Advertisement
Photo Details/zeeodisha/odisha1103024
photoDetails0hindi

ରାତାରାତି ଲକ୍ଷପତି ହେଲେ 'କାଚା ବାଦାମ' ଗୀତର ଗାୟକ ଭୁବନ, ମିଳିଲା ଆଉ ଏକ ଅଫର୍

Kacha Badam Singer Bhuban Badyakar: ଆଜିକାଲି 'କାଚା ବାଦାମ' (Kacha Badam) ସୋସିଆଲ ମିଡିଆ (Social Media) ରେ ଏକ ପ୍ରମୁଖ ଟ୍ରେଣ୍ଡ ହୋଇ ରହିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଗୀତରେ ଭିଡିଓ ତିଆରି କରୁଥିବାର ନଜରକୁ ଆସୁଛି । କେବଳ ଏତିକି ନୁହେଁ ଏହି ଗୀତ ଦେଶ ତଥା ବିଦେଶରେ ବିଖ୍ୟାତ ହୋଇସାରିଛି । ବର୍ତ୍ତମାନ ଏହି ଗୀତର ମୂଳ ଗାୟକ ତଥା ଚିନାବାଦାମ ବିକ୍ରେତା ଭୁବନ ବଡୟାକର (Bhuban Badyakar) ଏକ ଇଣ୍ଟରନେଟ୍ ସେନ୍ସେସ୍ (Internet Sensation) ପାଲଟିଛନ୍ତି ।

1/9

ନୂଆଦିଲ୍ଲୀ: Kacha Badam Singer Bhuban Badyakar: ଇଣ୍ଟରନେଟ ଦୁନିଆରେ କେତେବେଳେ କ'ଣ ଭାଇରାଲ ହେବ ତାହା କିଛି କହି ହେବ ନାହିଁ । ବହୁତ ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ (social media) ମାଧ୍ୟମରେ ରାତାରାତି ଷ୍ଟାର ପାଲଟିଛନ୍ତି । ସେମାନଙ୍କ ମଧ୍ୟରେ ରାନୁ ମଣ୍ଡଲ (Ranu Mandal) ଙ୍କ ଠାରୁ ଆରମ୍ଭ କରି ଡବ୍ବୁ ଅଙ୍କଲ (Dabboo Uncle) ଓ 'ବଚପନ୍ କା ପ୍ୟାର' (Bachpan Ka Pyaar) ରୁ ପ୍ରସିଦ୍ଧ ଲାଭ କରିଥିଲା ଛୋଟ ପିଲା ସହଦେବଙ୍କ ନାମ ମଧ୍ୟ ସାମିଲ ରହିଛି । ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡ଼ି ଯାଇଛି, ସେ ହେଉଛନ୍ତି 'କାଚା ବାଦାମ' (Kacha Badam) ଗୀତ ଗାଇ ରାତାରାତି ଫେମସ୍ ହୋଇଥିବା ଭୁବନ ବଡୟାକର (Bhuban Badyakar) ।

2/9

ଆଜିକାଲି 'କାଚା ବାଦାମ' (Kacha Badam) ସୋସିଆଲ ମିଡିଆ (Social Media) ରେ ଏକ ପ୍ରମୁଖ ଟ୍ରେଣ୍ଡ ହୋଇ ରହିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଗୀତରେ ଭିଡିଓ ତିଆରି କରୁଥିବାର ନଜରକୁ ଆସୁଛି । କେବଳ ଏତିକି ନୁହେଁ ଏହି ଗୀତ ଦେଶ ତଥା ବିଦେଶରେ ବିଖ୍ୟାତ ହୋଇସାରିଛି । ବର୍ତ୍ତମାନ ଏହି ଗୀତର ମୂଳ ଗାୟକ ତଥା ଚିନାବାଦାମ ବିକ୍ରେତା ଭୁବନ ବଡୟାକର (Bhuban Badyakar) ଏକ ଇଣ୍ଟରନେଟ୍ ସେନ୍ସେସ୍ (Internet Sensation) ପାଲଟିଛନ୍ତି ।

3/9

ସୋସିଆଲ ମିଡିଆରେ 'କାଚା ବାଦାମ' (Kacha Badam) ପ୍ରସିଦ୍ଧ ହେବା ପରେ ଭୁବନ ବଡୟାକର (Bhuban Badyakar) ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଏକ ସଙ୍ଗୀତ କମ୍ପାନୀ ସହିତ କାଚା ବାଦାମ ଗୀତକୁ ରେକର୍ଡ କରିଛନ୍ତି । ଏହି ଗୀତଟି ଉଭୟ ଅଡିଓ ଓ ଭିଡିଓରେ ରେକର୍ଡ କରାଯାଇଥିଲା, କିନ୍ତୁ ତାଙ୍କୁ ଏହି ଗୀତ ପାଇଁ ଟଙ୍କା ଦିଆଯାଇନଥିଲା । 

4/9

ଏହା ବ୍ୟତୀତ ଲୋକମାନେ ଆସନ୍ତି ଓ ସେମାନଙ୍କ ସହିତ ଭିଡିଓ ତିଆରି କରିବା ପରେ ଚାଲି ଯାଆନ୍ତି, କିନ୍ତୁ ତାଙ୍କୁ ତାଙ୍କର ପ୍ରାପ୍ୟ ମିଳି ନଥାଏ । ଯାହା ପରେ ଲୋକମାନେ ଦାବି କରିବାକୁ ଲାଗିଲେ ଯେ ଭୁବନକୁ ତାଙ୍କର ଉଚିତ୍ ପ୍ରାପ୍ୟ ପ୍ରଦାନ କରାଯାଉ ।

5/9

ବଙ୍ଗଳା ଭାଷାରେ 'କାଚା ବାଦାମ' (Kacha Badam) ଗୀତର ମୂଳ ଗାୟକ ଭୁବନ ବଡୟାକର (Bhuban Badyakar) ଜଣେ ଚିନାବାଦାମ ବିକ୍ରେତା ଓ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେ ଏହି ଗୀତ ଗାଇ ନିଜର ଚିନାବାଦାମ ବିକ୍ରି କରନ୍ତି । ପରେ ଏହି ଗୀତ ଯୋଗୁଁ ଭୁବନଙ୍କ ଭାଗ୍ୟ ମଧ୍ୟ ବଦଳି ଯାଇଛି । 

6/9

ବାସ୍ତବରେ, ଏହି ଗୀତକୁ ରେକର୍ଡ କରିଥିବା ମ୍ୟୁଜିକ୍ କମ୍ପାନୀ ଭୁବନ (Bhuban Badyakar) ଙ୍କୁ ୩ ଲକ୍ଷ ଟଙ୍କାର ଚେକ୍ ଦେଇଛି ଓ ତାଙ୍କ ସହ ଏକ ନୂତନ ଚୁକ୍ତିନାମା ମଧ୍ୟ କରିଛି । କମ୍ପାନୀ ଏହା ମଧ୍ୟ କହିଛି ଯେ ଏଥିପାଇଁ ଭୁବନକୁ ଦେଢ଼଼ ଲକ୍ଷ ଟଙ୍କା ଦେଇସାରିଛି ।

7/9

'କଚା ବାଦାମ' ଗୀତ ହିଟ୍ ହେବା ପରେ ଭୁବନ ସେଲିବ୍ରିଟି ହୋଇଯାଇଛନ୍ତି ଓ ଲୋକମାନେ ତାଙ୍କ ସହ ଫଟୋ ଉଠାଉଛନ୍ତି, କେବଳ ଏତିକି ନୁହେଁ, ତାଙ୍କୁ ପଶ୍ଚିମ ବଙ୍ଗ ପୋଲିସ ମଧ୍ୟ ସମ୍ମାନିତ କରିଛି । ବଙ୍ଗଳା ପୋଲିସର ମହାନିର୍ଦ୍ଦେଶକ ମନୋଜ ମାଲବୀୟଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଭୁବନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ତାଙ୍କଠାରୁ 'କାଚା ବାଦାମ' ଶୁଣିଥିଲେ ଓ ପରେ ଏକ ଚାଦର ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସମ୍ମାନିତ କରିଥିଲେ ।

ଏହା ବି ପଢ଼ନ୍ତୁ:-ଏହି ୨ ଜଣଙ୍କୁ ମିଳିବ ବାପି ଲାହିରିଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଓ ସୁନା ଗହଣା

ଏହା ବି ପଢ଼ନ୍ତୁ:-ପାନ ଖାଇଲେ ବଢ଼ିଥାଏ ପୁରୁଷଙ୍କ ଯୌନ ଶକ୍ତି! ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଏହା ବି ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ପଞ୍ଜାବ ସିଏମ ଚନ୍ନି; ଜାଣନ୍ତୁ ତାଙ୍କର କେତୋଟି ରହିଛି କାର୍, କ'ଣ ରହିଛି ଶିକ୍ଷାଗତ ଯୋଗ୍ୟତା

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଦୂର କରିବା ପାଇଁ ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା, ତା’ପରେ ଦେଖନ୍ତୁ ଚମତ୍କାର!

 

8/9

ମ୍ୟୁଜିକ୍ କମ୍ପାନୀରୁ ମିଳିଥିବା ଟଙ୍କାକୁ ନେଇ ଭୁବନ ବହୁତ ଖୁସି ଅଛନ୍ତି । ତଥାପି, ୟୁଜର୍ସଙ୍କୁ ଏହି ଜିନିଷ ପସନ୍ଦ ଆସିନାହିଁ । ଲୋକମାନେ କୁହନ୍ତି ଯେ ଏହା ଭୁବନ ପ୍ରତି ଅନ୍ୟାୟ, ତାଙ୍କୁ ବୋକା ବନେଇ ଦିଆଯାଉଛି ଏବଂ ବହୁତ କମ୍ ଟଙ୍କା ଦିଆଯାଉଛି ।

9/9

ଏଠାରେ କହି ରଖୁଛୁ ଯେ, ଭୁବନ ବଡୟାକର (Bhuban Badyakar) ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାର ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ରାଜୋରୀ ଗାଁର ବାସିନ୍ଦା । ଏହି ଗୀତଟି ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି ଓ ସମସ୍ତେ ଏହି ଗୀତକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ।