Cyclone Dana: ଘୂର୍ଣ୍ଣିବାତ୍ୟା ‘ଦାନା’ ନେଇ ନୂଆ ସୂଚନା ଜାରି କରିଛନ୍ତି ଭାରତ ପାଣିପାଗ ବିଭାଗ। ରାଜ୍ୟର ସବୁ ଜିଲ୍ଲା ନୁହେଁ ତିନୋଟି ଜିଲ୍ଲାରେ ବାତ୍ୟାବେଳେ ସର୍ବାଧିକ ବେଗରେ ପବନ ପ୍ରବାହିତ ହେବ। ଏହି ତିନି ଜିଲ୍ଲା ହେଉଛନ୍ତି କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ। ଏହିହେତୁ ଏସବୁ ଜିଲ୍ଲାରେ  ସର୍ବାଧିକ କ୍ଷତି ହୋଇପାରେ। ଏହି ତିନି ଜିଲ୍ଲା ତଳକୁ ସବୁଠରୁ ଅଧିକ ପ୍ରଭାବିତ ଜିଲ୍ଲା ହେଉଛି ମୟୁରଭଞ୍ଜ।


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ବାତ୍ୟା ‘ଦାନା’ ବେଳେ ଘଣ୍ଟାପ୍ରତି ସର୍ବାଧିକ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ପ୍ରଭାବିତ ହେବ। କିନ୍ତୁ ଏହା ସମଗ୍ର ଉପକୂଳ ଓଡ଼ିଶା ନୁହେଁ, ବରଂ କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ହୋଇପାରେ। ଠିକ୍‍ ସେହିପରି ମୟୁରଭଞ୍ଜରେ ପବନର ବେଗ ୮୦ରୁ ୯୦ କିଲୋମିଟର ରହିପାରେ। ଯାଜପୁର, କଟକ, ଜଗତସିଂହପୁର, ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି  ୬୦ରୁ ୮୦ କିଲୋମିଟର ରହିପାରେ ବୋଲି ଏକ ଗ୍ରଫିକ୍ସ ଯୋଗେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅନୁସାରେ କେନ୍ଦୁଝର, ଢେଙ୍କାନାଳ, ପୁରୀ, ଏବଂ ଖୋର୍ଦ୍ଧାରେ ପବନର ବେଗ ୬୦ରୁ ୭୦ କିଲୋମିଟର ରହିବାକୁ ଆକଳନ କରାଯାଇଥିବା ବେଳେ ସୁନ୍ଦରଗଡ଼ରେ ପବନ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପ୍ରବାହିତ ହୋଇପାରେ। ଅନ୍ୟ ପକ୍ଷରେ ଗଞ୍ଜାମ, ନୟାଗଡ଼, ଅନୁଗୁଳ, ବୌଦ୍ଧ, ଦେବଗଡ଼ ଓ ସମ୍ବଲପୁରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ। ବାକି ସବୁ ଅଞ୍ଚଳରେ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ। 



ଏଣୁ ବାତ୍ୟାକୁ ଦେଖି ଆତଙ୍କିତ ହେବା ଅପେକ୍ଷା ସଜାଗ ରହିବାକୁ ସରକାରୀ ଭାବେ ସୂଚନା ଦିଆଯାଇଛି। ଯେଉଁସବୁ ଜିଲ୍ଲାରେ କ୍ଷୟକ୍ଷତି ଆଶଙ୍କା ଅଧିକ କରାଯାଇଛି ସେଠାରେ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଯଥାସମ୍ଭବ ସତର୍କ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ବଳ ମୁତ୍ତୟନ କରାଯିବା ସହ ଖାଦ୍ୟ ସାମଗ୍ରୀ, ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକ ସୁବିଧା ମହଜୁଦ କରାଯାଇଛି। ରାଜ୍ୟ ସରକାରଙ୍କ ଅଧିକାରୀ ଓ ମନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳମାନଙ୍କରେ ଉପସ୍ଥିତ ରହି କରିସ୍ଥିତିକୁ ନଜର ରଖିଛନ୍ତି।