Weather Update: ବାତ୍ୟା ଦାନା ପ୍ରଭାବରେ  ମାସ ଶେଷ ଯାଏଁ କୋହଲା ପାଗ ରହିବ।  ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହେବ। ଆଜିଠାରୁ ବର୍ଷା ପ୍ରାୟତଃ କମିଯିବ। ୩୧ ତାରିଖ ଯାଏଁ ସୁନ୍ଦରଗଡ, ଝାରସୁଗୁଡା,  ସମେତ  ଉତ୍ତର ପଶ୍ଚିମ ଆଭ୍ୟନ୍ତରରେରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଗତ କିଛି ସପ୍ତାହ ଧରି ରାଜ୍ୟରେ ପାଗ ଖରାଟିଆ ରହିଥିଲା।  ବାୟୁ ମଣ୍ତଳରେ ଆଦ୍ରତା ଅଧିକ ରହିବା ଯୋଗୁଁ ଭୀଷଣ ଗୁଳୁଗୁଳି ଅନୁଭୁତ ହେଉଥିଲା।  ଦିନରେ ଖରାଦିନ ଭଳି ଟାଣ ଖରା ଓ ଗରମ ଅନୁଭୂତ ହେଉଥିଲା। 

 


 


 

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ  ବାତ୍ୟା ସ୍ଥିତି ପରେ ପାଗ ଥଣ୍ତା ପଡି ଯାଇଥିଲା। ଗତ ୨ ଦିନ ଧରି ରାତି ବେଳା ସାମାନ୍ୟ ଥଣ୍ତା ଅନୁଭୂତ ହେଉଛି।  ଗୁରୁବାର ଫୁଲବାଣୀରେ ରାତିରେ ତାପମାତ୍ରା  ସବୁଠୁ କମ୍ ବା ୧୭.୫ ଡିଗ୍ରୀ ଅନୁଭୂତ ହେଉଥିଲା। ଦାରିଙ୍ଗିବାଡି, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର ଭଳି ସ୍ଥାନରେ ରାତିରେ ଥଣ୍ତା ପଡି଼ଥିଲା।  ଏହି ୫ଟି ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା। ଆଗକୁ ଏହିଭଳି ତାପମାତ୍ରା ଜାରି ରହିବ।  ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର  ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଆଜି (ଶନିବାର) ପାଗ ସାଧାରଣତଃ ମେଘୁଆ ରହିବ। ବାତ୍ୟା ଦାନା ଦୁର୍ବଳ ହୋଇ  ଲଘୁଚାପ ଅବସ୍ଥାକୁ  ଆସିବା ସହ  ସଂନ୍ଧ୍ୟା ପରେ ମିଳେଇ ଯାଇପାରେ। ୨୭ରୁ ପାଗ ଫିଟିବ। ତା ପରେ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ। ଆଜି ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି, ବରଗଡ, ଦେବଗଡ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର  ଓ ସୁନ୍ଦରଗଡରେ ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି।