Weather Report: ବଦଳିବ ରାଜ୍ୟର ପାଣିପାଗ, ଜାଣନ୍ତୁ କେବେଠୁ ରାଜ୍ୟରେ ପଡ଼ିବ ଥଣ୍ଡା...ରାଜ୍ୟରେ ଜାରି ରହିଥିବା ମେଘୁଆ ପାଗ ଧିରେ ଧିରେ ବଦଳିବାରେ ଲାଗିଛି। ଆସନ୍ତା ୩୧ ତାରିଖରୁ ଉତ୍ତର ଭାରତରୁ ଥଣ୍ଡା ପବନ ବହିବାକୁ ଥିବାରୁ ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ନଭେମ୍ବର ୧ରୁ ୫ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ଦୁଇ ଡିଗ୍ରି କମିବା ନେଇ ଲପୂର୍ବାନୁମାନ କରାଯାଇଛି। ଆସନ୍ତା କିଛିଦିନରେ ହାଲୁକା କୁହୁଡ଼ି ଓ ଶିଶିରପାତ ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ‌ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆସନ୍ତା ୬ ଦିନ ଯାଏଁ ରାଜ୍ୟର ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି। ଉତ୍ତର- ପୂର୍ବ ଉତ୍ତର ଦିଗରୁ ଆସୁଥିବା ପବନ , ଉପକୂଳ ଶୁସ୍କ ବାୟୁ  ସାଙ୍ଗରେ ମିଶିବା ପରେ କିଛି ଅଞ୍ଚଳରେ ଘଡ଼ଘଡି଼ ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ଉପକୂଳ ଓ ଦକ୍ଷିଣ  ଓଡି଼ଶାରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 


ଭୁବନେଶ୍ବର ସମେତ ଦକ୍ଷିଣ ଓଡି଼ଶାର ଉପକୂଳରେ ୬ ତାରିଖ ପରେ ୨ ରୁ ୩ ଦିନ ପର୍ଯ୍ୟନ୍ତ  ପାଗ ମେଘୁଆ ରହିବା ସହ ସର୍ବନିମ୍ନ ତାପମାତ୍ରା  ବଢିବ। ଆଜି  ପୂର୍ବ ଦକ୍ଷିଣ ବଙ୍ଗୋପସାଗରରେ ସଂଲଗ୍ନ ଥାଇଲାଣ୍ତରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ ତାରିଖରେ ପୂର୍ବ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପରିଣତ ହେବ।  ଏହାର ତିନି ଦିନ ପରେ ଏହା ଅବପାତରେ ପରିଣତ ହେବ।  ମଡେଲରୁ ଜଣାପଡୁଛି ଯେ, ଏହା ପ୍ରାୟତଃ ପଶ୍ଚିମ କିମ୍ବା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁ ମୁହାଁଇବ। ଯଦି ଅବପାତରେ ପରିଣତ ହୁଏ ।ତେବେ ଉପକୂଳ ଓଡି଼ଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।