Weather Report: ଦେଶରେ ଅନେକ ଦିନ ଧରି ପ୍ରବଳ ଗରମ ବଢ଼ିଚାଲିଛି, ଯେଉଁଥିପାଇଁ ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନରେ ସର୍ବାଧିକ ତାପମାତ୍ରା ୪୮ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଦିଲ୍ଲୀ ଏନସିଆରରେ ଭାରତୀୟ ପାଣିପାଗ ବିଭାଗ (IMD) ହିଟ୍ ୱେଭ୍ ଆଲର୍ଟ ଜାରି କରିଛି। ଉତ୍ତର ଭାରତରେ ପ୍ରବଳ ଗରମ ଜାରି ରହିବା ନେଇ ସତର୍କ ସୂଚନା ଜାରି ହୋଇଛି।


COMMERCIAL BREAK
SCROLL TO CONTINUE READING

ବୁଧବାର ଦିନ ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ଥିଲା ରାଜସ୍ଥାନର ବାଡ଼ମେର, ଯେଉଁଠାରେ ସର୍ବାଧିକ ତାପମାତ୍ରା ୪୮.୦ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା, ଯାହା ସାଧାରଣ ତାପମାତ୍ରା ଅପେକ୍ଷା ୫.୭ ଡିଗ୍ରୀ ଅଧିକ ଥିଲା। ହରିୟାଣାର ସିର୍ସା ଦ୍ୱିତୀୟ ସ୍ଥାନରେ ଥିଲା, ଯେଉଁଠାରେ ମର୍କର ୪୭.୭ ଡିଗ୍ରୀ ସେଲସିୟସ ଥିଲା ତାପମାତ୍ରା। ସେହିପରି ପଞ୍ଜାବର ଭଟିଣ୍ଡା ଏବଂ ଗୁଜୁରାଟର କାଣ୍ଡଲା ସର୍ବାଧିକ ୪୬.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୟୁପିରେ ବାରାଣାସୀରେ ତାପମାତ୍ରା ୪୫.୦ ଡିଗ୍ରୀ, ମହାରାଷ୍ଟ୍ରର ଆକୋଲାରେ ୪୪.୦୮ ଡିଗ୍ରୀ ଏବଂ ହିମାଚଳ ପ୍ରଦେଶର ଉନାଓରେ ୪୩.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।



ପାଞ୍ଚଟି ରାଜ୍ୟରେ ଗରମ ପ୍ରବାହ ସମ୍ପର୍କରେ ଆଇଏମଡି ରେଡ ଆଲର୍ଟ ଜାରି କରିଛି। ଦିଲ୍ଲୀ ଏନସିଆର, ୟୁପି, ପଞ୍ଜାବ(Panjab), ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏହି ରାଜ୍ୟଗୁଡିକର ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି।


ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଚଣ୍ଡିଗଡ଼, ପଶ୍ଚିମ ଉତ୍ତରପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ହିଟ୍ ୱେଭ୍ ପରିସ୍ଥିତି ସୃଷ୍ଟି ହେବନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ହିମାଚଳ ପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, ମଧ୍ୟପ୍ରଦେଶ ମହାରାଷ୍ଟ୍ର, ଗୁଜୁରାଟ, ଏବଂ କୋଚିରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ଖରା ଓ ଗରମ ଜାରି ରହିବା ନେଇ ସୂଚନା ମିଳିଛି।ଛତିଶଗଡ଼ ଓ ଓଡ଼ିଶାରେ ଖରା-ଗରମ ଲାଗିରହିଥିଲେ ମଧ୍ୟ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଦେଇଛି। ଆଗାମୀ ୩ ଦିନ ଯାଏଁ ଏହି ପାଣିପାଗ ଜାରି ରହିବା ନେଇ ପୂର୍ବାନୁମାନ କରିଛି ବିଭାଗ।