Why Nehru not in favour of Israel: 


COMMERCIAL BREAK
SCROLL TO CONTINUE READING

୧୪ ମଇ ୧୯୪୮ରେ ଇସ୍ରାଏଲ ସ୍ୱାଧୀନତା ପାଇଥିଲା । ଇସ୍ରାଏଲ ପ୍ରତିଷ୍ଠା ସହିତ ପାଲେଷ୍ଟାଇନର ବିଭାଜନ ନିମନ୍ତେ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା । ପାଲେଷ୍ଟାଇନକୁ ଦୁଇ ଭାଗ କରି ଇସ୍ରାଏଲ ଓ ଆରବ ମୁସଲିମଙ୍କ ପାଇଁ ପାଲେଷ୍ଟାଇନ ଗଠନ ଉପରେ ମୋହର ମାରିବା ଥିଲା ଏହି ପ୍ରସ୍ତାବର ଲକ୍ଷ୍ଯ । କିନ୍ତୁ ଭାରତ ଏହାକୁ ବିରୋଧ କରିଥିଲା । ଭାରତ ଜାତିସଂଘରେ ଇସ୍ରାଏଲ ଗଠନ ବିରୋଧରେ ଭୋଟ୍ ଦେିଥିଲା । ପାଲେଷ୍ଟାଇନ୍ ବିଭାଜନ ସପକ୍ଷରେ ୩୩ ଭୋଟ୍ ପଡିଥିଲା ଅନ୍ୟପକ୍ଷରେ ବିରୋଧରେ ୧୩ ଭୋଟ୍ ପଡିଥିଲା । ୧୦ ଦେଶ ଭୋଟ ଦେବାରୁ ବିରତ ରହିଥିଲେ । ଭାରତ କିନ୍ତୁ ଇସ୍ରାଏଲ ଗଠନ ବିରୋଧରେ ଭୋଟ ଦେଇଥିଲା ।  କାରଣ ନେହେରୁ  ପାଲେଷ୍ଟାଇନର ବିଭାଜନ ବିରୁଦ୍ଧରେ ଥିଲେ। ଏହି ଆଧାରରେ 1948 ମସିହାରେ ମିଳିତ ଜାତିସଂଘରେ ଇସ୍ରାଏଲ ଗଠନ ବିରୋଧରେ ଭାରତ ଭୋଟ୍ ଦେଇଥିଲା।


ତେବେ  ସେପ୍ଟେମ୍ବର ୧୭,୧୯୫୦ ରେ ଭାରତ ଆନୁଷ୍ଠାନିକ ଭାବରେ ଇସ୍ରାଏଲକୁ ଏକ ସାର୍ବଭୌମ ରାଷ୍ଟ୍ର ଭାବରେ ସ୍ୱୀକୃତି ଦେଇଥିଲା।  କିନ୍ତୁ ଏହା ସତ୍ୱେ ଭାରତ,ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ରଖିନଥିଲା । ଦୁଇ ଦେଶ ମଧ୍ଯରେ କୂଟନୈତିକ ସମ୍ପର୍କ ସ୍ଥାପନ ୧୯୯୨ରେ ପିଭି ନରସିଂହ ରାଓଙ୍କ ଅମଳରେ ହୋଇଥିଲା ।


ଆଇନଷ୍ଟାଇନଙ୍କ ଅନୁରୋଧକୁ ରଖିନଥିଲେ ନେହେରୁ


ପ୍ରଖ୍ୟାତ ବୈଜ୍ଞାନି ଆଇନଷ୍ଟାଇନ ଯିଏକି ନିଜେ ଇହୁଦି ଥିଲେ, ନେହେରୁଙ୍କୁ ଇସ୍ରାଏଲକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ଏନେଇ ସେ ନେହେରୁଙ୍କୁ ପତ୍ର ମଧ୍ଯ ଲେଖିଥିଲେ । କିନ୍ତୁ ନେହେରୁ ଆରବ ମୁସଲିମ ରାଷ୍ଟ୍ରଙ୍କୁ ସମର୍ଥନ କରିଥିଲେ ।  ଆରବମାନଙ୍କ ବିରୋଧ ମଧ୍ୟରେ ଇସ୍ରାଏଲ୍ ଜନ୍ମ ହୋଇଥିଲା। ଇହୁଦୀ ରାଷ୍ଟ୍ର ଆନ୍ଦୋଳନର ମୁଖ୍ଯ  ଡେଭିଡ ବେନ ଗୁରିଅନ ଇସ୍ରାଏଲର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ।


ନେହେରୁ କ’ଣ ଉତ୍ତର ଦେଇଥିଲେ?


ଆଇନଷ୍ଟାଇନଙ୍କ ପତ୍ରର ଉତ୍ତର ଦେଇ ନେହେରୁ ଲେଖିଥିଲେ ଯେ, ସେ ପାଲେଷ୍ଟାଇନର ବିଭାଜନ ସହ ସହମତ ନୁହଁନ୍ତି। ଆରବମାନେ ଶତାବ୍ଦୀ ଶତାବ୍ଦୀ ଧରି ପାଲେଷ୍ଟାଇନରେ ରହୁଛନ୍ତି। ଇହୂଦୀ ରାଷ୍ଟ୍ର ଗଠନ ଦ୍ୱାରା ସେମାନେ ବିସ୍ଥାପିତ ହେବ । ଯାହା ଠିକ ନୁହେଁ ବୋଲି ନେହେରୁ ପତ୍ରରେ ଲେଖିଥିଲେ ।


ଆଇନଷ୍ଟାଇନଙ୍କୁ ଯଚା ଯାଇଥିଲା ରାଷ୍ଟ୍ରପତି ପଦ


ଆଇନଷ୍ଟାଇନ ଇହୁଦି ରାଷ୍ଟ୍ର ଇସ୍ରାଏଲ ଗଠନ ସପକ୍ଷରେ ଥିଲେ ମଧ୍ଯ ସେ ଏହି ଦେଶରେ ଉଭୟ ଆରବ ଓ ଇହୁଦି ଏକାଠି ରହିବା ଚାହୁଁଥିଲେ । ଇସ୍ରାଏଲର ପ୍ରଥମ ପ୍ରଧାନମନ୍ତ୍ରୀ ବେନ୍ ଗୁରିଅନ୍ ମଧ୍ୟ ଆଲବର୍ଟ ଆଇନଷ୍ଟାଇନଙ୍କୁ ଇସ୍ରାଏଲର ରାଷ୍ଟ୍ରପତି ହେବାକୁ ପ୍ରସ୍ତାବ ଦେଇଥିଲେ, ଯାହା ସେ ଗ୍ରହଣ କରିନଥିଲେ।


ତେବେ ପରେ ନେହେରୁ ଇସ୍ରାଏଲକୁ ମାନ୍ୟତା କାହିଁକି ଦେଲେ ?


୧୭  ସେପ୍ଟେମ୍ବର ୧୯୫୦ ରେ ଇସ୍ରାଏଲକୁ ଭାରତ ସ୍ୱୀକୃତି ଦେଇଥିଲା। ନିଜ ମତପରିବର୍ତ୍ତନକୁ ନେଇ ସେ କହିଥିଲେ ଯେ,  ଇସ୍ରାଏଲ ଏକ ସତ୍ୟ। ତେଣୁ ଏବେ ଇସ୍ରାଏଲକୁ ସ୍ୱିକୃତି ଦେବାକୁ ହିଁ ପଡ଼ିବ । ନେହେରୁ ଆରବ ରାଷ୍ଟ୍ରଙ୍କୁ ପାଲେଷ୍ଟାଇନ୍ ମାମଲାରେ ସମର୍ଥନ କରୁଥିଲେ । କେବଳ ଆରବ ରାଷ୍ଟ୍ରଙ୍କୁ ସନ୍ତୁଷ୍ଟ କରିବାକୁ ଭାରତ ଜାତିସଂଘରେ ଇସ୍ରାଏଲ ପ୍ରତିଷ୍ଠା ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲା । କିନ୍ତୁ ସେହି ଆରବ ରାଷ୍ଟ୍ର ପରବର୍ତ୍ତି କାଳରେ କାଶ୍ମୀର ମାମଲାରେ ପାକିସ୍ତାନକୁ ସମର୍ଥନ କରିବାକୁ ଲାଗିଲେ । ୧୯୬୫ ଯୁଦ୍ଧରେ ମଧ୍ଯ ଆରବ ରାଷ୍ଟ୍ର ସବୁ ଖୁଲମଖୁଲା ଇସଲାମିକ ରାଷ୍ଟ୍ର ଭାବେ ପାକିସ୍ତାନକୁ ସମର୍ଥନ ଦେଇଥିଲେ ।