Weather Update: ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରେ ତାପମାତ୍ରା ଢେର୍ ବଢିଛି।  ୨୦୨୪ରେ ସୁପର ଏଲ ନିନୋ ଅନୂଭୂତ ହେବା ନେଇ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଚେତାବନୀ ଦେଇଛନ୍ତି।  ମାର୍ଚ୍ଚ ରୁ ମେଁ ମାସ ମଧ୍ୟରେ ରାଜ୍ୟ ତଥା ପଡୋଶୀ ରାଜ୍ୟରେ ଅସ୍ବାଭାବିକ ପାଣିପାଗ ସହ ପ୍ରବଳ ଗରମ ଅନୁଭୂତ ହେବ।  ଫଳରେ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ବିଗିଡିବା ସମ୍ଭାବନା ରହିଛି। ଏହା ଯୋଗୁଁ  କେଉଁଠି ମାତ୍ରାଧିକ ବୃଷ୍ଟି ତ କେଉଁଠି ସ୍ବଳ୍ପ ବୃଷ୍ଟି ହେବ।  


COMMERCIAL BREAK
SCROLL TO CONTINUE READING

 



ALSO READ: Today Horoscope: ଅଯଥା ବିବାଦରେ ଫସି ପାରନ୍ତି ଏହି ସବୁ ରାଶି, ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ ଦିନ?


କେନ୍ଦ୍ରୀୟ ଓ ପୂର୍ବ  ପ୍ରଶାନ୍ତ ମହାସାଗର ଅଂଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧିକୁ ନେଇ ଏଲ୍ ନିନୋ ବୋଲି କୁହାଯାଏ। ଏଲ୍ ନିନୋ କାରଣରୁ ସମୁଦ୍ର ପୃଷ୍ଠରେ ତାପମାତ୍ରା ସ୍ବାଭାବିକ  ଠାରୁ ୪-୫ ଡିଗ୍ରୀ  ଅଧିକ ହୋଇଥାଏ।  ଏହି ଗରମ ସମୁଦ୍ରରେ ପ୍ରବାହିତ ହେଉଥିବା ପବନର ପଥ ଓ ବେଗକୁ ବଦଳାଇଥାଏ।  ଏବଂ ପାଣିପାଗ ଚକ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥାଏ।  ୨୦୨୩ରେ ମଧ୍ୟ ଏଲ ନିନୋର ପ୍ରଭାବ ରହିଥିଲା।  ଯାହା ଫଳରେ  ୨୦୨୩ ସବୁଠୁ ଉତ୍ତପ୍ତ ବର୍ଷ ଥିଲା।  ଚଳିତ ବର୍ଷ ରୌଦ୍ର ତାପ ଗତବର୍ଷର ସବୁ ରେକର୍ଡ ଭାଙ୍ଗିବ ବୋଲି  ପୂର୍ବାକଳମ ପ୍ରକାଶ ପାଇଛି।


ଫେବୃଆରୀ ତୃତୀୟ ସପ୍ତାହରୁ ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୭ ଡିଗ୍ରୀ ଟପିଛି। ମାର୍ଚ୍ଚ, ଏପ୍ରିଲ୍ ଓ ମେ ମାସରେ ତାତି ରାଜ୍ୟବାସୀଙ୍କୁ କଲବଲ କରିବ ବୋଲି ପୂର୍ବାକଳନ କରାଯାଇଛି। ସେପଟେ ପଶ୍ଚିମାଝଡ଼ ଓ ଘୁର୍ଣ୍ଣିବଳୟ ସକାଶେ ରାଜ୍ୟରେ ହାଲୁକା ବର୍ଷା ରେକର୍ଡ ହୋଇଥିବା ବେଳେ ଦାରିଙ୍ଗିବାଡିରେ ସର୍ବାଧିକ ୨୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ମାଲକାନଗିରିରେ ସର୍ବାଧିକ ଦିନ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡହୋଇଛି। ଏବେ ୫ ଦିନ ରାଜ୍ୟର ରାତି ତାପମାତ୍ରାରେ କିଛି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ୨୮ ତାରିଖ ଯାଏଁ ରାଜ୍ୟରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ ହୋଇଛି। 


ସୋମବାର ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର, ଅନୁଗୁଳ, କଳାହାଣ୍ତି, କନ୍ଧମାଳ, ବୌଦ୍ଧ, ସମ୍ବଲପୁର ଓ ଦେବଗଡ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ କିଛି ସ୍ଥାନରେ ବିଜୁଳି ଘଡଘଡିର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ମଙ୍ଗଳବାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ୧୨ ଜିଲ୍ଲାରେ ବର୍ଷା ନେଇ ସମ୍ଭାବନା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ବୁଧବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବା ସହ ତାତି ବଢିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।