Weather Update: ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଗଲେଣୀ ରାଜ୍ୟବାସୀ।  ରାଜ୍ୟରେ ଘୂର୍ଣ୍ଣିବଳୟ ଓ କାଳବୈଶାଖି ସକ୍ରିୟ ରହିଛି।  ରବିବାର ରାଜ୍ୟରେ ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ଦିନ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଥିଲା। ଯାହା ଫଳରେ ରାଜ୍ୟବାସୀ ଅସଦ୍ୟ ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇଥିଲେ।  ଆଗାମୀ ୨୪ ଘଣ୍ଟା ରାଜ୍ୟରେ ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ୨ ଦିନ ମଧ୍ୟରେ ତାପମାତ୍ରା ପୁଣି ୪ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Petrol Diesel Price Today: ଭୁବନେଶ୍ବରରେ ବଢିଲା ପେଟ୍ରୋଲ-ଡିଜେଲ ଦାମ୍, ନଜର ପକାନ୍ତୁ ଆଜି କେତେ ରହିଛି ରେଟ୍



ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ଆଗାମୀ ଦିନରେ ସର୍ବାଧିକ ତାପମାତ୍ରା ବିଶେଷ ଭାବରେ ପରିବର୍ତ୍ତନ ହେବ ନାହିଁ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଦିନ ଓ ରାତିରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ।  ଉପକୂଳ ଓଡି଼ଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। 


ଗତ କିଛି ଦିନ ହେବ ରାଜ୍ୟରେ ଅସହ୍ୟ ଖରା ସହ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା। ପ୍ରବଳ ଗରମ ସହ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିଲେ। କିନ୍ତୁ ମେଘୁଆ ପାଗ ଯୋଗୁଁ ରବିବାର ତାତିରୁ ସାମାନ୍ୟ ତ୍ରାହି ମିଳିଛି। ପ୍ରବଳ ତାତି ନେଇ ୫ ଜିଲ୍ଲାକୁ ଆସନ୍ତାକାଲି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ସୋନପୁର, ବୌଦ୍ଧ, ବଲାଙ୍ଗୀର,କଳାହାଣ୍ତି ଓ ମାଲକାନଗିରି। ସେହିପରି ୩ ତାରିଖ ପାଇଁ  ୭ ଜିଲ୍ଲା ଓ ୪ ତାରିଖ ପାଇଁ ୯ ଜିଲ୍ଲାକୁ ଉଷ୍ମ ତାତି ପାଇଁ ସତର୍କ କରାଯାଇଛି। ସେହିପରି ୬ ତାରିଖ ବେଳକୁ ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନ ଗୁଡି଼କରେ ବର୍ଷା ହେବାର ସମ୍ଭାବନା ରହିଛି।