Wilson Disease:ୱିଲସନ୍ ରୋଗ କ’ଣ ? କେଉଁ ଜିନିଶରୁ ରହିବେ ଦୂରରେ ?
ଭୁଲ ଖାଦ୍ୟ ଅଭ୍ୟାସ, ଦୈନନ୍ଦିନ ନିତ୍ୟକର୍ମ, କମ୍ ନିଦ ଏବଂ ଚାପ ଯୋଗୁଁ ମେଦବହୁଳତା, ମଧୁମେହ, ଷ୍ଟ୍ରୋକ ଏବଂ ହୃଦରୋଗର ଆଶଙ୍କା ବଢ଼ିଥାଏ । ଆହୁରି ଏକ ରୋଗ ଅଛି ଯାହା ସ୍ବାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ତାହା ହେଉଛି ୱିଲସନ ରୋଗ। ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ । କଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
Wilson Disease: ଭୁଲ ଖାଦ୍ୟ ଅଭ୍ୟାସ, ଦୈନନ୍ଦିନ ନିତ୍ୟକର୍ମ, କମ୍ ନିଦ ଏବଂ ଚାପ ଯୋଗୁଁ ମେଦବହୁଳତା, ମଧୁମେହ, ଷ୍ଟ୍ରୋକ ଏବଂ ହୃଦରୋଗର ଆଶଙ୍କା ବଢ଼ିଥାଏ । ଆହୁରି ଏକ ରୋଗ ଅଛି ଯାହା ସ୍ବାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ତାହା ହେଉଛି ୱିଲସନ ରୋଗ। ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ । କଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ୱିଲସନ୍ ରୋଗ ହେଉଛି ଏକ ଜେନେଟିକ୍ ରୋଗ ଯାହା ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ହୁଏ । ସୂଚନା ଅନୁସାରେ ଏହର ରୋଗ ପ୍ରତ୍ୟେକ ୩୦ ହଜାର ଲୋକଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଦେକାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଏହି ରୋଗ ହୁଏ ଯେତେବେଳେ ଆପଣଙ୍କ ଶରୀରରେ କପରର ପରିମାଣ ବଢ଼ିଯାଏ । ଏହି ରୋଗ ଦ୍ବାରା ଯକୃତ, ମସ୍ତିଷ୍କ, ଆଖି, କିଡନୀ ଏବଂ ହୃତପିଣ୍ଡ ଅଧିକ ପ୍ରଭାବିତ ହୋଇଥାଏ ।
ବିଶେଷଜ୍ଞଙ୍କ ଅନୁସାରେ ଯଦି ଆପଣ ନିଜ ପିଲାଙ୍କଠାରେ ୱିଲସନ୍ ରୋଗର ଲକ୍ଷଣ ଦେଖନ୍ତି, ତେବେ ତୁରନ୍ତ ଏକ ଭଲ ଶିଶୁ ହେପାଟୋଲୋଜିଷ୍ଟଙ୍କ ନିକଟକୁ ଯିବା ଉଚିତ୍ ।
ୱିଲସନ ରୋଗର ଲକ୍ଷଣ
ଡ଼ାକ୍ତରଙ୍କ ଅନୁଯାୟୀ ୱିଲସନ ରୋଗର ଲକ୍ଷଣ ,ହା ଉପରେ ନିର୍ଭର କରେ ଯେ ଆପଣଙ୍କ ଶରୀରର କେଉଁ ଅଂଶ ଉପରେ ଏହି ରୋଗ ପ୍ରଭାବ ପକାଉଛି । ବିଭିନ୍ନ ଅଙ୍ଗ ଉପରେ ଏହାର ଲକ୍ଷଣ ଭିନ୍ନ ହୋଇପାରେ । ଉଦାହରଣ ସ୍ୱରୂପ ଯଦି ଆପଣଙ୍କର ଯକୃତ ଏହି ରୋଗ ଦ୍ୱାରା ପ୍ରଭାବିତ ହୁଏ, ତେବେ ଆପଣ ଦୁର୍ବଳତା, ହାଲିଆ, ଓଜନ ହ୍ରାସ, ବାନ୍ତି, ଏବଂ ଭୋକ ନହେବା ଭଳି ଲକ୍ଷଣ ଅନୁଭବ କରିପାରନ୍ତି ।
କେଉଁ ମାନଙ୍କ ପାଇଁ ଅଧିକ ବିପଦ ?
ଯେଉଁମାନଙ୍କର ପୂର୍ବ ପିଢ଼ିରେ ଏହି ରୋଗ ଦେଖାଦେଇଛି ସେମାନଙ୍କ ନିକଟରେ ଏହାର ବିପଦ ଅଧିକ । ବିଶେଷକରି ଯେଉଁମାନଙ୍କର ବାପା-ମା, ଭାଇ-ଭଉଣୀ କିମ୍ବା ପିଲାମାନେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ । ୱିଲସନ ରୋଗରେ ପୀଡିତ ବ୍ୟକ୍ତିମାନଙ୍କ ଠାରେ ସାଧାରଣତଃ ୫ରୁ ୪୦ ବର୍ଷ ମଧ୍ୟରେ ଦେଖାଯାଇଥାଏ ।
କ’ଣ ଖାଇବେ ଏବଂ କାହାଠାରୁ ଦୂରରେ ରହିବେ
ୱିଲସନ ରୋଗରେ ପୀଡିତ ବ୍ୟକ୍ତିମାନେ ଖାଦ୍ୟ ଗ୍ରହଣ କରିବା ଉଚିତ ଯେଉଁଥିରେ ଦୁଗ୍ଧଜାତ ଦ୍ରବ୍ୟ, ଚାଉଳ, ଦଲିଆ, ଚା, କଫି ଏବଂ ଲେମ୍ବୁ ପରି କପର ପ୍ରଚୁର ମାତ୍ରାରେ ଥିବା ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରହିବା ଉଚିତ୍ । ଯେପରିକି ବାଦାମ, ଛତୁ, ଚକୋଲେଟ୍ ଏବଂ କୋକୋ ଇତ୍ୟାଦି ।
ୱିଲସନ୍ ରୋଗ ପାଇଁ ପରୀକ୍ଷା
ୱିଲସନ୍ ରୋଗର ନିରାକରଣ ପାଇଁ ବିଭିନ୍ନ ଅଙ୍ଗ ଆଧାରରେ ପରୀକ୍ଷା କରାଯାଏ । ରକ୍ତ ପ୍ରବାହ ମାଧ୍ୟମରେ କପର୍ ସ୍ତର ମାପିବା ପାଇଁ ସେରୁଲୋପ୍ଲାଜମିନ ରକ୍ତ ପରୀକ୍ଷା, କପର ୟୁରିନ୍ ପରୀକ୍ଷା, ଲିଭର ଟେଷ୍ଟ, ଅଲଟ୍ରାସାଉଣ୍ଡ, PT / INR ପରୀକ୍ଷା ଏବଂ MRI ପରି ପରୀକ୍ଷା କରାଯାଏ ।