Weather Report: ରାଜ୍ୟବାସୀଙ୍କୁ ଅଥୟ କରିବାରେ ଲାଗିଛି ଗ୍ରୀଷ୍ମ ତାତୀ । ଜଳିଲା ରାଜଧାନୀ । ଦିନ ସାଢେ ଦୁଇଟା ସୁଦ୍ଧା ୪୩.୬ ଡିଗ୍ରୀରେ ପହଁଞ୍ଚିଲା ଭୁବନେଶ୍ବରର ତାପମାତ୍ରୀ । ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗୁରୁବାର ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ବା ତାଠାରୁ ଉପରେ ରହିଛି । ଆସନ୍ତା ୪ ଦିନ ଯାଏଁ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ବଢିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।


COMMERCIAL BREAK
SCROLL TO CONTINUE READING


ଖୋର୍ଦ୍ଧା, କଟକ, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ (Severe heat wave) ଏବଂ ବାଲେଶ୍ବର, ଭଦ୍ରକ(Bhadrak), କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଢେଙ୍କାନାଳ, ଗଜପତି, କନ୍ଧମାଳ, ନୂଆପଡ଼ା, କୋରାପୁଟ, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ(Orange Warning) ଜାରି ହୋଇଛି।ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲା ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ କେନ୍ଦୁଝର, କନ୍ଧମାଳ, କୋରାପୁଟ, ମାଲକାନଗିରି, ବୌଦ୍ଧ, ଗଜପତି ଓ ବରଗଡ ପାଇଁ ୟଲୋ ୱାର୍ଣ୍ଣିଂ ଜାରି ହୋଇଛି ।



ସେପଟେ  ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ବାୟୁମଣ୍ଡଳର ମଧ୍ୟ ଉପରି ଭାଗରେ ଗୋଟିଏ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ। ୪୦ରୁ ୫୦ କିମି ବେଗରେ ପବନ ବହିବ। ଫଳରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସେ ପୂର୍ବାନୁମାନ କରିଛନ୍ତି।