Weather Report: ଚଳିତ ବର୍ଷ ମୌସୁମୀ ବାୟୁ ଠିକ୍ ସମୟରେ ଓଡ଼ିଶା ଛୁଇଁଥିଲେ ସୁଦ୍ଧା କିଛି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍ ବର୍ଷା ବା ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଦୁଇ ସପ୍ତାହ ଧରି ଓଡ଼ିଶାରୁ ମୌସୁମୀ (Mansoon) ଉଭାନ ହୋଇଯିବା ଦ୍ବାରା ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ଶେଷ ହୋଇଛି ଜୁନ୍‌ ମାସ।। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡିଶାର କିଛି ସ୍ଥାନରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୧୩ଟି ଜିଲ୍ଲାରେ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।


COMMERCIAL BREAK
SCROLL TO CONTINUE READING

ଆଜି ରାଜ୍ୟର ୧୩ ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ହେବା ନେଇ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। କୋରାପୁଟ, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।
 



ସେପଟେ  ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମୌସୁମୀ ସକ୍ରିୟ ରହିଥିବାରୁ ଜୁଲାଇ ପ୍ରଥମ ସପ୍ତାହରେ ବର୍ଷା ଲାଗିରହିବ। ଜୁନ୍‌ ମାସରେ ମୟୂରଭଞ୍ଜ, ପୁରୀ ଜିଲ୍ଲାରେ ସମୁଦାୟ ବର୍ଷା ପରିମାଣ ୧୦୦ ମିମିରୁ କମ୍‌ ହୋଇଛି।