World's richest beggar: 


COMMERCIAL BREAK
SCROLL TO CONTINUE READING

ଆମେ ଦାନଧର୍ମ କରିବାକୁ ପୂଣ୍ୟର କାମ ବୋଲି ମନେ କରିଥାଉ ।. ଏମିତିରେ ବି ଆମକୁ କୁହାଯାଏ ଯେ, ଯଦି ପାଖରେ ଆବଶ୍ୟକତାଠାରୁ କିଛି ଅଧିକ ଅଛି ତେବେ ଆପଣଙ୍କ ସାହାଯ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଭଲ କାମ । ତେଣୁ ଆମେ ବେଳେ ବେଳେ ରାସ୍ତାକଡରେ ବସୁଥିବା ଭିକାରୀଙ୍କୁ ଦାନ ଦେଇଥାଉ । ତେବେ ଦାନ ଦେଉଥିବା ବେଳେ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଯେ, ଭିକ ମାଗୁଥିବା ବ୍ୟକ୍ତି ଜଣକ ପ୍ରକୃତରେ ଦରିଦ୍ର ନା ସେ ଜଣେ ପେଶାଦାର ଭିକାରୀ ? ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଭିକାରୀଙ୍କ ବାବଦରେ କହିବୁ ଯିଏ କୁଆଡେ ଦୁନିଆର ସବୁଠାରୁ ଧନୀ ଭିକାରୀ । ଆଉ ସେ ରହୁଛନ୍ତି ମୁମ୍ବାଇରେ ।


ମୁମ୍ବାଇରେ ରହୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ପେଶାଦାର ଭିକାରୀ । ଅର୍ଥାତ ସେ କୌଣସି ଅଭାବ ଅସୁବିଧାରେ ପଡ଼ି ଭିକ୍ଷାବୃତିକୁ ଆପଣାଇ ନାହାନ୍ତି । ସହଜ ଓ ବିନା ପରିଶ୍ରମରେ ଆମଦାନୀ ପାଇଁ ସେ ଏହି ରାସ୍ତା ବାଛିଛନ୍ତି । ସେ ଘର ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଭଡା ଦେଇ ଲକ୍ଷ ଲକ୍ଷ ରୋଜଗାର କରନ୍ତି ।


ପିଲା ପଢନ୍ତି ଦାମୀ ସ୍କୁଲରେ,ବାପା ମାଗନ୍ତି ଭିକ୍ଷା !


ଭାରତର ଧନୀ ଭିକାରୀଙ୍କ ନାମ ହେଉଛି ଭରତ ଜୈନ । ସେ ଜଣେ କୋଟିପତି ଭିକାରୀ । ପରିବାରରେ ତାଙ୍କର ଅଛନ୍ତି ବାପା,ଭାଇ,ଦୁଇ ପୁଅ ଓ ପତ୍ନୀ । ଭିକ୍ଷାକରି ସେ ମାସକୁ ୭୦ରୁ ୭୫ ହଜାର ଟଙ୍କା ବା ବାର୍ଷିକ ୯ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରନ୍ତି । ଭାଇମାନଙ୍କୁ ରୋଜଗାର ଦେବାକୁ ସେ ଗୋଟିଏ ଷ୍ଟେଶନାରୀ ଦୋକାନ ଖୋଲିଛନ୍ତି । ମୁମ୍ବାଇ ଭଳି ମହାନଗରରେ ତାଙ୍କର ନିଜସ୍ୱ ବଙ୍ଗଳା ରହିଛି । ଏହା ସହିତ ଗୋଟିଏ ବ୍ୟବସାୟୀକ ପରିସରରେ ଦୋକାନ ଘର ରହିଛି । ଯାହାକୁ ଭଡ଼ା  ଦେଇ ମଧ୍ଯ ସେ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି । ତାଙ୍କର ଦୁଇ ପିଲା ଦାମୀ କନଭେଣ୍ଟ ସ୍କୁଲରେ ପଢନ୍ତି ।


ଧନୀ ହେବା ପରେ ବି ଛାଡ଼ି ନାହାନ୍ତି ଭିକ୍ଷାବୃତ୍ତି


ଭାରତ ଜୈନଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୭.୫ କୋଟି ହୋଇଥିବା ବେଳେ  ମୁମ୍ବାଇରେ ତାଙ୍କର 2 ବଖରା ଘର ଅଛି। ଏହା ବ୍ୟତୀତ ଥାନେରେ ତାଙ୍କର ଦୁଇଟି ଦୋକାନ ଅଛି, ଯାହା ଭଡ଼ାରେ ଚାଲିଛି । କୋଟି କୋଟି ଟଙ୍କା ରୋଜଗାର କରିବା ପରେ ତାଙ୍କ ପରିବାର ତାଙ୍କୁ ବାରମ୍ବାର ଭିକ ମାଗିବା ବନ୍ଦ କରିବାକୁ କହିଥିଲେ। କିନ୍ତୁ  ଭରତ ମନା କରିଦେଇଥିଲେ । ସେ କହିଥିଲେ ଯେ,ଯେଉଁ କାମ ତାଙ୍କୁ ଏତେ ସମ୍ପତି ଦେଇଛି ସେ କାମକୁ ସେ ଛାଡ଼ି ପାରିବେ ନାହିଁ । ସୂଚନାଯୋଗ୍ୟ ଯେ, ନିକଟରେ ଗୋଟିଏ ପାକିସ୍ତାନୀ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିଲେ ଜଣେ ଯୁବତୀ ମାଲେସିଆରେ ଭିକ୍ଷାକରି କୋଟିପତି ହୋଇଥିବା ଦାବି କରିଥିଲେ ।