200 INDIAN FIGHTING AGAINST HAMAS: 


COMMERCIAL BREAK
SCROLL TO CONTINUE READING

ଇସ୍ରାଏଲ ଓ ହମାସ ମଧ୍ଯରେ ମାସାଧିକ ଧରି ଚାଲିଥିବା ଯୁଦ୍ଧ ବେଳକୁ ବେଳ ରକ୍ତାକ୍ତ ହେବାରେ ଲାଗିଛି । ଭାରତ ଇସ୍ରାଏଲ ପଛରେ ଛିଡା଼ ହୋଇଥିବା ବେଳେ ଏମିତି ଗୋଟିଏ ଖବର ଆସିଛି ଯାହା ଚକିତ କଲାଭଳି । ଏହି ଖବର ଅନୁସାରେ ହମାସର ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ମଧ୍ଯ ଯୁଦ୍ଧ ଲଢୁଛନ୍ତି । ଜଣେ ନୁହନ୍ତି କି ୨ ଜଣ ,୨ଶହରୁ ଅଧିକ ଭାରତୀୟ ହମାସ ବିରୋଧରେ ହତିଆର ଉଠାଇଛନ୍ତି । ହମାସ ବିରୋଧରେ ଯୁଦ୍ଦ ଲଢୁଥିବା ଏହି ଭାରତୀୟମାନଙ୍କର ଇସ୍ରାଏଲ ସହିତ ସମ୍ପର୍କ ୨ ହଜାର ବର୍ଷରୁ ଅଧିକ ପୁରୁଣା । ୨ ହଜାର ବର୍ଷ ବିତିଯାଇଥିଲେ ବି ସେହି ସମ୍ପର୍କର ବନ୍ଧନ ଢିଲା ପଡିନି ବଂର ଅଧିକ ଶକ୍ତ ହୋଇଛି । ଆସନ୍ତୁ ହମାସ ବିରୋଧରେ  ଯୁଦ୍ଧ ମୈଦାନରେ ଲଢେଇ କରୁଥିବା ୨ଶହ ଭାରତୀୟଙ୍କ ବାବଦରେ ଜାଣିବା ।


କମ୍ବାଟ୍ ୟୁନିଟରେ ୭୫ ବେନି ମେସାଇ


ଭାରତରୁ ନିକଟରେ ଆସିଥିବା ପ୍ରବାସୀମାନଙ୍କ ମଧ୍ୟରୁ ୭୫ କମ୍ବାଟ୍ ବା ସକ୍ରୀୟ ଯୁଦ୍ଧ ୟୁନିଟରେ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷରେ ୧୪୦ ଜଣଙ୍କୁ ରିଜର୍ଭ ଡ୍ୟୁଟିରେ ନିୟୋଜିତ କରାଯାଇଛି । ,ଶାଭି ଇସ୍ରାଏଲ ସଂଗଠନ ମାଇକେଲ୍ ଫ୍ରଣ୍ଡ୍ ଦ୍ୱାରା ପ୍ରତିଷ୍ଠିତ । ଜେରୁଜେଲମରୁ ସଂଚାଳିତ  ଶାଭି ଇସ୍ରାଏଲ୍, ସମଗ୍ର ବିଶ୍ୱରେ ଇସ୍ରାଏଲ୍ ଏବଂ ଇସ୍ରାଏଲ ବାହାରେ ରହୁଥିବା ଇହୁଦି ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାକୁ ଲକ୍ଷ୍ୟ ରଖେ । ସଂଗଠନ ଅନୁଯାୟୀ, ସେମାନେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବେନି ମେନାସେ ସମ୍ପ୍ରଦାୟର ଇସ୍ରାଏଲ ବାହୁଡାକୁ ସମର୍ଥନ କରିଆସୁଛନ୍ତି । କୁହାଯାଏ ଯେ ସେମାନେ ଇସ୍ରାଏଲର ହଜିଯାଇଥିବା ସଂପ୍ରଦାୟ ବେନି ମେନାଶେର ବଂଶଧର ଅଟନ୍ତି। ବେନି ମେନାଶେ ଅର୍ଥ ମେନାଶେଙ୍କ ସନ୍ତାନ । ଇହୁଦି ସମ୍ପ୍ରଦାୟର ହଜିଯାଇଥିବା ଦଶ ଗୋଷ୍ଠୀ ମଧ୍ୟରୁ ଏହା ଗୋଟିଏ । ବର୍ତ୍ତମାନ ବେନି ମେନାଶେ ସମ୍ପ୍ରଦାୟର ପ୍ରାୟ ତିନି ହଜାର ସଦସ୍ୟ ଇସ୍ରାଏଲରେ ରହୁଛନ୍ତି। ବାକି ଏବେ ମଧ୍ଯ  ଭାରତରେ ରହିବା ସହିତ ଇହୁଦି ଧର୍ମ ଅନୁସରଣ କରୁଛନ୍ତି ।


ଜେରୁଜେଲମ ପୋଷ୍ଟକୁ ଦେଇଥିବା ସାକ୍ଷାତକାରରେ ଶେଭି ଇସ୍ରାଏଲର ପ୍ରତିଷ୍ଠାତା କହିଛନ୍ତି ଯେ ଭାରତରେ ମୋଟ ୫ ହଜାର ମେନାଶେ ସମ୍ପ୍ରଦାୟର ଲୋକ ଅଛନ୍ତି। ଯେଉଁମାନେ ଗତ କିଛି ବର୍ଷ ଧରି ଇସ୍ରାଏଲକୁ ଆସିବା ପାଇଁ ଆବେଦନ କରି ଆସୁଛନ୍ତି । ଶେଭି ଇସ୍ରାଏଲ ଅନୁସାରେ,ଭାରତରୁ ଆସିଥିବା ବେନି ମେନାଶେ ସମ୍ପ୍ରଦାୟର ୯୯ ପ୍ରତିଶତ ପୁରୁଷ ହମାସ ବିରୋଧରେ ଯୁଦ୍ଦ ଲଢୁଛନ୍ତି । ଅନ୍ୟପକ୍ଷରେ ୯୦ ପ୍ରତିଶତ ମହିଳା ଜାତୀୟ ସେବାରେ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଅକ୍ଟୋବର 7 ରୁ ଜାରି ରହିଥିବା ଯୁଦ୍ଧରେ ଇସ୍ରାଏଲର ଉତ୍ତରରେ ହିଜବୁଲ ରକେଟ ମାଡ଼ରେ ବେନେ ମେନାସେ ସମ୍ପ୍ରଦାୟର ଜଣେ ୨୬ ବର୍ଷିୟ ସଦସ୍ୟ ନାଟାନେଲ ଟୁଥାଙ୍ଗ ଆହତ ହୋଇଥିଲେ। ଆହତ ହୋଇଥିବା ବେଳେ ତାଥାଙ୍ଗ ଜିଭାଟି ବ୍ରିଗେଡ ସହିତ ଥିଲେ।


ଭାରତରୁ ଅନୁରୋଧ


ଯୁଦ୍ଧ ଆରମ୍ଭ ହେବା ପରଠାରୁ ଉତ୍ତର-ପୂର୍ବ ଭାରତର ଇହୁଦି ସମ୍ପ୍ରଦାୟର ସଦସ୍ୟଙ୍କଠାରୁ ଶତାଧିକ ଅନୁରୋଧ ଇସ୍ରାଏଲ ଯିବାକୁ ଆସୁଛି । ଉତ୍ତର ପୂର୍ବ ଭାରତର ଏହି ଇହୁଦି ଯୁବକ ତୁରନ୍ତ ଇସ୍ରାଏଲ ଯାଇ ଯୁଦ୍ଧରେ ଯୋଗ ଦେବାକୁ ଇଛୁକ ବୋଲି ଶେଭାଇ ଇସ୍ରାଏଲ କହିଛି ।  ଏଣେ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତରେ ଛୁଟି କଟାଉଥିବା ପ୍ରାୟ ୨୫ଶହ ଇସ୍ରାଏଲ୍ ନାଗରିକ ଚୁପଚାପ୍ ଭାରତ ଛାଡି ଇସ୍ରାଏଲକୁ ଫେରି ସଶସ୍ତ୍ର ବାହିନୀରେ କିମ୍ବା ଜାତୀୟ ସେବାରେ ଯୋଗ ଦେଇଛନ୍ତି।