Weather Report: ରାଜ୍ୟରେ ଗ୍ରୀଷ୍ମର ଉତ୍ତାପ ଧିରେ ଧିରେ ବଢ଼ିବାରେ ଲାଗିଛି । ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିବାବେଳେ ଗତକାଲି ତାପମାତ୍ରା ୪୧.୨°C ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୪୧.୧°C, ଝାରସୁଗୁଡାରେ ୪୧°C, ବାଲେଶ୍ୱରରେ ୪୦°C ରେକର୍ଡ କରାଯାଇଛି । 


COMMERCIAL BREAK
SCROLL TO CONTINUE READING


ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ତଥା ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡ଼ିଗ୍ରୀ ଯାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରୀ ରେକର୍ଡ ହେବା ସହ ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ ରୁ ୪୫ଡ଼ିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଏହି ପାଣିପାଗ ସ୍ତିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି।




ସେପଟେ ସୋମବାର ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର(Keonjhar) ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ରେକର୍ଡ କରାଯାଇଛି । ମାତ୍ର ଉତ୍ତାପ ଓ ଆର୍ଦ୍ର ପାଣିପାଗ ନେଇ କଟକ, ପୁରୀ, ଖୋର୍ଦ୍ଧା(Khordha), ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ ଭଦ୍ରକ ଆଦି ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ, ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।
ଅନ୍ୟପଟେ ଦକ୍ଷିଣ-ପଶ୍ଚିମ  ମୌସୁମୀ ପାଇଁ  ଜାରି ହୋଇଥିବା ଦୀର୍ଘ ଅବଧି ଆକଳନ ଅନୁଯାୟୀ, ୨୦୨୪ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷାର ସମ୍ଭାବନା ଥିବାବେଳେ  ରାଜ୍ୟରେ ସ୍ୱାଭାବିକ କିମ୍ବା  କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ କମ ବର୍ଷା  ରହିବାର ସମ୍ଭାବନା ରହିଛି।