Weather Update: ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ରେକର୍ଡ ଭାଙ୍ଗୁଛି ତାତି। ଆଜି ବି କଲବଲ କରିଛି ମୁଣ୍ଡଫଟା ଖରା। ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଆଜି ଦିନ ସାଢେ ଦୁଇଟା ସୁଦ୍ଧା ୬ ସହରରେ ୪୦ ଡିଗ୍ରୀ ଉପରେ ପାରଦ ରେକର୍ଡ ହୋଇଛି। ସେପଟେ ଆଜି ଦିନ ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ଡେଇଁଛି। ଏହା ସହିତ ସବୁଠାରୁ ଉତ୍ତପ୍ତ ସହରର ମାନ୍ୟତା ପାଇଛି ରାଜଧାନୀ ଆଉ ୨୪ ଘଣ୍ଟା ରାଜ୍ୟରେ ସମାନ ସ୍ଥିତି ଲାଗି ରହିବ। ପରେ ୨୫ ତାରିଖ ଠାରୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ହେବ ବୋଲି ଆଞ୍ଚଳିକ ପାଣିପାଣ କେନ୍ଦ୍ର କହିଛି। ୨୪ ଓ ୨୫ ତାରିଖରେ ଉତ୍ତର ଓ ଉପକୂଳରେ  ଗ୍ରୀଷ୍ମପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୬ ଓ ୨୭ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଗମ୍ଭୀର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗ ଦ୍ୱାରା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ଝାରସୁଗୁଡ଼ାରେ ୪୨.୯, ଚାନ୍ଦବାଲିରେ ୪୨.୨,  ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୧.୮, ସମ୍ବଲପୁରରେ ୪୦.୧, ହୀରାକୁଦରେ ୩୯.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।


ସେପଟେ ୨୬ରେ ସିଭିୟର ହିଟଓ୍ବେଭ୍ ନେଇ ୧୧ ଜିଲ୍ଲାକୁ ଅରଂଜ୍ ଓ୍ବାର୍ଣ୍ଣିଂ କରାଯାଇଥିବା ବେଳେ ୨୭ରେ ସିଭିୟର୍ ହିଟଓ୍ବେଭ୍ ନେଇ ୧୯ ଜିଲ୍ଲାକୁ ଅରେଂଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୨୬ ରେ ସିଭିୟର୍ ହିଟଓ୍ବେଭ୍ ନେଇ ଅଂରେଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ୧୧ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ, ମୟୂରଭଂଜ, ବାଲେଶ୍ବର, ଭଦ୍ରକ,ଢେଙ୍କାନାଳ, ଯାଜପୁର, କଟକ ,କେନ୍ଦ୍ରାପଡା, ଜଗତସିଂହପୁର ଓ ଖୋର୍ଦ୍ଧା ରହିଛି। ସେହିପରି ୨୭ରେ ୧୯ ଜିଲ୍ଲା ମଧ୍ୟରେ ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡା,ସୁନ୍ଦରଗଡ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ବର, ଯାଜପୁର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଅରେଜଂ ଓ୍ବାର୍ଣ୍ଣିଂ ଜାରି ରହିଛି। ଏହି ସମୟ ଗୁଡିକରେ ଘରେ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଥିବା ବେଳେ ଅଂଶୁଘାତ  ପ୍ରତି ସତର୍କ ରହିଛି।