Weather Updates: ଭୁବନେଶ୍ୱର: ଆସନ୍ତା ୫ ତାରିଖରୁ ରାଜ୍ୟରେ ପୁଣି ଥରେ ବଢିବ ବର୍ଷାର ପରିମାଣ। ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶର, ଦକ୍ଷିଣ ଛତିଶଗଡ଼ରେ ମଧ୍ୟ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିଥିବା ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଏହା ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ବର୍ଷା ଲାଗି ରହିଛି। ଫଳରେ ଏହି ଦୁଇ ରାଜ୍ୟରେ ମୋଟ ୨୦ ଜଣଙ୍କ ଜୀବନ ହାନୀ ଘଟିଥିବା ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

 



ସେପଟେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଛି। ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ମାଲକାନଗିରି ଜିଲ୍ଲାର ପଡ଼ିଆରେ ସର୍ବାଧିକ ୧୪୦ ମିମି ବର୍ଷା ହୋଇଛି। ସୋମବାର ଯାଏଁ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ତିନି ଦିନ ଓଡ଼ିଶାରେ ସେଭଳି ବର୍ଷା ନ ଥିବା ବେଳେ ୫ ତାରିଖଠାରୁ ପୁଣି ବର୍ଷା ବଢ଼ିବ। ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।


ସେହିପରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳକୁ ମୌସୁମୀ ପୁଣି ଥରେ ଫେରିଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସୋମବାର ଦିଲ୍ଲୀ ଆକାଶ ମେଘାଚ୍ଛନ ରହିଥିଲା।  ଏହି ସମୟରେ ଆସନ୍ତା ଚାରି ଦିନ ପାଇଁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ପାଇଁ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି। ଗୁରୁବାର ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କୌଣସି ବର୍ଷା ରେକର୍ଡ ହୋଇନାହିଁ। କିନ୍ତୁ ୨ ସେପ୍ଟେମ୍ବର ସକାଳେ ଦିଲ୍ଲୀର ଆକାଶରେ ମେଘର ଉପସ୍ଥିତି ଦେଖିବାକୁ ମିଳୁଛି। ପାଣିପାଗ ବିଭାଗ କହିଛି ଯେ ମୌସୁମୀ ଦକ୍ଷିଣ ଓଡ଼ିଶା, ଦକ୍ଷିଣ ଛତିଶଗଡ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶକୁ ଆଚ୍ଛାଦନ କରୁଛି। ତେଣୁ ଏହା ଶୀଘ୍ର ଦିଲ୍ଲୀ-ଏନସିଆର ଅଞ୍ଚଳକୁ ଫେରିବ ବୋଲି ଆଶା କରାଯାଉଛି। ଏହି କାରଣରୁ ରାଜଧାନୀ ଅଞ୍ଚଳରେ ଏହି ସପ୍ତାହରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି।