କନ୍ୟାଦାନ ପରମ୍ପରା: ଭାରତୀୟ ବୈବାହିକ ରୀତିନୀତିକୁ ଚ୍ୟାଲେଞ୍ଜ କରୁଛି ଏସବୁ ବିଜ୍ଞାପନ
Advertisement

କନ୍ୟାଦାନ ପରମ୍ପରା: ଭାରତୀୟ ବୈବାହିକ ରୀତିନୀତିକୁ ଚ୍ୟାଲେଞ୍ଜ କରୁଛି ଏସବୁ ବିଜ୍ଞାପନ

କିଛି ଦିନ ଧରି ଟେଲିଭିଜନ ଓ ସୋସିଆଲ ମିଡିଆରେ ଦୁଇଟି ବିଜ୍ଞାପନ ବେଶ ଚର୍ଚ୍ଚାକୁ ଆସିଛି । ଯେଉଁଥିରେ ଗୋଟିଏ ହେଉଛି 'ମାନ୍ୟବର ମୋହେ'ର ବିଜ୍ଞାପନ, ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ବାହାଘରରେ କନ୍ୟା ହୋଇଥିବା ଦେଖିବାକୁ ମିଳିଛି । 

କନ୍ୟାଦାନ ପରମ୍ପରା: ଭାରତୀୟ ବୈବାହିକ ରୀତିନୀତିକୁ ଚ୍ୟାଲେଞ୍ଜ କରୁଛି ଏସବୁ ବିଜ୍ଞାପନ

ନୂଆଦିଲ୍ଲୀ: କିଛି ଦିନ ଧରି ଟେଲିଭିଜନ ଓ ସୋସିଆଲ ମିଡିଆରେ ଦୁଇଟି ବିଜ୍ଞାପନ ବେଶ ଚର୍ଚ୍ଚାକୁ ଆସିଛି । ଯେଉଁଥିରେ ଗୋଟିଏ ହେଉଛି 'ମାନ୍ୟବର ମୋହେ'ର ବିଜ୍ଞାପନ, ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ବାହାଘରରେ କନ୍ୟା ହୋଇଥିବା ଦେଖିବାକୁ ମିଳିଛି । ଦ୍ୱିତୀୟ ବିଜ୍ଞାପନ ହେଉଛି, କ୍ୟାଡବରୀ ଚକଲେଟ୍ କମ୍ପାନୀର, ଯେଉଁଥିରେ ଚେନ୍ନାଇର ତେରାକ୍ ଏବଂ ଅଭିନେତ୍ରୀ କାବ୍ୟା ରାମଚନ୍ଦ୍ରନ କ୍ରିକେଟର ଭୂମିକାରେ ନଜର ଆସୁଛନ୍ତି । ଗୋଟିଏ ବିଜ୍ଞାପନ ଭାରତୀୟ ସମାଜରେ ଚାଲିଆସୁଥିବା ପରମ୍ପରା ଏବଂ ନୀତି ଉପରେ ପ୍ରଶ୍ନ ସୃଷ୍ଟି କରୁଛି, ତ ଅନ୍ୟଟି ଜେଣ୍ଡର ବା ଲିଙ୍ଗଗତ ରୁଢିବାଦିକୁ ଭଙ୍ଗ କରୁଥିବା ଦେଖିବାକୁ ମିଳିଛି ।

fallback

ମାନ୍ୟବର ମୋହେ ଏକ କପଡ଼ା ବ୍ରାଣ୍ଡ୍ ଏବଂ ଏହାର ବିଜ୍ଞାପନରେ ଜଣେ କନ୍ୟା ଭୂମିକାରେ ନଜର ଆସୁଥିବା ଆଲିଆ ଭଟ୍ଟ ବେଦିରେ ବସିଛନ୍ତି ଏବଂ ରୀତିନୀତି ନାମରେ ଅନେକ ପ୍ରଶ୍ନ ସୃଷ୍ଟି କରାଯାଉଛି । ଝିଅକୁ କାହିଁକି ପରଧନ କୁହାଯାଏ ? କ'ଣ ଖାଲି ଝିଅଙ୍କ କନ୍ୟାଦାନ କରାଯାଇଥାଏ ? ଏହି ବିଜ୍ଞାପନରେ ଯେତେବେଳ ପୁଅ ଘର ଲୋକ ବରର ହାତ ଆଗକୁ ବଢ଼ାଇଥାନ୍ତି, ସେତେବେଳେ ଆଲିଆ ଭଟ୍ଟ କହନ୍ତି କି ନୂଆ ଆଇଡିଆ କନ୍ୟା-ମାନ୍ ।

ବିଜ୍ଞାପନକୁ ନେଇ ପ୍ରତିକ୍ରିୟା

ଏହି ବିଜ୍ଞାପନକୁ ନେଇ ଯେଉଁଠି ପ୍ରଶଂସା ହେଉଛି, ସେଇଠି ସମାଲୋଚନା ମଧ୍ୟ କରାଯାଉଛି । @Anupama_Rathee #kanyamaan not #kanyadaan ନେଇ ଲେଖନ୍ତି କି, ଏହି ପ୍ରଗତିଶୀଳ ସନ୍ଦେଶ ସମାନତାକୁ ପ୍ରୋତ୍ସାହନ ଯୋଗାଉଛି । କାହିକିଁ ଝିଅଙ୍କୁ ହି ଦିଆଯାଇଥାଏ ?

fallback

@Themohitverma ଲେଖନ୍ତି କି ଏହି ବିଜ୍ଞାପନ ହିନ୍ଦୁଙ୍କ ଭାବାବେଗ ବିରୋଧରେ ପ୍ରସ୍ତୁତ ହୋଇଛି । ପ୍ରଥମେ କନ୍ୟାଦାନ ସମ୍ପର୍କରେ ବୁଝିବାକୁ ଚେଷ୍ଟା କରନ୍ତୁ । ହିନ୍ଦୁ ଏବଂ ଏହାର ରୀତିନୀତି ବିରୋଧୀ ହେବା ବନ୍ଦ କରନ୍ତୁ ।

fallback

ଏହି ବିଜ୍ଞାପନ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା ଏବଂ ସମାଲୋଚନା ଚାଲିଛି । ତେବେ ଅନେକ ସମାଜଶାସ୍ତ୍ରୀ କୁହନ୍ତି କି ଏହି ବିଜ୍ଞାପନ ଦ୍ୱାରା ସମାଜକୁ ଏକ ସକାରାତ୍ମକ ସନ୍ଦେଶ ଦିଆଯିବାକୁ ପ୍ରୟାସ କରାଯାଇଛି । ଭାରତୀୟ ସମାଜରେ ଝିଅକୁ ପରଧନ ବୋଲି କୁହାଯାଏ । ଯାହା ପ୍ରତ୍ୟେକ ଝିଅ ପାଇଁ ଏକ ଦୁଃଖର କାରଣ ସାଜିପାରେ । ଏହାକୁ ନେଇ ବାପା-ମା'ଙ୍କ ଆଚରଣକୁ ପ୍ରଭାବିତ କରିପାରେ । ଅନେକ ବୁଦ୍ଧିଜୀବୀ ଏହା ମଧ୍ୟ କହନ୍ତି କି ଲୋକଙ୍କୁ ଯେତେବେଳେ କୌଣସି ପ୍ରକାର କଷ୍ଟ ହୋଇଥାଏ, ସେମାନେ ଏଭଳି ବିଜ୍ଞାପନକୁ ବିରୋଧ କରିବା ଆରମ୍ଭ କରିଥାନ୍ତି । ଅନେକ ମଧ୍ୟ ଏହା କହନ୍ତି କି କନ୍ୟାଦାନ ଅର୍ଥାତ୍, ଜଣେ ବାପା ନିଜ ଝିଅର ସୁରକ୍ଷାକୁ ଅନ୍ୟ ହାତକୁ ହସ୍ତାନ୍ତର କରୁଛି । ମହିଳା ଏବେ ନିଜେ ଆର୍ଥିକ ସ୍ତରରେ ନିଜକୁ ମଜଭୂତ କରିସାରିଲେଣି, ତେବେ ଏହି ପରିପ୍ରେକ୍ଷୀରେ କଣ କନ୍ୟାଦାନ ଭଳି ପରମ୍ପରା ରହିବା ଜରୁରୀ କି ? ହେଲେ କିଛି କୁହନ୍ତି, ଯାହା ପୂର୍ବରୁ ଚାଲିଆସିଛି, ତାହା ଉପରେ ତିସ୍ତି ରହିବା ଦରକାର ।

ବିଜ୍ଞାପନ ଏବଂ ଚିନ୍ତାଧାରା

ଗତ ୧୦ରୁ ୧୨ ବର୍ଷ ମଧ୍ୟରେ ଲୋକଙ୍କ ଚିନ୍ତାଧାରା ବଦଳିଛି । ଆଜିକାଲିର ବିଜ୍ଞାପନରେ ଝିଅଙ୍କୁ ପୁଅଙ୍କ ସମାନ ଦେଖାଇବାର ପ୍ରୟାସ ଅନେକଙ୍କୁ ବିକାଶବାଦୀ ଭଳି ଲାଗିଛି ତ ଅନେକଙ୍କ ମନକୁ ଆନ୍ଦୋଳିତ କରିଛି । କ୍ୟାଡବରୀ କମ୍ପାନୀ ଦ୍ୱାରା ଏବେ ବଜାରକୁ ଆସିଥିବା ନୂଆ ବିଜ୍ଞାପନରେ ଝିଅଙ୍କୁ ଆଗରେ ରଖିବାକୁ ପ୍ରୟାସ କରାଯାଇଛି । ଏହି ବିଜ୍ଞାପନର ପୂରୁଣା ଭର୍ସନରେ ଆଉ କିଛି ଦେଖିବାକୁ ମିଳିଥିଲା । ହେଲେ ଏବେ ସେହି ପୁରୁଣା ଭର୍ସନକୁ ନୂଆ ରୂପରେ ତୋଳାଯାଇ, ଝିଅଙ୍କୁ ମଧ୍ୟ କ୍ରିକେଟ ଖେଳରେ ଆଗୁଆ ବୋଲି ଦର୍ଶାଯାଇଛି । ଯାହାକୁ ଅନେକ ବିକାଶବାଦୀ ଚିନ୍ତଧାରା ବୋଲି କୁହନ୍ତି । ଏହା ଏକ ସକାରାତ୍ମକ ଚିନ୍ତାଧାରା, ଯେଉଁଠି ଜଣେ ମହିଳା କ୍ରିକେଟର ଛକ୍କା ମାରୁଛି, ଏବଂ ଏହାରପୁରୁଷ ସାଥୀ ଖୁସିରେ ସେଲିବ୍ରେଟ୍ କରୁଛି ।

ଜଣେ ମହିଳାଙ୍କ ସଫଳତାକୁ ଅନେକ ଇର୍ଷା ଭାବନାରେ ଦେଖିବାର ପରମ୍ପରା ରହିଆସିଛି । ହେଲେ ଆଜିକା ଯୁଗରେ ତାହା ବେଶ ବଦଳି ଯାଇଛି । ଆଜି ଉଭୟ ପୁରୁଷ ଏବଂ ମହିଳା, ଉଭୟ ଉଭୟଙ୍କର ସଫଳତାକୁ ବେଶ ଖୁସିରେ ପାଳନ କରୁଛନ୍ତି । ୨୦୨୨ରେ ମହିଳା ବିଶ୍ୱ କପ୍ କ୍ରିକେଟ୍ ଖେଳାଯିବ । ତେବେ ଏହାକୁ ନେଇ କ୍ୟାଡବରୀ କମ୍ପାନୀ #GoodLuckGirls ଲେଖି ମହିଳା ଖେଳାଳିଙ୍କୁ ଉତ୍ସାହିତ କରିବାକୁ ପ୍ରୟାସ କରିଛି । ଆପଣ ୨୦୨୦ ଅଲିମ୍ପିକ୍ସ କଥା କୁହନ୍ତୁ, ସେଥିରେ ମଧ୍ୟ ଝିଅଙ୍କ ପ୍ରଦର୍ଶନ ବେଶ ଦମଦାର ଥିଲା । ମହିଳା ଏବେ ଅନେକ କ୍ଷେତ୍ରରେ ସଫଳତା ହାସଲ କରିସାରିଛନ୍ତି । ହେଲେ ମହିଳାଙ୍କୁ ସାମାଜିକ କଟକଣା ଅନେକ କିଛି କରିବାକୁ ଦେଉନାହିଁ । ସେଥିପାଇଁ ତ ଆମେ ହିଁ ଏହି ଚିନ୍ତାଧାରା ବଦଳିବା ଦରକାର । କୌଣସି ମଧ୍ୟ ବିରୋଧକୁ ପଛରେ ପକାଇ ଏକାଠି ହୋଇ ସମାଜରେ ଚଳିବା ହିଁ ବୁଦ୍ଧିମତାର କାମ ।

ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ଦରମାରେ ହେବ ୮.୬ ପ୍ରତିଶତ ବୃଦ୍ଧି

ଅଧିକ ପଢ଼ନ୍ତୁ:-ମହିଳାମାନଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଅଷ୍ଟ୍ରେଲିଆରେ ମଧ୍ୟ ଗିରଫ ହୋଇଥିଲେ ଆନନ୍ଦ ଗିରି, ଜାଣନ୍ତୁ ପୂରା ମାମଲା

ଅଧିକ ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଅଧିକ ପଢ଼ନ୍ତୁ:-ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଆସନ ଛାଡ଼ିବ ଫ୍ରାନ୍ସ? ଜାଣନ୍ତୁ କ'ଣ କହିଲେ ରାଷ୍ଟ୍ରପତି ମାକ୍ରୋନ