Why Israel wants Indians for blue collar jobs: 


COMMERCIAL BREAK
SCROLL TO CONTINUE READING

ଇସ୍ରାଏଲ-ହମାସ ଯୁଦ୍ଧ ସୃଷ୍ଟି କଲା ୧ ଲକ୍ଷ ଭାରତୀୟଙ୍କ ପାଇଁ ନିଯୁକ୍ତି ସୁଯୋଗ
ହମାସ୍ – ଇସ୍ରାଏଲ ଯୁଦ୍ଧ ପରଠାରୁ ଇସ୍ରାଏଲରୁ ଗାଜାକୁ ହଜାର ହଜାର ପାଲେଷ୍ଟାଇନ କର୍ମଚାରୀ ପଳାୟନ କରିଛନ୍ତି । ଦୁଇ ଦେଶ ମଧ୍ଯରେ ବିବାଦ କାରଣରୁ ସେମାନେ ଇସ୍ରାଏଲରେ ନିଜକୁ ସୁରକ୍ଷିତ ଅନୁଭବ କରୁନଥିଲେ । ଫଳସ୍ୱରୂପ, ଇସ୍ରାଏଲରେ କୁଶଳୀ ପାଲେଷ୍ଟାଇନ ଶ୍ରମିକମାନଙ୍କର ଅଭାବ ଦେଖାଯାଇଛି ।  ଏବେ ଇସ୍ରାଏଲ ଭାରତ ସହାୟତାରେ ଶ୍ରମିକ ଅଭାବ ପୂରଣ କରିବାକୁ ଚାହୁଁଛି । ବ୍ଲୁ କଲର ଚାକିରିରେ  ଯଥା  ନିର୍ମାଣ ଶ୍ରମିକ, ମେସିନ୍ ଅପରେଟର ଆଦି ଇସ୍ରାଏଲ ଆବଶ୍ୟକ କରୁଛି ।  
ଭାରତୀୟ ଶ୍ରମିକ ଯିବେ ଇସ୍ରାଏଲ !
ଏକ ଇସ୍ରାଏଲୀ ସୂତ୍ର ଅନୁସାରେ  ପାଲେଷ୍ଟାଇନ୍ ଶ୍ରମିକଙ୍କ ସ୍ଥାନରେ ଇସ୍ରାଏଲ ଭାରତୀୟ ଶ୍ରମିକମାନଙ୍କୁ କାମ ଦେବା ପାଇଁ ବିଚାର କରୁଛି। ପ୍ରଥମ ପର୍ଯ୍ୟାୟ.ରେ ଇସ୍ରାଏଲ ପ୍ରାୟ ୨୦ ହଜାର ଭାରତୀୟଙ୍କୁ ଚାକିରି ଦେବାକୁ ଚାହୁଁଛି ।  ନିର୍ମାଣ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଇସ୍ରାଏଲ ଏହି ଶ୍ରମିକଙ୍କୁ ଚାହୁଁଛି । ତେବେ ଏପର୍ଯ୍ୟନ୍ତ ଔପଚାରିକ ଭାବେ କୌଣସି ନିଷ୍ପତି ନିଆଯାଇ ନାହିଁ । ଭାରତ ସରକାରଙ୍କ ସହିତ ଯୋଗାଯୋଗ ପରେ ହିଁ କିଛି କରାଯିବ ବୋଲି ଏହି ସୂତ୍ର କହିଛି ।  ଅନ୍ୟପକ୍ଷରେ ଯଦି ଏକ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଇସ୍ରାଏଲ ପ୍ରାୟ ୯୦ ହଜାର ପାଲେଷ୍ଟାଇନ ନାଗରିକଙ୍କ କାର୍ଯ୍ୟ ଅନୁମତିକୁ ବାତିଲ କରିଦେଇଛି । ଏହି କାରଣରୁ, ଚାଲୁଥିବା ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରିବା କିମ୍ବା ଜାରି ରଖିବା ପାଇଁ ଶ୍ରମିକମାନଙ୍କ ତୁରନ୍ତ ଆବଶ୍ୟକତା ଅଛି ।
ଭାରତରୁ ଶ୍ରମିକ ଆଣିବାକୁ ଦାବି 
ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ୍ ବିଲଡର୍ସ ଆସୋସିଏସନର ଉପାଧ୍ୟକ୍ଷ ହାଇମ୍ ଫିଗଲିନ୍ କହିଛନ୍ତି ଯେ ସେମାନଙ୍କ ପ୍ରକଳ୍ପ ଜାରି ରଖିବା ପାଇଁ ସେମାନେ ପ୍ରାୟ ଏକ ଲକ୍ଷ କର୍ମଚାରୀ ଆବଶ୍ୟକ କରନ୍ତି। ଏହି ଶ୍ରମିକମାନଙ୍କୁ ଭାରତରୁ ଆଣିବାକୁ ସେ ଦାବି କରିଛନ୍ତି। ଗାଜା ଅଞ୍ଚଳରେ ଇସ୍ରାଏଲୀ ସେନା ଏବଂ ହାମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ପ୍ରାୟ ସମାନ ସଂଖ୍ୟକ ପାଲେଷ୍ଟାଇନବାସୀ କାର୍ଯ୍ୟ ଅନୁମତି ହରାଇଛନ୍ତି। ଫିଗଲିନ୍ କହିଛନ୍ତି ଯେ ଏ ବାବଦରେ ଭାରତ ସହ ଆଲୋଚନା ଚାଲିଛି। ବର୍ତ୍ତମାନ, ଆମେ ଏହାକୁ ଅନୁମୋଦନ କରିବାକୁ ଇସ୍ରାଏଲ୍ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ସମଗ୍ର ଅଞ୍ଚଳରେ କାର୍ଯ୍ୟ କରିବାକୁ ଭାରତରୁ ପ୍ରାୟ ୫୦ ହଜାରରୁ ୧ ଲକ୍ଷ ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହା ବ୍ୟତୀତ ନିର୍ମାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟ ସ୍ୱାଭାବିକକୁ ଫେରାଇ ନିଆଯିବ |


ଭାରତରୁ ଶ୍ରମିକମାନେ ଇସ୍ରାଏଲ ଯିବେ କି?
ହମାସର ଇସ୍ରାଏଲ ଉପରେ ଆକ୍ରମଣ ଓ ଇସ୍ରାଏଲର ପାଲଟା ଆକ୍ରମଣ କାରଣରୁ ଏକ ମାସ ଧରି ସେଠାରେ ଯୁଦ୍ଧ ଜାରି ରହିଛି । ୩୦ ହଜାରରୁ ଅଧିକ ପାଲେଷ୍ଟାଇନ୍ ଯୁଦ୍ଧରେ ପ୍ରାଣ ହରାଇଥିବା ବେଳେ ଇସ୍ରାଏଲ ଉପରେ ଏବେବି ଆକ୍ରମଣ ଜାରି ରହିଛି । ଏମିତିରେ ଭାରତରୁ ଶ୍ରମିକ ଇସ୍ରାଏଲ ଯିବା କେତେ ସୁରକ୍ଷିତ ରହିବ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଶ୍ରମିକ ଇସ୍ରାଏଲ ଯିବାକୁ ଚାହିଁବେ କି ନାହିଁ ତାହା ଗୋଟିଏ ବଡ଼ ପ୍ରଶ୍ନ । ତେବେ ହମାସ-ଇସ୍ରାଏଲ ଯୁଦ୍ଧ ପୂର୍ବରୁ ଭାରତ ଓ ଇସ୍ରାଏଲ ମଧ୍ଯରେ ଗୋଟିଏ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଚଳିତ ବର୍ଷ ମେ’ ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଏଲି କୋହେନଙ୍କ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମା ଅନୁଯାୟୀ ନିର୍ମାଣ କ୍ଷେତ୍ରରେ ପ୍ରାୟ ୩୪ ହଜାର ଭାରତୀୟ ଶ୍ରମିକ ଏବଂ ନର୍ସିଂ ସେକ୍ଟରରେ ପ୍ରାୟ ୮ ହଜାର  ଭାରତୀୟ ନର୍ସଙ୍କୁ ଇସ୍ରାଏଲରେ ନିଯୁକ୍ତ କରାଯିବ ।