Weather Update: ବଦଳିଛି ରାଜ୍ୟର ପାଣିପାଗ।  ରାଜ୍ୟ ତମାମ୍ ହୋଇଛି ବର୍ଷା । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଗତକାଲି ବିଭିନ୍ନ ସ୍ଥାନରେ ହୋଇଛି। ତାପମାତ୍ରା ବି ଖସିଛି । ଆଉ ଖରାରୁ ଆଶ୍ବସ୍ତି ପାଇଛନ୍ତି ରାଜ୍ୟବାସୀ। କାଳବୈଶାଖି ପ୍ରଭାବରେ ରାଜ୍ୟରେ ମଙ୍ଗଳବାର ଦିନ ପ୍ରବଳ ବର୍ଷା ହୋଇଛି।  ଉପକୂଳ ଓଡି଼ଶାର କେତେକ ସ୍ଥାନରେ ଆଜିବି (ବୁଧବାର) ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ବୁଧବାର ,ଜାଣନ୍ତୁ ଆଜିର ରାଶିଫଳ


କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଗଜପତି, ଗଂଜାମ୍, ଖୋର୍ଦ୍ଧା, ନୟାଗଡ ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ୭୦ ରୁ ୧୧୦ କିଲୋମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି। ଏସବୁ ସ୍ଥାନରେ ବର୍ଷା ଓ ପବନ ସହ ଘଡ଼ଘଡି ବି ହୋଇପାରେ। ବୁଧବାର  ଭାରୀ ବର୍ଷା ସହ ବଜ୍ରପାତର  ଆଶଙ୍କା ନେଇ ୮ ଜିଲ୍ଲାକୁ ଅରେଂଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ୍, କନ୍ଧମାଳ, ରାୟଗଡା, ମାଲକାନଗିରି, ଢେଙ୍କାନାଳ , ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି। ଏବଂ ୨୧ ତାରିଖରେ ହାଲୁକା ବର୍ଷା କିଛି ସ୍ଥାନରେ ହୋଇପାରେ।  ବର୍ଷା ଯୋଗୁଁ ତାପମାତ୍ରା ବହୁ ସ୍ଥାନରେ ହ୍ରାସ ପାଇଛି। 


ଆସନ୍ତା ୨ ଦିନ ରାଜ୍ୟରେ ତାପମାତ୍ରା ଆହୁରି ୪ ଡିଗ୍ରୀ କମିପାରେ। ହେଲେ, ତିନି ଦିନ ପରେ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ, ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ୨୧ ତାରିଖ ପରେ ବର୍ଷା ହେବନି। ପାଗ ଶୁଖିଲା ରହିବ। ୨୦ରେ  ଉତ୍ତର ଆଭ୍ୟନ୍ତରଣ ମଧ୍ୟମ ଧରଣର ବର୍ଷା  ସହ କୁଆପଥର ପଡି଼ପାରେ। ଉତ୍ତର ଉପକୂଳରେ ୨୦ରୁ ବର୍ଷା କମିବ। ୨୧ ଯାଏ ନୟାଗଡ, ଗଂଜାମ୍ ଓ ଗଜପତିରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା  ହୋଇପାରେ।  ୨୨ରୁ ରାଜ୍ୟରେ ତାପମାତ୍ରା ବଢିବ।