Weather Report: ଲଗାତାର ଗରମ ଓ ଗୁଳୁଗୁଳି ପରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା। ଶୁକ୍ରବାର ଅର୍ଥାତ ୧୨ ତାରିଖ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ  ୧୩ ତାରିଖ ପରଠାରୁ ପରବର୍ତ୍ତି ୨ଦିନ ମଧ୍ୟରେ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ  ବୃଦ୍ଧି ସହ ପୁଣି  ଦିନ ତାପମାତ୍ରାରେ ୩  ରୁ ୪ ଡ଼ିଗ୍ରୀ ଯାଏଁ  ବୃଦ୍ଧି ସମ୍ଭାବନା ରହିଛି।ଗତ ୪୮  ନୂଆପଡା, ବଲାଙ୍ଗୀର , ସୋନପୁର ,ବୌଦ୍ଧ  ଆଦି ଜିଲ୍ଲାରେ ସ୍ଥାନେ ସ୍ଥାନେ ବର୍ଷା ରେକର୍ଡ଼ ହୋଇଛି।
ସେପଟେ ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ,  ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର(Sambalpur), ବୌଦ୍ଧ, ସୋନପୁର, ବଲାଙ୍ଗିର, ଅନୁଗୁଳ, ଦେବଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେଉଛି। ସେହିପରି ଟ୍ବଇନ ସିଟିରେ ମଧ୍ୟ ହାଲୁକା ବର୍ଷା ସହିତ ପାଗ ମେଘୁଆ ରହିଥିବା ଦେଖିବାକୁ ମିଳିଛି।



COMMERCIAL BREAK
SCROLL TO CONTINUE READING

ସେପଟେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼କୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।