ଭୁବନେଶ୍ଵର: ଖୁବଶୀଘ୍ର ବାଣୀବିହାରରେ ପୁଣି କାର୍ଯ୍ୟକ୍ଷମ ହେବ ଯୋଗ ବିଭାଗ। କୌଣସି କାରଣ ପାଇଁ ଦୀର୍ଘଦିନ ହେବ ବନ୍ଦ ରହିଥିଲା ବିଭାଗ। ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ ଦେଉଥିବାରୁ ପୁଣିଥରେ ବାଣୀବିହାରରେ ଯୋଗ ବିଭାଗ କାର୍ଯ୍ୟକ୍ଷମ ହେବା ନେଇ ଆଜି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଖୁବଶୀଘ୍ର ନିଷ୍ପତ୍ତିି ନିଆଯିବ ବୋଲି କହିଛନ୍ତି ସୂରଜ। 


COMMERCIAL BREAK
SCROLL TO CONTINUE READING

ଜୁନ୍ ୨୧ରେ କେବଳ ଆମ ରାଜ୍ୟରେ ନୁହେଁ ସାରା ଦେଶରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ତେବେ ଏନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ବାଣୀବିହାରରେ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି ଯୋଗ ବିଭାଗ।