Weather Updates: ନୂଆଦିଲ୍ଲୀ: ପ୍ରବଳ ତାତିରୁ ମିଳିବ ଆଶ୍ୱସ୍ତି। କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସହିତ ମୌସୁମୀ ବର୍ଷାରେ ଭିଜିବ ତମାମ ଉତ୍ତର ଭାରତ। ଏନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ଉତ୍ତର ଭାରତରେ ମୌସୁମୀ ବାୟୁ ପ୍ରଭାବରେ ନୂଆଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୮ ତାରିଖରୁ ୩୦ ତାରିଖ ମଧ୍ୟରେ ବର୍ଷାର ମାତ୍ରା ବୃଦ୍ଧି ପାଇବ। ତାପମାତ୍ରାରେ ହ୍ରାସ ଘଟିବ। ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗ ଦେଇଥିବା ସୂଚନା ମୁତାବକ ମୌସୁମୀ ବାୟୁ ଧିରେ ଧିରେ ଦକ୍ଷିଣାଞ୍ଚଳରୁ ଉତ୍ତର ଭାରତ ଆଡକୁ ଅଗ୍ରସର ହେଉଛି। ପାଗ ଅନୁକୂଳ ରହିଥିବା ବେଳେ ମୌସୁମୀ ବାୟୁ ଉତ୍ତର ଭାରତର ସମତଳ ଅଞ୍ଚଳକୁ ଅଗ୍ରହସ ହେଉଛି। ତେବେ ମୌସୁମୀ ବାୟୁର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପାଣିପାଗ ବିଭାଗ ସୂଚନା ଦେଇ କହିଛି ଉତ୍ତର ଭାରତର ସୀମା ମୁନ୍ଦ୍ରା, ମାହେସାଣା, ଉଦୟପୁର, ଶିବପୁରୀ, ସିଦ୍ଧି, ଲଳିତପୁର, ଚାଇବସା, ହଳଦିଆ., ପାକୁଡ଼, ସାହିବଗଞ୍ଜ, ରକସୌଲ ଦେଇ ଅଗ୍ରସର ହେଉଛି। ଉତ୍ତର ଆରବ ସାଗର, ଗୁଜୁରାଟ, ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। 


ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଅପଡେଟ
ପାଣିପାଗ ବିଭାଗ ଅନୁଯାୟୀ, ରାଜସ୍ଥାନ, ଛତିଶଗଡ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାରର କିଛି ଅଂଶ, ପୂର୍ବ ଉତ୍ତରପ୍ରଦେଶର ଅଧିକାଂଶ ଅଂଶ, ପଶ୍ଚିମ ଉତ୍ତରପ୍ରଦେଶର କିଛି ଅଂଶରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ହରିୟାଣାର ଉତ୍ତର ଭାଗରେ କିଛି ବର୍ଷା ହେବାର ସମ୍ଭାବନା ରହିଛି।


ପାଣିପାଗ ବିଭାଗର ସୂଚନାନୁସାରେ, ମୌସୁମୀ ବର୍ତ୍ତମାନ ଏହାର ସାଧାରଣ ଗତି ତୁଳନାରେ ପ୍ରାୟ ଏକ ସପ୍ତାହ ବିଳମ୍ବରେ ଚାଲିଛି। ପୃଥ୍ୱୀ ବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ଏମ ରାଜୀବ ଟ୍ୱିଟରରେ ଲେଖିଛନ୍ତି ଯେ ମୌସୁମୀ ବାୟୁର ଗତି ବୃଦ୍ଧି ପାଇବା ପରେ ଜୁଲାଇ ୫ ସୁଦ୍ଧା ସମଗ୍ର ଦେଶକୁ ଛୁଇଁବ। ପଶ୍ଚିମ ଉପକୂଳରେ ପ୍ରବଳ ବର୍ଷା ସହିତ ଆସନ୍ତା ୨ ରୁ ୩ ସପ୍ତାହ ମଧ୍ୟରେ ସକ୍ରିୟ ମୌସୁମୀ ଏବଂ ଉତ୍ତର ଭାରତରେ ଅତ୍ୟଧିକ ବୃଷ୍ଟିପାତ ଏବଂ ବନ୍ୟା ପରିସ୍ଥିତି ହେବାର ସମ୍ଭାବନା ଅଧିକ।


ଉତ୍ତରାଖଣ୍ଡରେ ବର୍ଷାର କମଳା ଆଲର୍ଟ
ଜୁନ୍ ୨୮ ରୁ ୩୦ ମଧ୍ୟରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ପାଇଁ IMD ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। ଜୁନ୍ ୨୮ ରୁ ୨୯ ମଧ୍ୟରେ ପୂର୍ବ ଉତ୍ତରପ୍ରଦେଶ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଜୁନ୍ ୨୯ ରୁ ୩୦ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ଉତ୍ତର ପଶ୍ଚିମ ଭାରତରେ ମୌସୁମୀ ଆସିବା ପରେ ଏହା ଜୁନ୍ ୨୭ରୁ ଜୁଲାଇ ୩ ମଧ୍ୟରେ ଏହି ଅଞ୍ଚଳର ଅଧିକାଂଶ ଅଂଶକୁ ଆବୃତ କରିବ।