Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। କେବେଳ ଶୀତ ନୁହେଁ, ଘନ କୁହୁଡି଼ (fog) ମଧ୍ୟ ଲାଗି ରହିଛି।  ଶନିବାର ରାଉରକେଲା, ଢେଙ୍କାନାଳ, କୋରାପୁଟ, ଭୁବନେଶ୍ବର ଓ ଚାନ୍ଦବାଲିରେ ଘନ କୁହୁଡି଼ ଅନୂଭୁତ ହୋଇଛି।  ଏଠାରେ ଦୃଶ୍ୟମାନ କ୍ଷମତା ୫୦ ମିଟର ମଧ୍ୟରେ ରହିଛି। 


COMMERCIAL BREAK
SCROLL TO CONTINUE READING

 



ALSO READ: Today Horoscope: ଏହି ସବୁ ରାଶିଙ୍କ ପାଇଁ ବେଶ୍ ଖାସ୍ ରହିବ ରବିବାର, ବ୍ୟବସାୟରେ ହେବ ଅଧିକ ଲାଭ!


ରବିବାର ସକାଳେ ରାଜ୍ୟର ୬ ଜିଲ୍ଲାକୁ ଘନ କୁହୁଡି଼ ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କତା ଜାରି କରିଛି (Yellow warning issued for fog in 6 districts) ।  ସେହି ଜିଲ୍ଲା ଗୁଡି଼କ ହେଲା, କନ୍ଧମାଳ, କୋରାପୁଟ, ରାୟଗଡା, କଳାହାଣ୍ତି, ନୟାଗଡ ଓ କୋରାପୁଟକୁ ୟେଲୋ ଓ୍ବାର୍ଣ୍ଣିଂ (Yellow warning) ଜାରି ହୋଇଛି। ୫ ଦିନ ମଧ୍ୟରେ ରାତିର ତାପମାତ୍ରାରେ କିଛି ପରିବର୍ତ୍ତନ ବିଶେଷ ହୋଇନାହିଁ। ପାଗ ମୁଖ୍ୟତ ଶୁଖିଲା ରହିବା ସହ ରାତି ଉଷ୍ଣ ରହିବ ବୋଲି  ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। 


କୁହୁଡି଼ ଜନିତ ଦୁର୍ଘଟଣା ପାଇଁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ କେନ୍ଦ୍ରର ସତର୍କତା ପରେ ପୁଲିସ ଡିଜି ଏବଂ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଏସ୍ଆରସି (SRC)। ଘନ କୁହୁଡି ସମୟରେ ଗାଡି ଚଳାଚଳ ଉପରେ ନଜର ରଖିବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଶୁକ୍ରବାର, ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା କିଛି ସ୍ଥାନରେ ହୋଇଛି।