କ’ଣ ପାଇଁ ୟୁରୋପୀୟ ରାଷ୍ଟ୍ରମାନେ ମୁସଲମାନଙ୍କୁ ଶରଣ ଦେବାକୁ ଅମଙ୍ଗ ହେଉଛନ୍ତି ?

Fri, 22 Dec 2023-7:13 pm,

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ କହୁଛନ୍ତି ଯେ ୟୁରୋପରେ ଇସଲାମ ପାଇଁ କୌଣସି ସ୍ଥାନ ନାହିଁ। ୟୁରୋପ ଏବଂ ଇସଲାମର ସଂସ୍କୃତି ପରସ୍ପର ସହିତ ଆଦୌ ମେଳ ଖାଆନ୍ତି ନାହିଁ । ଆମର ସଭ୍ୟତା ସେମାନଙ୍କ ସହିତ ମେଳ ଖାଉ ନାହିଁ । ୟୁରୋପରେ ଇସଲାମର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ ଚାଲିଛି। ଭିଡିଓରେ ସେ ସାଉଦି ଆରବର ନାମ ନେଇ କହିଛନ୍ତି ଯେ ଏହି ଦେଶ ଇଟାଲୀରେ ଇସଲାମିକ ସାଂସ୍କୃତିକ କେନ୍ଦ୍ରଗୁଡିକୁ ଅର୍ଥ ପ୍ରଦାନ କରୁଛି। ସାଉଦିରେ ଶାରିଆ ନିୟମ ପ୍ରଯୁଜ୍ୟ । ସେ କହିଛନ୍ତି, ଶାରିଆର ଅର୍ଥ ହେଉଛି ଧର୍ମତ୍ୟାଗ ଏବଂ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତ୍ୟୁଦଣ୍ଡ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link