Weather Report: ରାଜ୍ୟରେ ପ୍ରବେଶ କରି ସାରିଛି ମୌସୁମୀ। ଲଗାଣ ବର୍ଷାକୁ ରାଜ୍ୟବାସୀ ଅନେଇ ବସିଥିବା ବେଳେ ଏବେ ବି ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ କଲବାଲ କରୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପାଗର ଖରା ଛାଇ ଖେଳ ଦେଖିବାକୁ ମିଳିଛି। କେଉଁଠି ବର୍ଷା ପବନ ତାଣ୍ଡବ ରଚାଉଛି ତ ଆଉ କେଉଁଠି ଗୁଳୁଗୁଳି ଓ ଖରା ଅସ୍ତବ୍ୟସ୍ତ କରି ଦେଉଛି। ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା, ପବନ ଡରାଉଥିବା ବେଳେ ଆଉ କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ବିଶେଷ କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସହ୍ୟ ଗୁଳୁଗୁଳି ଦେଖିବାକୁ ମିଳିଛି। ତାପମାତ୍ରା ଆହୁରି ୩ ଦିନ ପର୍ଯ୍ୟନ୍ତ ଏପରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହେଉଥିବା ‌ବେଳେ ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ହେବ।



COMMERCIAL BREAK
SCROLL TO CONTINUE READING

 


ଏପରି ସ୍ଥଳେ ଆଜି ରାଜ୍ୟର ୧୫ଟି ସ୍ଥାନରେ କାଳବୈଶାଖୀ ଜନିତ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଜି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିରରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ। ସେପଟେ ନୟାଗଡ଼ ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ,କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।



 


 ପାଗରେ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଛି ବିଭାଗ। ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିବା ସହ କାଳବୈଶାଖୀ ହେବ। ପାଣିପାଗ କେନ୍ଦ୍ର(IMD) ଅନୁସାରେ ଆଜିଠାରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ। ସେପଟେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାକୁ ପହଞ୍ଚି ପାରି ନଥିବା କହିଛି ପାଣିପାଗ ବିଭାଗ।