Weather Report: ଭାରତ ପାଣିପାଗ ବିଭାଗ (IMD) ଅନେକ ରାଜ୍ୟରେ ବର୍ଷା ଓ କୁହୁଡ଼ି ନେଇ ଚେତାବନୀ ଦେଇଛି। ବିଭାଗ କହିଛି ଯେ ବିହାର, ଝାଡ଼ଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ ଫେବୃଆରୀ ୧୫ ତାରିଖରେ ବର୍ଷା ହେବା ନେଇ ସୂଚନା ଦେଇଛି ବିଭାଗ। ତେବେ ଏହା ପରେ ପାଗ ଶୁଖିଲା ରହିବ। ଆସନ୍ତୁ ଜାଣିବା ଆଜି ଏବଂ ଆଗାମୀ ଦିନରେ ପାଗ କିପରି ରହିବ ପାଣିପାଗ..


COMMERCIAL BREAK
SCROLL TO CONTINUE READING

ଆଇଏମଡିର ସୂଚନା ଅନୁଯାୟୀ ଆଜି ଦିଲ୍ଲୀରେ ମଧ୍ୟମ ଧରଣର କୁହୁଡି ହେବ। ତାପମାତ୍ରା ଏକ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ। ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ରହିଛି।IMD ରିପୋର୍ଟ ଅନୁଯାୟୀ, ଫେବୃଆରୀ ୧୭ ରୁ ୨୧ ମଧ୍ୟରେ ପଶ୍ଚିମ ହିମାଳୟ ଅଞ୍ଚଳରେ ବ୍ୟାପକ ବର୍ଷା କିମ୍ବା ତୁଷାରପାତ ହେବାର ସମ୍ଭାବନା ରହିଛି।



ବିଭାଗ ଅନୁଯାୟୀ, ଫେବୃଆରୀ ୧୮ ରୁ ୨୧ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ଅଳ୍ପ ବର୍ଷା ହେବ। ଏଥି ସହିତ, ଫେବୃଆରୀ ୧୮ ତାରିଖରେ ଜାମ୍ମୁ-କାଶ୍ମୀର-ଲଦାଖ-ଗିଲଗିଟ-ବାଲ୍ଟିସ୍ତାନ-ମୁଜାଫରବାଦ ଏବଂ ହିମାଚଳ ପ୍ରଦେଶରେ ହାଲୁକା, ମଧ୍ୟମରୁ ବ୍ୟାପକ ତୁଷାରପାତ ହେବାର ସମ୍ଭାବନା ରହିଛି। ଆଜି ଏବଂ ଆସନ୍ତାକାଲି ବିହାର, ଝାଡ଼ଖଣ୍ଡ, ଗ୍ୟାଙ୍ଗଟକ୍,ପଶ୍ଚିମବଙ୍ଗ ଏବଂ ଓଡିଶାରେ ସକାଳେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।


ଆଜି ଉତ୍ତର ଓଡି଼ଶାରେ ହାଲୁକା ବର୍ଷା ନେଇ ସମ୍ଭାବନା ରହିଛି। ଉତ୍ତର ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରିଛି ।ବୁଧବାର ଭବାନୀପାଟଣାରେ ଦିନ ତାପମାତ୍ରା ସର୍ବାଧିକ ୩୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ତିରେ ୩୪, ମାଲକାନଗିରି ୩୪, ବୌଦ୍ଧ, ଯାଜପୁର ଓ ନବରଙ୍ଗପୁରରେ ୩୩.୦୫, ବଲାଙ୍ଗୀରରେ ୩୩, ଭୁବନେଶ୍ବରରେ ୩୩, ନୂଆପଡ଼ା ୩୩, ଅନୁଗୁଳରେ ୩୨.୭, ତାଳଚେରରେ ୩୨.୪ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ଆଜି ରାତି ତାପମାତ୍ରା ୧୪.୦୫ ଡିଗ୍ରୀ ରେକର୍ଡ଼ ହୋଇଥିଲା ।