Babri masjid:


COMMERCIAL BREAK
SCROLL TO CONTINUE READING

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଏହାର ବୈଜ୍ଞାନିକ ସର୍ଭେ ରିପୋର୍ଟରେ ବାରାଣାସୀର ଜ୍ଞାନବାପୀ ମସଜିଦ ସ୍ଥାନରେ ଏକ ବିଶାଳ ମନ୍ଦିର ଥିଲା ବୋଲି ତା’ରିପୋର୍ଟରେ କହିଛି। ଅଦାଲତରେ ଦାଖଲ କରିଥିବା ସିଲ୍ ବନ୍ଦ ରିପୋର୍ଟରେ କୁହାଯାଇଛି ଯେ ସପ୍ତଦଶ ଶତାବ୍ଦୀରେ ମୋଗଲ ଶାସକ ଔରଙ୍ଗଜେବର ଶାସନ କାଳରେ ଜ୍ଞାନବାପୀ ମସଜିଦ ନିର୍ମାଣ କରାଯାଇଥିଲା। ଏହା ପରେ 1792-93 ମଧ୍ୟରେ ମସଜିଦ ମରାମତି କରାଯାଇଥିଲା ।


ASI ରିପୋର୍ଟରେ କ’ଣ ଅଛି?


ASIର ରିପୋର୍ଟ ହେଉଛି 839 ପୃଷ୍ଠା ବିଶିଷ୍ଟ । ଏହି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଜ୍ଞାନବାପୀ ମସଜିଦ ଏକ ହିନ୍ଦୁ ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଥିଲା। ମସଜିଦ ଭିତରେ ଦେବନଗରୀରେ ହିନ୍ଦୁ ଦେବତା ଏବଂ ଦେବୀଙ୍କ ନାମ  ଲେଖାଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ମନ୍ଦିରର ଭଗ୍ନାବେଶଷକୁ  ମସଜିଦର ଏକ ଅଂଶ ନିର୍ମାଣରେ ବ୍ୟବହାର  କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ମସଜିଦର ତଳ ମହଲାରେ ଥିବା ମୂର୍ତ୍ତିଗୁଡ଼ିକ ସେଠାରେ ଏକ ବଡ଼ ଏବଂ ମହାନ ହିନ୍ଦୁ ମନ୍ଦିର ଥିବାର ପ୍ରମାଣ ଦେଉଛି ।


ସୂଚନାଯୋଗ୍ୟ ଯେ, ଜ୍ଞାନବାପୀ ମସଜିଦ ମାମଲା କୋର୍ଟରେ ବିଚାରାଧୀନ ଅଛି। କୋର୍ଟଙ୍କ ନିର୍ଦ୍ଦେଶରେ ମସଜିଦ ଭିତରେ ଥିବା ବିବାଦୀୟ ବାଥରୁମକୁ ସିଲ୍ କରାଯାଇଛି। ହିନ୍ଦୁ ପକ୍ଷ ଦାବି କରିଛନ୍ତି ଯେ ବାଜୁଖାନାରେ ଏକ ଶିବଲିଙ୍ଗ ଅଛି। ଯେତେବେଳେ କି ମୁସଲମାନ ଦଳ ଏହାକୁ ଏକ ଫୁଆରା ବୋଲି କହୁଛନ୍ତି। ବର୍ତ୍ତମାନ, ASI ର ସଦ୍ୟତମ ସର୍ଭେ ରିପୋର୍ଟ ପରେ ଜ୍ଞାନବାପୀ ପ୍ରସଙ୍ଗ ପୁଣି ଥରେ ଉଷ୍ମ ହୋଇଛି। ହିନ୍ଦୁ ଦଳ ନିଜ ଦାବିକୁ ଅଧିକ ବଳ ପ୍ରଦାନ ପାଇଁ ପୂର୍ବତନ ଏଏସଆଇ ଅଧିକାରୀ କେ.କେ ମହମ୍ମଦଙ୍କ ଜ୍ଞାନବାପୀ ସଂକ୍ରାନ୍ତୀୟ  ବିବୃତ୍ତିର ସାହାଯ୍ଯ ନେଉଛନ୍ତି ।


ସୂଚନାଯୋଗ୍ୟ ଯେ, କେ.କେ ମହମ୍ମଦ ଏଏସଆଇର ସେହି ଦଳରେ ଥିଲେ  ଯିଏକି ଅଯୋଧ୍ୟାରେ ବିବାଦୀୟ ବାବ୍ରି ମସଜିଦ ଢାଞ୍ଚାରେ ପ୍ରଥମ ଖନନ କରିଥିଲେ ଏବଂ ପରେ ତାଙ୍କ ରିପୋର୍ଟରେ କହିଥିଲେ ଯେ ସେଠାରେ ଏକ ମନ୍ଦିର ଅଛି। 2019 ମସିହାରେ ଅଯୋଧ୍ୟା ବିବାଦ ଉପରେ ହୋଇଥିବା ନିଷ୍ପତ୍ତିରେ ସୁପ୍ରିମକୋର୍ଟ କେ.କେ ମହମ୍ମଦଙ୍କ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି।


କେ.କେ ମହମ୍ମଦ ଜ୍ଞାନବାପୀ ଉପରେ କ’ଣ କୁହନ୍ତି?


ଏକ ହିନ୍ଦି ୱେବ୍ ପୋର୍ଟାଲକୁ ଦେଇଥିବା  ସାକ୍ଷାତକାରରେ ମହମ୍ମଦଙ୍କୁ ଜ୍ଞାନବାପୀ ବାଜୁଖାନା ଭିତରେ ଏକ ଶିବଲିଙ୍ଗ କିମ୍ବା ଫୁଆରା ଅଛି କି ନାହିଁ ବୋଲି ପଚରାଯାଇଥିଲା । ଯାହାର ଉତ୍ତରରେ ସେ କହିଥିଲେ ଯେ, ଏହା କେବଳ ୱାଜୁଖାନାର ବିଷୟ ନୁହେଁ ବଂର ପୁରା ଜ୍ଞାନବାପୀ ମସଜିଦର ଢାଞ୍ଚା ହିଁ  ପ୍ରଶ୍ନ ଘେରରେ ରହିଛି । ତାଙ୍କ ଅନୁସାରେ ପୁରା ଜ୍ଞାନବାପୀ ମସଜିଦ ଗୋଟିଏ ମନ୍ଦିର ଥିଲା । ଯାହାକୁ  ପରେ ଔରଙ୍ଗଜେବ ଭାଙ୍ଗି  ମସଜିଦରେ ପରିଣତ କରିଥିଲେ।


‘କାନ୍ଥ କହୁଛି ସେଠାରେ ଏକ ମନ୍ଦିର ଥିଲା’


କେ କେ ମହମ୍ମଦ କହିଥିଲେ ଯେ,ହିନ୍ଦୁ ମନ୍ଦିର ଭାଙ୍ଗି ଜ୍ଞାନବାପୀ ମସଜିଦ ତିଆରି କରାଯାଇଥିଲା । ସେ କହିଥିଲେ ଯେ,ଯେତେବେଳେ ବି ଜ୍ଞାନବାପୀ ମସଜିଦ କିମ୍ବା ମଥୁରାରର ଶାହି ଇଦଗାହ କଥା ଉଠେ ସେତେବେଳେ କୁହାଯାଏ ଯେ,ଆଗରୁ ହିନ୍ଦୁମାନେ ନିଜ ସମ୍ପତିକୁ ମନ୍ଦିରରେ ରଖୁଥିଲେ । ତେଣୁ ମନ୍ଦିର ସବୁ ଉପରେ ଆକ୍ରମଣ ହୋଇଥିଲା । ଯଦି ଏହା ସତ ତେବେ ସେମାନେ ସମ୍ପତି ନେବା ପରେ ମନ୍ଦିର ସବୁ ଭାଙ୍ଗୁଥିଲେ କାହିଁକି ? ଜ୍ଞାନବାପୀର କାନ୍ଥ ହିଁ କହୁଛି ଏହା ମନ୍ଦିର ଥିଲା ।


ତେବେ  ସମାଧାନ କ’ଣ?


ମହମ୍ମଦଙ୍କ ଅନୁସାରେ ସବୁ ମୁସଲମାନ ଧାର୍ମିକ ନେତାମାନେ ଏକତ୍ରିତ ହୋଇ ଏହି ମସଜିଦଗୁଡ଼ିକୁ ହିନ୍ଦୁ ପକ୍ଷକୁ ହସ୍ତାନ୍ତର କରିବା ଉଚିତ୍ କାରଣ ଏହି ସ୍ଥାନଗୁଡ଼ିକ ହିନ୍ଦୁ ପକ୍ଷ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଜ୍ଞାନବାପୀ ଭଗବାନ ଶଙ୍କରଙ୍କ ସହ ଜଡିତ ଥିବାବେଳେ ମଥୁରା ଭଗବାନ କୃଷ୍ଣଙ୍କ ସହ ଜଡିତ। ସେଠାରେ ଥିବା ମସଜିଦ ସହିତ ମୁସଲମାନମାନଙ୍କର କୌଣସି ଭାବନାତ୍ମକ ସମ୍ପର୍କ ନାହିଁ।


ସୂଚନାଯୋଗ୍ୟ ଯେ କେ.କେ ମହମ୍ମଦ 2012 ମସିହାରେ ASI ର ଉତ୍ତର ଜୋନର ଆଞ୍ଚଳିକ ନିର୍ଦ୍ଦେଶକ ପଦରୁ ଅବସର ନେଇଥିଲେ। 1976 ରେ ସେ ପ୍ରତ୍ନତତ୍ତ୍ୱବିତ୍ ବିବି ଲାଲଙ୍କ ଦଳରେ ସାମିଲ ଥିଲେ ଯାହା ପ୍ରଥମ ଥର ପାଇଁ ବାବ୍ରି ମସଜିଦ ଖନନ କରିଥିଲା ।| ମହମ୍ମଦ ବର୍ତ୍ତମାନ କେରଳର କୋଜିକୋଡେରେ ରୁହନ୍ତି ଏବଂ ଅନେକ ପୁସ୍ତକ ଲେଖିଛନ୍ତି