Shocking Video: ନାଚୁଥିବା ବେଳେ ଜେନେରଟରରେ ଫସିଗଲେ ମହିଳା, ମୁଣ୍ଡ କଟିଯିବାରୁ ମୃତ୍ୟୁ
ରାଜସ୍ଥାନର ବାରମେର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜେନେରେଟରରେ ଫସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଜେନେରେଟର ନିକଟରେ ମହିଳା ଜଣକ ଡ୍ୟାନ୍ସ କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ଗାଁର ଅନ୍ୟ ଲୋକଙ୍କ ସହ ମିଶି ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ବିସର୍ଜନ ପାଇଁ ପୋଖରୀକୁ ନେଉଥିଲେ। ଏହାପରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସେଠାରେ ଚିତ୍କାର ଶୁଣିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ମହିଳା ଜଣକ କୁଣ୍ଡଲ ଗ୍ରାମର ବାସିନ୍ଦା ଏବଂ ତାଙ୍କ ନାମ ମାଫି ଦେବୀ। ଜନ୍ମାଷ୍ଟମୀ ଅବସରରେ ମାଫି ଦେବୀ ଗାଁର ଅନ୍ୟ ମହିଳାଙ୍କ ସହ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ବିସର୍ଜନ ପାଇଁ ପୋଖରୀକୁ ଯାଉଥିଲେ। ଏହି ସମୟରେ ମହିଳାମାନେ ଗୀତର ତାଳରେ ନୃତ୍ୟ କରୁଥିଲେ। ନୃତ୍ୟ କରୁଥିବା ବେଳେ ମାଫି ଦେବୀଙ୍କୁ ଜେନେରେଟର ଧକ୍କା ଦେଇଥିଲା। ଏହା ଭିତରେ ଫସି ତାଙ୍କ ମୁଣ୍ଡ କଟିଯିବାରୁ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ସମୟର ଭିଡିଓ ଭାଇରାଲ ହୋଇଛି।