Weather Report: ରାଜ୍ୟରେ ଜାରି ରହିଛି ଲଘୁଚାପ (Low Pressure)ର ପ୍ରଭାବ। ଗତ ୩ ଦିନ ହେବ ବର୍ଷାର ପରିମାଣ ବଢିଥିବା ବେଳେ ଶନିବାର ଟ୍ବିନ ସିଟି(କଟକ, ଭୁବନେଶ୍ୱର)ରେ ପାଗ ଫିଟିଛି। ସେହିପରି ରାଜ୍ୟରେ ଅନେକ ସ୍ଥାନରେ ଖରା ଅନୁଭୂତ ହୋଇଥିବା ବେଳେ କିଛି କିଛି ସ୍ଥାନରେ ହାଲୁକା ଧରଣର ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।


COMMERCIAL BREAK
SCROLL TO CONTINUE READING

ପୂର୍ବାପେକ୍ଷା ବର୍ଷାର ପରିମାଣ କମ୍ ହୋଇଥିଲେ ମଧ୍ୟ କିଛି କିଛି ସ୍ଥାନରେ ଏହାର ପ୍ରଭାବ ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ। ଆଜି ଅର୍ଥାତ୍ ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ନୂଆପଡ଼ାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଏହି ସବୁ ସ୍ଥାନ ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।



ସେପଟେ ୩୦  ତାରିଖ ଯାଏଁ ପାଗ ଶୁଖିଲା ରହିବା ସହ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅକ୍ଟୋବର ୧ ରେ  ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପର, ପୁରୀ,ଖୋର୍ଦ୍ଧା, ନୟାଗଡ ଓ ଗଂଜାମ ,ଗଜପତି, ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ  ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି  ଆଇଏମଡି ଆକଳନ କରିଛି।