Weather Report: ବାତ୍ୟା ‘ଦାନା’ ଚାଲି ଯାଇଛି ସତ କିନ୍ତୁ ଲୋକଙ୍କ ପାଇଁ ଛାଡ଼ି ଯାଇଛି ଅନେକ ସମସ୍ୟା। ଅତ୍ୟଧିକ ପବନ ଓ ବର୍ଷା ଫଳରେ ଏବେ ନାନାଦି ସମସ୍ୟାର ସାମ୍ନା କରୁଛନ୍ତି ଲୋକେ। କାହାର ଘର ଭିତରେ ପାଣି ପଶି ଚାଳ ଛପର ଉଡ଼ି ଯାଇଛି ତ କେଉଁଠି ଚାଷ ଜମିରେ ଏବେ ଆଣ୍ଠୁଏ ଆଣ୍ଠୁଏ ପାଣି। ହଜାର ହଜାର ହେକ୍ଟର ଜମିରେ ଧାନଫସଲ ଶୋଇ ପଡ଼ିଥିବା ବେଳେ ୪ ଶହ ହେକ୍ଟରରୁ ଅଧିକ ଜମିରେ ଧାନଗଛ ସଂପୂର୍ଣ୍ଣ ବୁଡ଼ିରହିଛି। 


COMMERCIAL BREAK
SCROLL TO CONTINUE READING

ସେପଟେ ଦୁର୍ବଳ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ବାତ୍ୟା ଦାନା। ଆଗାମୀ କିଛି ଘଣ୍ଟାରେ ଆହୁରି ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏବେ ରାଜ୍ୟରେ ବର୍ଷା ପ୍ରାୟତଃ କମିଯିବ। ୩୧ ତାରିଖ ଯାଏଁ ସୁନ୍ଦରଗଡ, ଝାରସୁଗୁଡା,  ସମେତ  ଉତ୍ତର ପଶ୍ଚିମ ଆଭ୍ୟନ୍ତରରେରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଗତ କିଛି ସପ୍ତାହ ଧରି ରାଜ୍ୟରେ ପାଗ ଖରାଟିଆ ରହିଥିଲା।  ବାୟୁ ମଣ୍ତଳରେ ଆଦ୍ରତା ଅଧିକ ରହିବା ଯୋଗୁଁ ଭୀଷଣ ଗୁଳୁଗୁଳି ଅନୁଭୁତ ହେଉଥିଲା।  ଦିନରେ ଖରାଦିନ ଭଳି ଟାଣ ଖରା ଓ ଗରମ ଅନୁଭୂତ ହେଉଥିଲା। 


ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଉପରେ ସକ୍ରିୟ ରହିଛି। ଦୁର୍ବଳ ଲଘୁଚାପ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ଵର, ଭଦ୍ରକ(Bhadrak), ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳରେ ବର୍ଷା ଲାଗିରହିବ। ଉପକୂଳ ଓଡିଶାର ପୁରୀ, ଖୋର୍ଦ୍ଧା, କଟକ(Cuttack), ଜଗତସିଂହପୁର, ଯାଜପୁର, ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।