Weather Update: ରାଜ୍ୟରେ ଏବେ ମୁଣ୍ତଫଟା ଖରା (heat wave) ଆରମ୍ଭ ହୋଇଯାଇଛି। ୪ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।  ଆଭ୍ୟନ୍ତରୀଣ  ଓଡ଼ିଶା ଓ ପାଶ୍ବବର୍ତ୍ତୀ ଅଂଚଳ  ଏବଂ ଦକ୍ଷିଣ ଛତିଶଗଡ଼ ଓ ତାର ପାଶ୍ବବର୍ତ୍ତୀ ଅଞ୍ଚଳରେ ୨ଟି ଘୁର୍ଣ୍ଣିବଳୟ ( ସାଇକ୍ଲୋନିକ୍ ସର୍କୁଲେସନ୍) ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉପରେ ସକ୍ରିୟ ରହିଛି।  ଯାହା ଫଳରେ ରାଜ୍ୟର କିଛି ସ୍ଥାନରେ ମଙ୍ଗଳବାର ବର୍ଷା ରେକର୍ଡ ହୋଇଛି। ହେଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଘୂର୍ଣ୍ଣିବଳୟ ସତ୍ତ୍ବେ ଦିନ ତାପମାତ୍ରା ବୃଦ୍ଧିରେ ରୋକ୍ ଲାଗିପାରିବ ନାହିଁ। ଫେବୃଆରୀ ଶେଷ ସପ୍ତାହରେ ଯେଉଁଠି ରାଜ୍ୟରେ ପାରଦ ୩୭ ଡିଗ୍ରୀ ରେକର୍ଡ଼ ହୋଇଥିଲା। ସେଠି ମଙ୍ଗଳବାର ଦିନରେ ପାରଦ ୩୮ ଡିଗ୍ରୀ ପାର୍ କରିଛି। ଗଂଜାମ ପାରଳାଖେମୁଣ୍ତିରେ ମଙ୍ଗଳବାର ଦିନ ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ଲାଗି ରାଜ୍ୟରେ ପାରଦ ୩୮ ଡିଗ୍ରୀ ପାର୍ କରିଥିବା ଆଂଚଳିକ ପାଣିପାଗ କେନ୍ଦ୍ର କହିଛି (Bhubaneswar Meteorological Centre)। 


COMMERCIAL BREAK
SCROLL TO CONTINUE READING


ମୋଟ୍ ୮ଟି ସହରରେ ପାରଦ ୩୫ ଡିଗ୍ରୀ  ତଥା ତା ଠାରୁ ଅଧିକ ରେକର୍ଡ ହୋଇଛି।  ଘୂର୍ଣ୍ଣିବଳୟ ସକାଶେ ଆଭ୍ୟନ୍ତରୀଣରେ ହାଲୁକା ବର୍ଷା (light rain) ରେକର୍ଡ଼ ହେବା ସହ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।  ପାରଳାଖେମୁଣ୍ତି ବ୍ୟତିତ ନୟାଗଡରେ ପାରଦ ୩୬.୬, ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୩୬.୫,ବୌଦ୍ଧରେ ୩୬.୪, ଟିଟିଲାଗଡ ୩୫.୫, ବଲାଙ୍ଗୀରରେ ୩୫.୩, ଢେଙ୍କାନାଳ ଓ ଭୁବନେଶ୍ବରରେ ପାରଦ ୩୫.୨ ଡିଗ୍ରୀ ରେକର୍ଡ଼ ହୋଇଛି।  


ଗୁରୁଚାପ ବଳୟ ଓ ଘୂର୍ଣ୍ଣିବଳୟ ସକାଶେ  ରାଜ୍ୟରେ ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ଜିଲ୍ଲାରେ ବର୍ଷା ରେକର୍ଡ଼ ହୋଇଥିବା ବେଳେ ଉତ୍ତର ତଥା ପାଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷା ରେକର୍ଡ଼ କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସକ୍ରିୟ ଘୂର୍ଣ୍ଣିବଳୟ ଲାଗି ରାଜ୍ୟରେ ୩ ଦିନ ହାଲୁକା ବର୍ଷା ସାଙ୍ଗକୁ ବିଜୁଳି ଘଡଘଡିର ସମ୍ଭାବନା ରହିଛି।  ଆଜି ରାଜ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ ଓ ଝାରସୁଗୁଡାରେ ବର୍ଷା ହେବାର ସମ୍ଭାବନା ରହିଛି।  ଏବଂ ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ।