Weather Update:ନୂଆଦିଲ୍ଲୀ: ଏ ବର୍ଷ ଦେଶରେ ସ୍ୱାଭାବିକ ବର୍ଷା। କିନ୍ତୁ ଓଡ଼ିଶାରେ କମ ବର୍ଷିବ ମୌସୂମୀ। କିଛି ଏଭଳି ଆକଳନ କରିଛି ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମେଟ। ସ୍କାଏମେଟ କହିଛି କି ଦେଶର ପ୍ରାୟ ୭୦ ପ୍ରତିଶତ ଅଞ୍ଚଳରେ ଚଳିତ ବର୍ଷ ସ୍ୱାଭାବିକ ରହିବ। ୫ ପ୍ରତିଶତ ମାତ୍ର କମ କିମ୍ବା ବେଶୀ ବର୍ଷା ହୋଇପାରେ। ଜୁନରୁ ସେପ୍ଟେମ୍ବର ଅବଧି ମଧ୍ୟରେ ଏଲପିଏ ହେଉଛି ୮୬୮.୬ ମିମି। ଏଲପିଏର ୯୬ ରୁ ୧୦୪ ପ୍ରତିଶତ ବୃଷ୍ଟିପାତକୁ ସ୍ୱଭାବିକ ବର୍ଷା ଭାବେ ଧରାଯାଏ। 


COMMERCIAL BREAK
SCROLL TO CONTINUE READING

ସ୍କାଏମେଟ ଆହୁରି ମଧ୍ୟ କହିଛି କି ଏଲନିନୋ ଦୃତ ଗତିରେ ଲାନିନା ଆଡକୁ ଗତି କରୁଛି। ଲା-ନିନା ବର୍ଷମାନଙ୍କର ମୌସୂମୀ ଅଧିକ ମାତ୍ରାରେ ସକ୍ରିୟ ହେବା ସହିତ ସ୍ୱାଭାବିକ ଭାବେ ଦେଶରେ ପ୍ରବେଶ କରିଥାଏ। ଏହା ବ୍ୟତୀତ ସୁପର ଏଲନିନୋର ଶକ୍ତିଶାଳୀ ଲା-ନିନାକୁ ପରିବର୍ତ୍ତନ ଐତିହାସିକ ଭାବେ ଏକ ଭଲ ମୌସୂମୀ ସୃଷ୍ଟି କରିଛି। ତେବେ ଏଲନିନୋର ଅବଶିଷ୍ଟ ପ୍ରଭାବ ଯୋଗୁଁ ଆରମ୍ଭରୁ ମୌସୂମୀ ଦୁର୍ବଳ ରହିପାରେ ବୋଲି ସ୍କାଏମେଟ ଆକଳନ କରିଛି। ସେହିପରି ସ୍କାଏମେଟ ଅନୁଯାୟୀ ମୌସୂମୀର ଦ୍ୱିତୀୟାର୍ଦ୍ଧରେ ଭଲ ବର୍ଷା ହେବା ନେଇ ସ୍କାଏମେଟର ପରିଚାଳନା ନିର୍ଦ୍ଦେଶକ ଯତୀନ ସିଂହ କହିଛନ୍ତି। ଏହା ବ୍ୟତୀତ ବର୍ଷାର ବଣ୍ଟନ ସମଗ୍ର ଋତୁ ପାଇଁ ବିବିଧ ଓ ଅସମାନ ହେବାର ସମ୍ଭାବନା ରହିଛି। 


ସେହିପରି ମୌସୂମୀ ସ୍ୱଭାବିକ ହେବାର ୭ ଦିନ ପରେ ଗତ ବର୍ଷ ଜୁନ ୮ ତାରିଖରେ କେରଳରେ ପହଞ୍ଚିଥିଲା। ଏହା ସାଧାରଣତଃ ଜୁନ ୧ ତାରିଖ ବେଳକୁ ଦକ୍ଷିଣ ରାଜ୍ୟରେ ପହଞ୍ଚି ଉତ୍ତର ଦିଗରେ ଅଗ୍ରହସନ ହୋଇ ଜୁଲାଇ ୧୫ ସୁଦ୍ଧା ସମଗ୍ର ଦେଶକୁ ଛୁଇଁଥାଏ। ଭାରତର ୫୧ ପ୍ରତିଶତ ଚାଷ ଜମିର ଉତ୍ପାଦନ ୪୦ ପ୍ରତିଶତ ବୃଷ୍ଟିପାତ ଉପରେ ନିର୍ଭରଶୀଳ ଏବଂ ୪୭ ପ୍ରତିଶତ ଜନସଂଖ୍ୟା ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ।