Weather Report: ୨୪ ଘଣ୍ଟା ବ୍ୟବଧାନରେ ପୁଣି ଥରେ ଉତ୍ତପ୍ତ ସହର ପାଲଟିଛି ଟ୍ୱିନ୍ ସିଟି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ଲଗାତାର ୧୮ ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ କଲବଲ ହୋଇଗଲେଣି ଲୋକେ। ତେବେ ଏହାରି ମଧ୍ୟରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତ କରିଛି। ଗତ କାଲି ରାଜ୍ୟର ୧୯ଟି ଜିଲ୍ଲାରେ କାଳବୈଶାଖି ଜନିତ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 
ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ କାଳବୈଶାଖୀ ଜନିତ ବର୍ଷା ସହ ବିଜୁଳି, ଘଡ଼ଘଡ଼ିର ଆଶଙ୍କା ଥିବା ପୂର୍ବାନୁମାନ କରିଛି ବିଭାଗ। ଏଥି ସହ ଆସନ୍ତା ମେ’ ୯ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାବାସୀଙ୍କୁ ଗ୍ରୀଷ୍ମ ପ୍ରବାହ‌ରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ନେଇ କହିଛି ବିଭାଗ। ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାର ସମ୍ଭାବନା ମଧ୍ୟ ରହିଛି। ସେହିପରି ୧୦ରୁ ୧୬ ତାରିଖ ମଧ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହେବାକୁ ଥିବାରୁ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବା ନେଇ ବିଭାଗ ତରଫରୁ ଆକଳନ କରାଯାଇଛି।



COMMERCIAL BREAK
SCROLL TO CONTINUE READING

ତେବେ ଦୁଇ ଦିନ ପରେ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ହ୍ରାସ ପାଇବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର କେ‌ତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହୋଇପାରେ ମାତ୍ର ଏହାର ପ୍ରଭାବ ୬ ତାରିଖ ବେଳକୁ କମିବା ନେଇ ବିଭାଗ କହିଛି। ଏଥି ସହ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବା କାରଣରୁ ତାପମାତ୍ରାରେ ଆହୁରି ୩ରୁ ୫ ଡିଗ୍ରି ହ୍ରାସ ଦେଖିବାକୁ ମିଳିବ।