Weather Report: ଭୀଷଣ ବାତ୍ୟା ‘ରେମଲ’ବର୍ତ୍ତମାନ ଓଡିଶାକୁ ବିଶେଷ ପ୍ରଭାବ ପକାଇ ନାହିଁ। ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିନାହିଁ। ତେବେ ଆଜିଠୁ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ। ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମାତ୍ର ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ହିଟୱେଭ ସ୍ଥିତିର କୌଣସି ସମ୍ଭାବନା ନାହିଁ। 
ରିପୋର୍ଟ ଅନୁସାରେ ରାଜ୍ୟର ସ୍ଥଳଭାଗରେ ବର୍ଷା(Rain),ଘଡଘଡି ବିଜୁଳି ପବନ ହେବାର ବିଶେଷ ସମ୍ଭାବନା ନାହିଁ। ଆଜି ମାତ୍ର ୮ଟି ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ସୂଚନା ଦେଇଛି ବିଭାଗ। ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର,କେନ୍ଦ୍ରାପଡ଼ା, ରାୟଗଡ଼ା, କୋରାପୁଟ ଓ ମାଲକାନାଗିରି ଏହି ଜିଲ୍ଲାମାନଙ୍କରେ ବର୍ଷା ହେବା ନେଇ ବିଭାଗ ତରଫରୁ କୁହାଯାଇଛି।
 



COMMERCIAL BREAK
SCROLL TO CONTINUE READING

ସେପଟେ ଚଳିତ ବର୍ଷ ଆଗାମୀ ୫ଦିନ ଭିତରେ ବା ଜୁନ ୧ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁକେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ମୌସୁମୀ ଋତୁରେ ସାରା ଦେଶରେ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ଜୁନ୍‌ରୁ ସେ‌ପ୍ଟେମ୍ବର ମାସ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବର୍ଷା ସ୍ବାଭାବିକଠାରୁ ତଳେ ରହିବ। ଉତ୍ତର ଓ ପୂର୍ବ ରାଜ୍ୟ ସମେତ ଉତ୍ତରପୂର୍ବ ଓ ଦକ୍ଷିଣ ଭାରତର କେତେକ ସ୍ଥାନରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ।