Weather Update: ଆହୁରି ତିନି ରହିବ ଘନ କୁହୁଡି଼, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି!
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ପ୍ରଭାବ ନ ଥିବାରୁ ରାଜ୍ୟରେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି (Meteorological Centre, Bhubaneswar)।
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ପ୍ରଭାବ ନ ଥିବାରୁ ରାଜ୍ୟରେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି (Meteorological Centre, Bhubaneswar)। ବାୟୁ ମଣ୍ତଳର ନିମ୍ନ ଭାଗରେ ଜଳୀୟ ବାଷ୍ପର ମାତ୍ରା,ବାୟୁ ଚଳାଚଳରେ ନିଷ୍କ୍ରିୟତା ଓ ନିର୍ମଳ ଆକାଶ ହେତୁ କେତେକାଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେଉଛି। ଏହି ଦୃଶ୍ୟମାନ ଦୂରତା ୨୦୦ ମିଟର ରହୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ତିନି ଦିନ ଯାଏଁ ବିଭିନ୍ନ ସ୍ଥାନକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି।
ALSO READ: Vande Metro: ଓଡି଼ଶାରେ ଗଡି଼ବ ' ବନ୍ଦେ ମେଟ୍ରୋ ' , ଏହି ସବୁ ରୁଟରେ ମିଳିବ ସେବା
ରାତ୍ରି ତାପମାତ୍ରା ସ୍ବାଭାବିକ୍ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ଅର୍ଥାତ୍ ୧୫ରୁ ୧୬ ଡିଗ୍ରୀ ରହିପାରେ। ରବିବାର କୋରାପୁଟ୍, କଳାହାଣ୍ତି, ନବରଙ୍ଗପୁର ସୁନ୍ଦରଗଡ, ଦକ୍ଷିଣ ଉପକୂଳ ଓଡି଼ଶା ସହ ରାଜ୍ୟର ଅନ୍ୟ ଜିଲ୍ଲାର କିଛି ସ୍ଥାନରେ କୁହୁଡି ପ୍ରଭାବ ରହିବ। ତେଣୁ ଏହି ସବୁ ଜିଲ୍ଲା ଗୁଡିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କୋରାପୁଟ୍, ମାଲକାନଗିରି, ରାୟଗଡା,କନ୍ଧମାଳ, ନୟାଗଡ, ନବରଙ୍ଗପୁର, ଝାରସୁଗୁଡା, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାରେ ଘନ କୁହୁଡି଼ ରହିବ। ସୋମବାର ମଧ୍ୟ ପାଗ ଶୁଖିଲା ରହିବା ସହ ଦକ୍ଷିଣ ଓଡିଶା ସହ ଉତ୍ତର ଓଡିଶାର କେତେକ ସ୍ଥାନରେ କୁହୁଡି ଦେଖିବାକୁ ମିଳିବ। ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ , ଗଜପତି, କନ୍ଧମାଳ, କୋରାପୁଟ୍, ରାୟଗଡା, ନବରଙ୍ଗପୁର , କଳାହାଣ୍ତି, କଟକ, ଜଗତସିଂହପୁର ଆଦି ଜିଲ୍ଲାକୁ ଘନ କୁହୁଡି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।