Weather Update: ରାଜ୍ୟରୁ ଶୀତ (cold)ଗାଏବ ହୋଇଥିବା ବେଳେ ଘନ କୁହୁଡିର(fog)ପ୍ରକୋପ ଜାରି ରହିଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre)ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି।  ଆଜି ରାଜ୍ୟରେ ୮ ଜିଲ୍ଲାରେ ବର୍ଷା (rain) ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହ ପାରଦ ସ୍ବାଭାବିକ ଠାରୁ ଉପରେ ରହିଛି। ଗତ ୨୪ ଘଣ୍ଟାରେ ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସର୍ବାଧିକ ଦିନ ତାପମାତ୍ରା ଟିଟିଲାଗଡ଼, ମାଲକାନଗିରି ଓ ପାରଳାଖେମୁଣ୍ତିରେ ୩୪ ଡିଗ୍ରୀ ରେକର୍ଡ଼ ହୋଇଛି। 


COMMERCIAL BREAK
SCROLL TO CONTINUE READING

 



ALSO READ: Today Horoscope: ସିଂହ ସହ ଏହି ତିନି ରାଶି ରୁହନ୍ତୁ ସାବଧାନ୍, ଜାଣନ୍ତୁ ଆଜିର ରାଶିଫଳ


ସୁନ୍ଦରଗଡ଼ରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା (heavy rain) ହୋଇଥିବା ବେଳେ  କଟକ, ପାରାଦୀପ, କେନ୍ଦ୍ରାପଡା ଓ ଭୁବନେଶ୍ବରରେ ଘନ କୁହୁଡି଼ ନଜରକୁ ଆସିଛି। ସେହିପରି ଆଜି ଏହି ସବୁ ଜିଲ୍ଲା- ସୁନ୍ଦରଗଡ଼, କେନ୍ଦୁଝର,ଝାରସୁଗୁଡା, ମୟୂରଭଂଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ବରଗଡରେ ବର୍ଷା ସମ୍ଭାବନା ରହିଛି। ସେହିପରି କନ୍ଧମାଳ, ପୁରୀ, ଖୋର୍ଧା, ନୟାଗଡ଼ , ଗଂଜାମ, ଗଜପତି, କୋରାପୁଟ୍, ରାୟଗଡା ,କଟକ ଓ ଜଗତସିଂହପୁର ଘନ କୁହୁଡି଼ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। 


ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଫେବୃଆରୀ ପ୍ରଥମ ସପ୍ତାହରୁ ଶୀତ କୁଆଡେ ହଜି ଯାଇଛି। ଉପକୂଳ ଓଡି଼ଶାରେ ରାତିର ତାପମାତ୍ରା ଯେତିକି ରହିବା କଥା ତା ଠାରୁ ୨ ରୁ ୫ ଡିଗ୍ରୀ ଅଧିକ ଅଛି।  ଆଭ୍ୟନ୍ତରୀଣ ଓଡି଼ଶାରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୭ ଡିଗ୍ରୀ ଯାଏଁ ଅଧିକ ରହିଛି।  ସ୍ଥିତି ଏମିତି ଯେ, ଫେବୃଆରୀ ଆରମ୍ଭରୁ ହିଁ ଏସି, ଫ୍ୟାନ୍ ବିନା ରହି ହେଉନି। ବାହାରେ ଖରା ବାଧିଲାଣୀ। ଲାଗୁଛି ଯେମିତି ମାର୍ଚ୍ଚ ମାସ ଆସିଗଲା। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରୁ ହିଁ ଗରମ ଧିରେ ଧିରେ ବଢିଥାଏ। ମାତ୍ର ଏଥର ପ୍ରଥମ ସପ୍ତାହରୁ ହିଁ ସ୍ଥିତି ଅସ୍ବାଭବିକ ହେଲାଣୀ।