାରୁ ବଡ଼ ପ୍ରଚାରକ ଭାବେ ମୈଦାନକୁ ଓହ୍ଲାଇଥିଲେ ଜବାହାର ଲାଲ ନେହେରୁ । ଅନ୍ୟପଟେ ମୌଲାନା ଅବଦ୍ଦୁଲ କଲାମ ଆଜାଦ ଉତ୍ତର ପ୍ରଦେଶର ରାମପୁର ସିଟ୍ ରୁ ବିଜୟ ହାସଲ କରିଥିଲେ। ଶ୍ୟାମା ପ୍ରସାଦ ମୂଖାର୍ଜୀ ସେତେବେଳେର କଲିକତାର ଦକ୍ଷିଣ-ପୂର୍ବରୁ ଜିତି ଲୋକସଭାରେ ସ୍ଥାନ ପାଇଥିଲେ। ଡ. ଭୀମରାଓ ଆମ୍ବେଦକର ଓ କ୍ରିପାଲନୀ ଙ୍କ ପରି ବରିଷ୍ଠ ମୈଦାନରେ ହିଁ ଫେଲ୍ ମାରିଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link