Weather Report: ମୌସୁମୀ ସମଗ୍ର ଦେଶକୁ ଆଚ୍ଛାଦନ କରିଛି। ଦେଶର ଅନେକ ରାଜ୍ୟରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେଉଛି। ମୌସୁମୀ ଜନିତ ବର୍ଷା ମଧ୍ୟ କେତେକ ରାଜ୍ୟରେ ବିପଦ ସୃଷ୍ଟି କରୁଛି। ଯେପରିକି ଆସାମରେ ବନ୍ୟା ଯୋଗୁ ପରିସ୍ଥିତି ସାଂଘାତିକ ହୋଇପଡ଼ିଛି। ସେହିପରି ମୁମ୍ବାଇ ସହର ବର୍ଷା ଜଳମଗ୍ନ ଅବସ୍ଥାରେ ରହିଛି। ହିମାଚଳ ଏବଂ ଉତ୍ତରାଖଣ୍ଡରେ ଲ୍ୟାଣ୍ଡ ସ୍ଲାଇଡ୍ ଯୋଗୁଁ ପରିସ୍ଥିତି ଖରାପ। ସମଗ୍ର ଦେଶରେ ନଦୀଗୁଡିକର ଜଳସ୍ତର ବଢି଼ବାରେ ଲାଗିଛି।


COMMERCIAL BREAK
SCROLL TO CONTINUE READING

ପରିସ୍ଥିତି ଏପରି ହୋଇଛି ଯେ ଯାତାୟତ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ରେଳ ସେବାକୁ ସ୍ଥଗିତ ରଖିବାକୁ ପଡି଼ଛି। ବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିଛି। ଲୋକମାନେ ପ୍ରାଣ ହରାଉଛନ୍ତି। ଆଜି ଦିଲ୍ଲୀ-ଏନସିଆର ସମେତ ଦେଶର ପ୍ରାୟ ୨୧ ଟି ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।


ଏହି ରାଜ୍ୟଗୁଡିକରେ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ:


ପାଣିପାଗ ବିଭାଗ ଅନୁଯାୟୀ ଆଜି ମହାରାଷ୍ଟ୍ର, ଆସାମ, ଗୋଆ, ଅରୁଣାଚଳ ପ୍ରଦେଶ, ମେଘାଳୟ, କର୍ଣ୍ଣାଟକ ଆଦି ୭ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ବିହାର, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରାଖଣ୍ଡ, ରାଜସ୍ଥାନ, ଛତିଶଗଡ, କେରଳ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା, ମିଜୋରାମ, ମଣିପୁର, ତେଲେଙ୍ଗାନାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୧୨ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


ଦିଲ୍ଲୀ-ଏନସିଆରରେ ଦିନ ପାଇଁ ୟେଲୋ ଆଲର୍ଟ ଜାରି:


ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସୋମବାର ସକାଳେ ଦିଲ୍ଲୀ-ଏନସିଆରରେ ଆକାଶ ମେଘୁଆ ରହିଥିଲା। ଏହା ପରେ, ଅପରାହ୍ନରେ ଖରାଦିନ ଥିଲା, କିନ୍ତୁ ସନ୍ଧ୍ୟା ସୁଦ୍ଧା ଏହା ଘନ ମେଘ ଦ୍ୱାରା ଆଚ୍ଛାଦିତ ହୋଇଥିଲା | ପବନ ବହିବା ସହ ଝିପି ଝିପି ବର୍ଷା ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା। ୧୧ ଓ ୧୨ ଜୁଲାଇରେ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।


ଆଜି ମୁମ୍ବାଇରେ ପାଗ..


ଆଜି ମଧ୍ୟ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ରାଜ୍ୟର ୬ଟି ଜିଲ୍ଲା, ମୁମ୍ବାଇ, ରାୟଗଡ, ରତ୍ନଗିରି, ସିନ୍ଧୁଦର୍ଗ, ପୁଣେ, ସାତାରାରେ ପ୍ରବଳ ବର୍ଷା ହେବା ନେଇ ରେଡ ଆଲର୍ଟ ଜାରି କରାଯାଇଛି। ଜୁଲାଇ ୧୨ ପର୍ଯ୍ୟନ୍ତ ମୁମ୍ବାଇରେ ବର୍ଷା ଜାରି ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ହେତୁ ମୁମ୍ବାଇର ଅନେକ ଅଞ୍ଚଳ ପାଣିରେ ବୁଡ଼ି ଯାଇଛି। ରାସ୍ତା ଏବଂ ରେଳ ଟ୍ରାକ୍ ଜଳମଗ୍ନ ହୋଇଛି। ବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିଛି | ରବିବାର ସକାଳେ ୭ ଘଣ୍ଟାରେ ୩୦୦ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଘର ଭିତରେ ରହିବାକୁ ବିଏମସି ଲୋକଙ୍କୁ ନିବେଦନ କରିଛି।


ଆସାମରେ ବନ୍ୟା ଯୋଗୁଁ ୮୫ ଜଣଙ୍କର ମୃତ୍ୟୁ


ଭୂସ୍ଖଳନ ଏବଂ ଝଡ଼ ଯୋଗୁଁ ୮୫ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ୨୯ ଟି ଜିଲ୍ଲା ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। ଏଥିମଧ୍ୟରୁ ଧୁବ୍ରିରେ ବନ୍ୟା ଯୋଗୁଁ ସର୍ବାଧିକ ୭.୯୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ସହିତ କାଚର ଏବଂ ଡାରଙ୍ଗ ଜିଲ୍ଲା ମଧ୍ୟ ବନ୍ୟା ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ହୋଇଛି, ଉଭୟ ଜିଲ୍ଲାର ବନ୍ୟାରେ ୧.୫ ଲକ୍ଷ ଲୋକ ଫସି ରହିଛନ୍ତି।