Cyclone Update: ବାତ୍ୟା ‘ମିଚାଉଙ୍ଗ’(Cyclone Miachaung)କୁ ନେଇ ଆଉ ଏକ ଅପଡେଟ୍ ଏବେ ଆସିଛି । ପାଣିପାଗ ବିଭାଗ (imd) ସୂଚନା ଅନୁଯାୟୀ,  ବଙ୍ଗୋପସାଗରରେ (bay of bengal) ଅବପାତ ସକ୍ରିୟ ରହିଛି । ଏବେ ଉତ୍ତର ଓ ପଶ୍ଚିମ ଦିଗରେ ଗତି କରୁଛି । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଆଗକୁ ବଢୁଛି ଡିପ୍ରେସନ୍ ( Depression) । ଆଜି ଗଭୀର ଅବପାତରେ ପରିଣତ ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବ । ଆସନ୍ତାକାଲି( ଡିସେମ୍ବର ୨)ରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ । ବାତ୍ୟାର ନାଁ ରହିବ ‘ମିଚାଉଙ୍ଗ’। ଏହି ବାତ୍ୟା ସୃଷ୍ଟି ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଜଣାପଡିଛି। 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Budh Vakri: ବୁଧଙ୍କ ଚଳନ ବଦଳାଇବ ଏହି ୪ ରାଶିଙ୍କ ଭାଗ୍ୟ, ଚାକିରିରେ ପଦୋନ୍ନତି ସାଙ୍ଗକୁ ମିଳିବ ବ୍ୟବସାୟରେ ଲାଭ


ତେବେ, ଏହା ୪ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ ଓ  ଏହାର ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ନିକଟରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ(IMD ) ଆକଳନ କରିଛି । ସେହିପରି ୫ ତାରିଖରେ ଏହି ବାତ୍ୟା ଲାଣ୍ଡଫଲ୍ କରିବ କରିବ ବୋଲି ସୂଚନା ମିଳିଛି (cyclone michaung to make landfall on dec 5) । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ମଛଲିପଟ୍ଟନମ୍ ମଧ୍ୟରେ ମଧ୍ୟାହ୍ମରେ ସ୍ଥଳଭାଗ ଅତିକ୍ରମ କରିବ । ଲାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୮୦ ରୁ ପାଖାପାଖି ୯୦ (80-90 kmph) କିଲୋମିଟର ରହିବାର ସମ୍ଭାବନା ରହିଛି। 


ତେବେ, ଏହି ସାମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଓଡି଼ଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre) ସତର୍କ ସୂଚନା ଜାରି କରିଛି । ଆଜି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆଜି ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆସନ୍ତାକାଲି ୫ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା କୋରାପୁଟ, ରାୟଗଡ଼ା,ମାଲକାନଗିରି, ଗଜପତି ଓ ଗଞ୍ଜାମ।  ସେହିପରି ୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଚଳିତ ବର୍ଷ ରାଜ୍ୟରେ ଶୀତ କମ୍ ହେବ। ଏଥର ରାଜ୍ୟରେ ଶୀତ ଋତୁରେ ସର୍ବନିମ୍ନ ବା ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ଥିବାରୁ, ଡିସେମ୍ବର ରୁ ଫେବୃଆରୀ ମଧ୍ୟରେ ଶୀତର ପ୍ରକୋପ କମ ରହିବା ସମ୍ଭାବନା ରହିଛି |