Heat Wave Alert: ଦିନ ୧୧ଟା ପରେ ଘରୁ ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶ, ଏହି ସବୁ ଜିଲ୍ଲାରୁ ଆଲର୍ଟ ଜାରି...
Heat Wave Alert: ୪୬.୫ ଡିଗ୍ରି ସହ ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ବଲାଙ୍ଗୀର(Balangiri), ସୋନପୁର ଓ ବରଗଡ଼ର ତାପମାତ୍ରା ୪୬ ଡିଗ୍ରି ପାର୍ କରିଛି। ଦିନ ୧୦ଟା ପାର୍ କରିବା ମାତ୍ରେ ଘରୁ ବାହାରେ ପାଦ ରଖିବା କାଠିକର ପାଠ ହୋଇପଡ଼ୁଛି।
Heat Wave Alert: ପଶ୍ଚିମ ଓଡ଼ିଶାରେ ଚିନ୍ତା ବଢ଼ାଇଛି ଗ୍ରୀଷ୍ମ ପ୍ରବାହ। ଗୋଟିଏ ପରେ ଗୋଟିଏ ଅଂଶୁଘାତ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ରୋଗୀଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାରଦ ୪୫ ଡିଗ୍ରି ଉପରେ ରହିଥିବା ବେଳେ ଶୁକ୍ରବାର ୪ ସହରର ତାପମାତ୍ରା ୪୬ ଡିଗ୍ରି ଅତିକ୍ରମ କରିଛି। ୪୬.୫ ଡିଗ୍ରି ସହ ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ବଲାଙ୍ଗୀର(Balangiri), ସୋନପୁର ଓ ବରଗଡ଼ର ତାପମାତ୍ରା ୪୬ ଡିଗ୍ରି ପାର୍ କରିଛି। ଦିନ ୧୦ଟା ପାର୍ କରିବା ମାତ୍ରେ ଘରୁ ବାହାରେ ପାଦ ରଖିବା କାଠିକର ପାଠ ହୋଇପଡ଼ୁଛି।
ଅଧିକାଂଶ ମୃତ୍ୟୁ ପିକ୍ ଆୱାର(ଦିନ ୧୧ଟାରୁ ୩ଟା)ରେ ହୋଇଥିବା ପ୍ରାରମ୍ଭିକତ ତଦନ୍ତରୁ ଜଣାପଡ଼ିଛି। ତେଣୁ ପିକ୍ ଆୱାର(Peak Hour)ରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ। ଶ୍ରୀ ସାହୁ କହିଛନ୍ତି ଯେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଏଭଳି ପରିସ୍ଥିତି ଲାଗି ରହିବ। ୧୯ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ।
ଶୁକ୍ରବାର ୪୫.୨ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତର ସହର ଭାବେ ରେକର୍ଡ କରାଯାଇଥିବା ବେଳେ। ଝାରସୁଗୁଡ଼ା ୪୪.୬, ହୀରାକୁଦ ୪୪.୫, ରାଉରକେଲା ୩୯.୪, ଗୋପାଳପୁର ୩୪.୫, ପୁରୀ ୩୪.୧, ଭୁବନେଶ୍ବର ଓ କେନ୍ଦୁଝର(Keonjhar) ୩୪ , ପାରାଦୀପ ୩୧.୮, ଚାନ୍ଦବାଲୀ ୩୨.୮ ଓ ବାଲେଶ୍ବର ୩୧ .୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା।
ଶନିବାର ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ବଲାଙ୍ଗୀର(Balangiri), କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର ରାତି ମଧ୍ୟ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ସେଭଳି ନୂଆପଡ଼ା(Nuapada), ଝାରସୁଗୁଡ଼ା, ବରଗଡ଼ ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ଶନିବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହୁଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି।