Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ତେବେ, ଏହାରି ଭିତରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ଉତ୍ତର ପୂର୍ବ ଦିଗରେ ଗତି କରି ଶୁକ୍ରବାର ସକାଳ ସୁଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ଏବଂ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।  ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପାଖରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ । ବିଶେଷ କରି, ଏହାର ପ୍ରଭାବରେ ୨୫ ରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଏହି ରାଶିଙ୍କ ପାଇଁ ଦିନଟି ଅନୁକୂଳ ରହିବା ସହ ଅବିବାହିତଙ୍କ ପାଇଁ ଆସିପାରେ ବିବାହ ପ୍ରସ୍ତାବ, ଜାଣନ୍ତୁ ଆଜିର ରାଶିଫଳ


ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ବର୍ଷା ହୋଇପାରେ ବୋଲି ଆଇଏମି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ପରେ ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ ନିଜ ଗତି ଜାରି ରଖିବ । ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଓ ନିକଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୩୦ରୁ ୪୦କିମି ବେଗରେ ପବନ ପ୍ରବାହିତ ହେଉଛି । ଶୁକ୍ରବାର ଏହା ବଢ଼ି ୪୦ ରୁ ୫୦ କିମି ବେଗରେ ପବନ ବହିବ। ଆସନ୍ତାକାଲି ସମୁଦ୍ର ଅଶାନ୍ତ ରହିବା କାରଣରୁ  ପୂର୍ବ ଉପକୂଳ ଓ ଆଣ୍ଡାମାନ ନିକୋବରର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଆଉ ବିଶେଷ କରି ଯେଉଁମାନ ସମୁଦ୍ର ମଧ୍ୟକୁ ଯାଉଛନ୍ତି । ସେମାନଙ୍କୁ କୂଳକୁ ଫେରି ଆସିବାକୁ କୁହାଯାଇଛି। ଦକ୍ଷିଣ, ଉତ୍ତର ଓଡ଼ିଶାରେ କାଳବୈଶାଖୀ ଲାଗି ରହିବ । ବିଶେଷକରି ଆସନ୍ତାକାଲି,  ଉପକୂଳ ଓଡ଼ିଶା ,ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏବଂ ୨୫ ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ।