Odisha Weather Report: ଆଜିଠୁ ରାଜ୍ୟରେ ବଦଳିବାକୁ ଯାଉଛି ପାଣିପାଗ। ଅନେକ ଦିନ ଧରି ଲାଗି ରହିଥିବା ଗରମ ଓ ଗୁଳୁଗୁଳିରୁ ଏବେ ମିଳିବ ତ୍ରାହି। ରାଜ୍ୟରେ ଏବେ କିଛିକାଂଶରେ ପାରଦ ତଳମୂହାଁ ହୋଇଛି। ପାଖାପାଖି ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ।ସେପଟେ ଦିନରେ ଗରମ ଅନୁଭୂତ ହେଉଥିଲେ ମଧ୍ୟ ରାତିରେ ତାପମାତ୍ରା ଖସିବା ଯୋଗୁ ଥଣ୍ଡା ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି।ସେପଟେ ଦେଶର ମଧ୍ୟ ଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ -ଥଣ୍ଡା ବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି | ଗତକାଲି କୋରାପୁଟ(Koraput), ଗଜପତି, ରାୟଗଡ଼ା(Rayagada) ଓ ମାଲକାନଗିରିର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।  ତେବେ ଆଜିଠୁ ବେଳକୁ ପାଖ ଶୁଖିଲା ରହିବା ସହ ପାଗରେ ପରିବର୍ତ୍ତନ ହେବ।


COMMERCIAL BREAK
SCROLL TO CONTINUE READING

ସେପଟେ ଗତ ୪୮ ଘଣ୍ଟା ମଧ୍ୟରେ କୋରାପୁଟର ବନ୍ଧୁଗାଁରେ ସର୍ବାଧିକ ୬୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ମାଲକାନଗିରି(Malkangiri) ମାଥିଲିରେ ୬୦ ଏବଂ ଗଞ୍ଜାମରେ(Ganjam) ୩୭.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।୩୫ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ରାଜ୍ୟରେ ଉତ୍ତପ୍ତ ସହର ହୋଇଥିବା ବେଳେ ୧୩ ଡିଗ୍ରୀ ସହ କୋରାପୁଟ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବରେ ରେକର୍ଡ କରିଛି ।


Also Read: Weather Update: ରାଜ୍ୟରେ ଦୁଇ ଦିନ ପରେ ବଦଳିବ ପାଗ! ଖସିବ ପାରଦ ବଢିବ ଶୀତ