Weather Update: ଶୀତରେ ଥରୁଛି ସାରା ଓଡି଼ଶା। ଜାନୁଆରୀରେ ଶୀତର (winter)ପ୍ରଭାବ୍ କମିପାରେ। ସ୍ବାଭାବିକ ଠାରୁ ରାତ୍ରିର ତାପମାତ୍ରା ଅଧିକ ରହିବା ଯୋଗୁଁ ରାତିରେ ଥଣ୍ତା ମଧ୍ୟ କମିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି(Bhubaneswar Meteorological Centre)। ଆଗାମୀ ୪ରୁ ୫ ତାରିଖରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି, ୬ ଏବଂ ୭ ତାରିଖରେ ଶୁଖିଲା ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


COMMERCIAL BREAK
SCROLL TO CONTINUE READING

 



ALSO READ : Budh Gochar 2024: ଧନୁକୁ ଚଳନ କରିବେ ବୁଧ, ତିନି ରାଶିଙ୍କ ଉପରେ ହେବ ଧନ ବର୍ଷା


ALSO READ : Today Horoscope: ଅକସ୍ମାତ୍ ଧନ ପ୍ରାପ୍ତିର ରହିଛି ଯୋଗ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ?


ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୁଲେଟିନ୍ ଜାରି କରି କୁହାଯାଇଛି ଯେ, ଆଗାମୀ ୩ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ, ୪ ତାରିଖରେ ଝାରସୁଗୁଡା, ମୟୁରଭଂଜ, କେନ୍ଦୁଝର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୫ ତାରିଖରେ ବରଗଡ,ସମ୍ବଲପୁର, ଝାରସୁଗୁଡା,ସମ୍ବଲପୁର, ଦେବଗଡ, କେନ୍ଦୁଝର, ଦେବଗଡ ଓ ମୟୁରଭଂଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବାନ ରହିଛି। କିନ୍ତୁ ରାଜ୍ୟର ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ। 


କୁହୁଡି଼ କୁ ନେଇ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ୨ ତାରିଖରେ କଳାହାଣ୍ତି, କନ୍ଧମାଳ, ରାୟଗଡା, ସୋନପୁର, କୋରାପୁଟ୍,ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ, ଦେବଗଡ, ସୁନ୍ଦରଗଡ, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁହୁଡି ହେବାର ସମ୍ଭାବନା ରହିଛି। ୩ ତାରିଖ ସକାଳେ ନୟାଗଡ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅଧିକ କୁହୁଡି (fog) ଦୃଶ୍ୟମାନ ହେବା ନେଇ ସତର୍କତା ଜାରି କରାଯାଇଛି।