Vijay Divas:ଡିସେମ୍ବର ୧୬,ଯେଉଁଦିନ ଭାରତ ସମ୍ମୁଖରେ ଆତ୍ମସମର୍ପଣ କରିଥିଲା ପାକିସ୍ତାନ,ଜନ୍ମ ହୋଇଥିଲା ବାଂଲାଦେଶ
୧୯୪୭ରେ ବ୍ରିଟେନ ଭାରତୀୟ ଉପମହାଦେଶର ବିଭାଜନ କରିଥିଲା । ଏହି ବିଭାଜନରୁ ଜନ୍ମ ନେଇଥିଲା ଦୁଇଟି ଦେଶ । ଭାରତ ଓ ପାକିସ୍ତାନ । ଧର୍ମ ଆଧାରରେ ସୃଷ୍ଟି ହୋଇଥିବା ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ଥିଲା । ବର୍ତ୍ତମାନର ବାଂଲାଦେଶ ସେତେବେଳେ ପୂର୍ବ ପାକିସ୍ତାନ ଭାବେ ପରିଚିତ ଥିଲା । କିନ୍ତୁ ପାକିସ୍ତାନ ସୃଷ୍ଟିର ମାତ୍ର ୨୪ ବର୍ଷ ପରେ ଏହା ଦୁଇ ଭା
Vijay Divas:
୧୯୪୭ରେ ବ୍ରିଟେନ ଭାରତୀୟ ଉପମହାଦେଶର ବିଭାଜନ କରିଥିଲା । ଏହି ବିଭାଜନରୁ ଜନ୍ମ ନେଇଥିଲା ଦୁଇଟି ଦେଶ । ଭାରତ ଓ ପାକିସ୍ତାନ । ଧର୍ମ ଆଧାରରେ ସୃଷ୍ଟି ହୋଇଥିବା ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ଥିଲା । ବର୍ତ୍ତମାନର ବାଂଲାଦେଶ ସେତେବେଳେ ପୂର୍ବ ପାକିସ୍ତାନ ଭାବେ ପରିଚିତ ଥିଲା । କିନ୍ତୁ ପାକିସ୍ତାନ ସୃଷ୍ଟିର ମାତ୍ର ୨୪ ବର୍ଷ ପରେ ଏହା ଦୁଇ ଭାଗରେ ବିଭକ୍ତ ହୋଇଥିଲା । କାରଣ ଥିଲା 24 ବର୍ଷ ଧରି ପୂର୍ବ ପାକିସ୍ତାନର ଶୋଷଣ । ପଶ୍ଚିମ ପାକିସ୍ତାନର ଶାସନ ଉପରେ ନିୟନ୍ତ୍ରଣ ଥିଲା । ସେମାନେ ବଂଗାଳୀ ମୁସଲିମଙ୍କୁ ନିମ୍ନସ୍ତରୀୟ ବୋଲି ବିଚାର କରୁଥିଲା । ବଂଗଳା ଭାଷା ଓ ବଂଗାଳୀ ସେମାନଙ୍କ ପାଇଁ ଦ୍ୱିତୀୟ ଶ୍ରେଶୀର ନାଗରିକ ଥିଲେ । ଯାହା ବିରୋଧରେ ପୂର୍ବ ପାକିସ୍ତାନରେ ବିରୋଧ ହୋଇଥିଲା । ପୂର୍ବ ପାକିସ୍ତାନ ନିଜ ଅଧିକାର ପାଇଁ ଲଢିଥିଲା । ଏହାସହିତ ବଂଗଳାରେ ପାକିସ୍ତାନର ଅତ୍ୟାଚର ବଢିଥିଲା । ଫଳରେ ଲକ୍ଷାଧିକ ଶରଣାର୍ଥୀ ଭାରତକୁ ପ୍ରବେଶ କରିଥିଲେ । ଭାରତ ଉପରେ ଏହାର ଅର୍ଥନୈତିକ ବୋଝ ପଡିଥିଲା । ଶେଷରେ ବାଧ୍ୟ ହୋଇ ଭାରତ ସରକାର ପୂର୍ବ ପାକିସ୍ତାନର ସ୍ୱାଧିନତା ସଂଗ୍ରାମୀଙ୍କୁ ସାହାଯ୍ୟ କରିଥିଲା । ମୁକ୍ତିଯୁଦ୍ଧରୁ ଜନ୍ମ ନେଇଥିଲା ବାଂଲାଦେଶ । ଡିସେମ୍ବର ୧୬ ୧୯୭୧ରେ ପୃଥିବୀ ମାନଚିତ୍ରରେ ଆଉ ଗୋଟିଏ ଦେଶ ଯୋଡ଼ି ହୋଇଥିଲା । ବାଂଲାଦେଶର ସୃଷ୍ଟି ୧୩ ଦିନିଆ ସେହି ଯୁଦ୍ଧରୁ ହୋଇଥିଲା ଯାହାକୁ ଏବେବି ପାକିସ୍ତାନ ଭୁଲିବାକୁ ଚାହେଁ ।
୧୩ ଦିନିଆ ଯୁଦ୍ଧର ଆରମ୍ଭ
ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ 3 ଡିସେମ୍ବର 1971 ରେ କଲିକତାରେ ଏକ ସାଧାରଣ ସଭାରେ ଭାଷଣ ଦେଇଥିଲେ। ତା’ପରେ ଅପରାହ୍ନ 5.40 ସମୟରେ ପାକିସ୍ତାନୀ ବାୟୁସେନା ଭାରତୀୟ ବାୟୁସେନା ସୀମା ପାର କରି ଶ୍ରୀନଗର, ପଠାନକୋଟ, ଅମୃତସର, ଯୋଧପୁର ଏବଂ ଆଗ୍ରା ସାମରିକ ବେସ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଭାରତୀୟ ସୀମା ଭିତରେ ପାକ୍ ବାୟୁସେନା ବ୍ୟାପକ ବୋମା ମାଡ଼ କରିଥିଲା । ଏହାର ଜବାବରେ ଭାରତୀୟ ସେନା ଆକ୍ରମଣ ଆରମ୍ଭ କରିଥିଲା। ଏହି ସମୟରେ ଭାରତୀୟ ବାୟୁସେନା ପୂର୍ବ ପାକିସ୍ଥାନର ସ୍ୱାଧୀନତା ସଂଗ୍ରାମରେ ସିଧାସଳଖ ଜଡିତ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟରାତ୍ରିରେ ଅଲ ଇଣ୍ଡିଆ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ।
ଭାରତ 4 ଡିସେମ୍ବର 1971 ରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଯାହାର ନାମ ଥିଲା ଅପରେସନ୍ ଟ୍ରାଇଡେଣ୍ଟ୍ । ଏଥିରେ ଭାରତୀୟ ବୁଡ଼ାଜାହାଜ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅପରେସନ୍ ଟ୍ରାଇଡେଣ୍ଟ ଅଧୀନରେ ଭାରତୀୟ ନୌସେନା କରାଚି ସ୍ଥିତ ନୌସେନା ଘାଟି ଉପରେ ଆକ୍ରମଣ କରିଥିଲା। କରାଚୀରେ ଥିବା ସେନାର ଗୋଳାବାରୁଦ ଭଣ୍ଡାରକୁ ଭାରତୀୟ ବାୟୁସେନା ନଷ୍ଟ କରିଦେଇଥିଲା । ପାକିସ୍ତାନର ତେଲ ଟାଙ୍କି ନଷ୍ଟ ହୋଇଯାଇଥିଲା। ଏହି ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ ପାକିସ୍ତାନର କରାଚି ବନ୍ଦରରେ ଅନେକ ଦିନ ଧରି ନିଆଁ ଲାଗି ରହିଥିଲା। ନିଆଁ ଏତେ ଶକ୍ତିଶାଳୀ ଥିଲା ଯେ 60 କିଲୋମିଟର ଦୂରରୁ ମଧ୍ୟ ତାକୁ ଖାଲି ଆଖିରେ ଦେଖି ହେଉଥିଲା ।
ଏଇମିତି ପଣ୍ଡ ହୋଇଥିଲା ପାକିସ୍ତାନୀ ଯୋଜନା
ସ୍ୱତନ୍ତ୍ର ବାଂଲାଦେଶ ଚାହୁଁଥିବା ବାଂଲା ମୁକ୍ତିବାହିନୀ ଭାରତୀୟ ସେନାକୁ ସାହାଯ୍ୟ କରିଥିଲେ । ସେମାନେ ଭାରତୀୟ ସେନାର ଗାଇଡ୍ ଥିଲେ । ଅନ୍ୟପକ୍ଷରେ ଭାରତୀୟ ସେନା ମୁକ୍ତିବାହିନୀକୁ ଟ୍ରେନିଂ ଦେବା ସହିତ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା । ମୁକ୍ତିବାହିନୀ ଓ ଭାରତୀୟ ସେନାର ଶଣ୍ଢୁଆସୀ ଆକ୍ରମଣରେ ପାକିସ୍ତାନୀ ସେନା ଅସ୍ତବ୍ୟସ୍ତ ହୋଇ ପଡିଥିଲା । ଏଥି ସହିତ ଲେଫ୍ଟନାଣ୍ଟ ଭବାନୀ ସିଂଙ୍କ ନେତୃତ୍ୱରେ ପାରା କମାଣ୍ଡୋ ବାଟାଲିୟନର ଦଳ ପାକିସ୍ତାନ ସହର ଉପରେ ଆକ୍ରମଣ କରିଥିଲା।
ଡିସେମ୍ବର 14 ରେ ଭାରତୀୟ ସେନା ଏହି ସୂଚନା ପାଇଥିଲା ଯେ ଢାକାସ୍ଥିତ ସରକାରୀ ଘରେ ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି। ଏହା ଜଣା ପଡିବା ମାତ୍ରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ସେହି ଘରକୁ ବୋମା ମାଡ଼ କରି ଉଡାଇ ଦେଇଥିଲା । ସେହି ବୈଠକରେ ପୂର୍ବ ପାକିସ୍ତାନରେ ପାକିସ୍ତାନୀ ସେନାର ନେତୃତ୍ୱ ନେଉଥିବା ଜେନେରାଲ ନିଆଜି ମଧ୍ୟ ଉପସ୍ଥିତ ଥିଲେ । ଜେନରାଲ ନିଆଜିଙ୍କୁ ସେଠାରୁ ପଳାୟନ କରିବାକୁ ପଡିଥିଲା । ଭାରତୀୟ ବାୟୁସେନା ଦ୍ୱାରା ହୋଇଥିବା ଏହି ଆକ୍ରମଣ ପାକିସ୍ତାନକୁ ଆଣ୍ଢେଇ ଦେଇଥିଲା ବୋଲି କୁହାଯାଏ । କାରଣ ଏହା ପାକ୍ ସେନାର ମନୋବଳକୁ ଭାଙ୍ଗି ଦେଇଥିଲା ।
ଶେଷରେ ଭାରତୀୟ ସେନାର ରଣନୀତି ଆଗରେ ପାକ୍ ସେନା ମୁଣ୍ଡ ନୁଆଁଇଥିଲା ।ପାକିସ୍ତାନୀ ଲେଫ୍ଟନାଣ୍ଟ ଜେନେରାଲ୍ ନିଆଜି 16 ଡିସେମ୍ବର 1971 ରେ ଆତ୍ମସମର୍ପଣ କାଗଜପତ୍ରରେ ଦସ୍ତଖତ କରିଥିଲେ। ଏହାକୁ ଏକ ଐତିହାସିକ ଯୁଦ୍ଧ ବୋଲି କୁହାଯାଏ । 16 ଡିସେମ୍ବର 1971 ରେ ପାକିସ୍ତାନ ଉପରେ ଭାରତର ବିଜୟ ଉତ୍ସବକୁ ବିଜୟ ଦିବସ ଭାବରେ ପାଳନ କରାଯାଏ । ଏହିଭଳି ଭାବେ ୧୩ ଦିନର ଯୁଦ୍ଧରୁ ଜନ୍ମ ନେଇଥିଲା ବାଂଲାଦେଶ ।