Weather Report: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ରୂପ ନେଇ ଆଗକୁ ଆଗକୁ ବଢି ଚାଲିଛି। ଯାହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ଆଜି ମଧ୍ୟ ସ୍ଥିତି ସମାନ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ବର୍ଷା ଜାରି ଥିବା ବେଳେ ଆଜି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ମୟୂରଭଞ୍ଜ(Mayurbhanj), କେନ୍ଦୁଝର ଓ ବାଲେଶ୍ୱର(Balasore) ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ତିନି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ(Red Alert) ଜାରି କରାଯାଇଛି।  ସେପଟେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ ଓ ଢେଙ୍କାନାଳ(Dhenkanal)ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଦେବଗଡ଼, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ନୟାଗଡ଼, ବୌଦ୍ଧ, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି ଓ ନବରଙ୍ଗପୁର(Nabarangpur) ଜିଲ୍ଲାରେ ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
 



ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୦ ରୁ ୨୦୦ ମିମି ବର୍ଷା ହୋଇପାରେ।  ଏନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପ୍ରବଳ ବର୍ଷା ନେଇ ମୟୂରଭଂଜ ଜିଲ୍ଲାର ସମସ୍ତ ସ୍କୁଲ୍ , କଲେଜ୍ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥି ପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ମନା କରାଯାଇଛି।