Weather Update: ଶୀତରେ (winter) ଆସୁଛି ବର୍ଷା (rain)। ଆଗାମୀ ଦିନରେ ରାଜ୍ୟରେ ବଦଳିବ ପାଗ। ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ (low pressure) କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୧୬ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଅବପାତ ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

 



Also Read: Special Train: ଛଟ୍ ପୂଜା ପାଇଁ ପୁରୀ-ପାଟନା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ଜାଣନ୍ତୁ କେବେଠୁ ?


Also Read: ISRO Recruitment 2023: ଇସ୍ରୋରେ ନିଯୁକ୍ତି ସୁଯୋଗ, ଏହି ପଦବୀ ପାଇଁ ମିଳିବ ୬୦ ହଜାର ଦରମା !


ସୂଚନା ଅନୁସାରେ, ରବିବାର ଦିନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଆଣ୍ତାମାନ ସାଗରରେ ରହିଛି । ଏହା ବାୟୁ ମଣ୍ତଳର ମଧ୍ୟ ଭାଗ ପର୍ଯ୍ୟନ୍ତ ବ୍ୟାପିଛି। ଯାହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ୧୫ ତାରିଖରୁ ଦକ୍ଷିଣ ଓ ଉପକୂଳ ବର୍ତ୍ତି ଜିଲ୍ଲା ଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୬ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି। ୧୬ ତାରିଖରୁ ୬ ଜିଲ୍ଲାରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ଏହି ୬ ଜିଲ୍ଲା ଗୁଡି଼କ ହେଲା, କଟକ , କେନ୍ଦ୍ରାପଡା, ଭଦ୍ରକ, ଗଞ୍ଜାମ, ଜଗତସିଂହପୁର ଓ ପୁରୀ। ଏହ ଆଉ କେତେକ ଜିଲ୍ଲାରେ ବି ବର୍ଷା ହାଲୁକା ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।