ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଆସନ ଛାଡ଼ିବ ଫ୍ରାନ୍ସ? ଜାଣନ୍ତୁ କ'ଣ କହିଲେ ରାଷ୍ଟ୍ରପତି ମାକ୍ରୋନ
Advertisement
Article Detail0/zeeodisha/odisha992090

ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଆସନ ଛାଡ଼ିବ ଫ୍ରାନ୍ସ? ଜାଣନ୍ତୁ କ'ଣ କହିଲେ ରାଷ୍ଟ୍ରପତି ମାକ୍ରୋନ

ଫ୍ରାନ୍ସ, (France) ବ୍ରିଟେନ (Britain), ଆମେରିକା (USA), ଋଷ (Russia) ଏବଂ ଚୀନ୍ (China) ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ (permanent members of the United Nations Security Council) ଅଟନ୍ତି ।

ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଆସନ ଛାଡ଼ିବ ଫ୍ରାନ୍ସ? ଜାଣନ୍ତୁ କ'ଣ କହିଲେ ରାଷ୍ଟ୍ରପତି ମାକ୍ରୋନ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ (UN Security Council) ରେ ଫ୍ରାନ୍ସ ଏହାର ସ୍ଥାୟୀ ଆସନ ଛାଡିବ ବୋଲି ଗଣମାଧ୍ୟମର ରିପୋର୍ଟକୁ ଫ୍ରାନ୍ସ ସରକାର (French government) ଅସ୍ୱୀକାର କରିଛନ୍ତି । ଫ୍ରାନ୍ସ ଖୁବ ଶୀଘ୍ର ଜାତିସଂଘ ସୁରକ୍ଷା ପରିଷଦ (UNSC) ର ଆସନ ୟୁରୋପୀୟ ସଂଘ (European Union) କୁ ଦେବ ବୋଲି ଡେଲି ଟେଲିଗ୍ରାଫ୍ ରିପୋର୍ଟ କରିଥିଲା ।

ୟୁରୋପୀୟ ସଂସଦ (European Parliament) ର ଜଣେ ସଦସ୍ୟଙ୍କ ମନ୍ତବ୍ୟକୁ ନେଇ ଖବରକାଗଜ ରିପୋର୍ଟ କରିଛି ଯେ ଫ୍ରାନ୍ସ (France) ୟୁରୋପୀୟ ସେନା (European military) ପାଇଁ ୟୁରୋପୀୟ ୟୁନିଅନର ଅନ୍ୟ ସଦସ୍ୟଙ୍କ ସମର୍ଥନ ବଦଳରେ ସିଟ୍ ବିନିମୟ ଉପରେ ବିଚାର କରିବ ଓ ଏହାର ବୈଦେଶିକ ନୀତିରେ ସୁଧାର ଆଣିବ ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ (French President Emmanuel Macron) ମୁଖପାତ୍ର AFP ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଆମେ ଏହାକୁ ଆନୁଷ୍ଠାନିକ ଭାବେ ଅସ୍ୱୀକାର କରୁଛୁ । ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UN Security Counci) ରେ ଆମର ଆସନ ଅଛି ଏବଂ ରହିବ । ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଆମେ ୟୁରୋପୀୟ ୟୁନିଅନ୍ ସହିତ ଯଥାସମ୍ଭବ ଓ ସମ୍ପୂର୍ଣ୍ଣ ସାର୍ବଭୌମତ୍ୱ ସହ ସମନ୍ୱୟ ରକ୍ଷା କରୁଛୁ ।

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଫ୍ରାନ୍ସ ଅନ୍ୟତମ । ଫ୍ରାନ୍ସ, (France) ବ୍ରିଟେନ (Britain), ଆମେରିକା (USA), ଋଷ (Russia) ଏବଂ ଚୀନ୍ (China) ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ (permanent members of the United Nations Security Council) ଅଟନ୍ତି ।

ଅଧିକ ପଢ଼ନ୍ତୁ:-ପିଏମ ମୋଦି ପହଞ୍ଚିଲେ ୱାଶିଂଟନ, ଜାଣନ୍ତୁ ତାଙ୍କର ଆଜିର କାର୍ଯ୍ୟକ୍ରମ ବିଷୟରେ...

ଅଧିକ ପଢ଼ନ୍ତୁ:-ଜାଣନ୍ତୁ, କଳା ଲୁଣ ସ୍ୱାସ୍ଥ୍ୟ ପାଇଁ ଅଧିକ ଭଲ ନା ଧଳା ଲୁଣ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ଭାରତର ଏସବୁ ଗାଁରେ ଗୋଟିଏ କିଲୋ ଲୁଣ ୧୩୦ ଟଙ୍କା, ଚିନି ୧୫୦ ଟଙ୍କା, ସୋରିଷ ତେଲ ୨୭୫ ଟଙ୍କା, ଅଟା ୧୫୦ ଟଙ୍କା ଏବଂ ପିଆଜ କିଲୋ ୧୨୫ ଟଙ୍କା ଦରରେ ହେଉଛି ବିକ୍ରି

ଅଧିକ ପଢ଼ନ୍ତୁ:-ପଞ୍ଜାବ କଂଗ୍ରେସ ଦି'ଫାଳ! ସିଦ୍ଧୁଙ୍କ ବିରୋଧରେ ମଜଭୁତ ପ୍ରାର୍ଥୀ ଛିଡ଼ା କରାଇବେ କ୍ୟାପଟେନ, ରାହୁଲ-ପ୍ରିୟଙ୍କାଙ୍କୁ ନେଇ କହିଲେ ଏପରି କିଛି