'ଆଲ୍ଲା ହୁ ଆକବର' ନାରା ଲଗାଇଥିବା ଝିଅକୁ ସଲମାନ ଓ ଅମୀର ଦେଇଛନ୍ତି ୩ କୋଟି ଟଙ୍କା? ସାମ୍ନାକୁ ଆସିଲା ସତ
Advertisement
Article Detail0/zeeodisha/odisha1097520

'ଆଲ୍ଲା ହୁ ଆକବର' ନାରା ଲଗାଇଥିବା ଝିଅକୁ ସଲମାନ ଓ ଅମୀର ଦେଇଛନ୍ତି ୩ କୋଟି ଟଙ୍କା? ସାମ୍ନାକୁ ଆସିଲା ସତ

Karnataka Hijab Row: ଏହି ସମୟରେ ସୋସିଆଲ ମିଡିଆରେ କିଛି ପୋଷ୍ଟରେ ଦାବି କରାଯାଇଛି ଯେ ସଲମାନ ଖାନ (Salman Khan) ଓ ଅମୀର ଖାନ (Aamir Khan) ମୁସ୍କାନ ଖାନ (Muskaan Khan) ଙ୍କୁ ପୁରସ୍କାର ସ୍ୱରୂପ କୋଟି ଟଙ୍କା ଦେଇଛନ୍ତି । ଏଥିସହିତ ତୁର୍କୀ ସରକାର (Turkish Government) ମୁସ୍କାନଙ୍କୁ ପୁରସ୍କୃତ କରିଛନ୍ତି ବୋଲି ଦାବି କରାଯାଉଛି । ଏହି ପୋଷ୍ଟଗୁଡିକରେ କୁହାଯାଇଛି ଯେ ସଲମାନ ଓ ଅମୀର ଖାନ ମିଶି ମୁସ୍କାନ ଖାନଙ୍କୁ ୩ କୋଟି ଟଙ୍କା ଦେଇଥିବାବେଳେ ତୁର୍କୀ ସରକାର ତାଙ୍କୁ ୨ କୋଟି ଟଙ୍କା ଦେବେ ।

'ଆଲ୍ଲା ହୁ ଆକବର' ନାରା ଲଗାଇଥିବା ଝିଅକୁ ସଲମାନ ଓ ଅମୀର ଦେଇଛନ୍ତି ୩ କୋଟି ଟଙ୍କା? ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: Karnataka Hijab Row: ଆଜିକାଲି ସାରା ଦେଶରେ କର୍ଣ୍ଣାଟକର ହିଜାବ ବିବାଦ (Hijab Row) ଚର୍ଚ୍ଚାର ବିଷୟ ପାଲଟିଛି । ନିକଟ ଅତୀତରେ ମୁସ୍କାନ ଖାନ (Muskaan Khan) ନାମକ ଜଣେ ଝିଅଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ହିଜାବ ପିନ୍ଧି 'ଆଲ୍ଲା ହୁ ଆକବର'ର ନାରା ଦେଉଥିବାର ନଜର ଆସିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ମୁସ୍କାନଙ୍କ ପ୍ରଶଂସା କରିଥିଲେ ଓ ଅନେକ ଲୋକ ଏହାକୁ ଦୃଢ଼ ନିନ୍ଦା କରିଥିଲେ ।

ଏହି ସମୟରେ ସୋସିଆଲ ମିଡିଆରେ କିଛି ପୋଷ୍ଟରେ ଦାବି କରାଯାଇଛି ଯେ ସଲମାନ ଖାନ (Salman Khan) ଓ ଅମୀର ଖାନ (Aamir Khan) ମୁସ୍କାନ ଖାନ (Muskaan Khan) ଙ୍କୁ ପୁରସ୍କାର ସ୍ୱରୂପ କୋଟି ଟଙ୍କା ଦେଇଛନ୍ତି । ଏଥିସହିତ ତୁର୍କୀ ସରକାର (Turkish Government) ମୁସ୍କାନଙ୍କୁ ପୁରସ୍କୃତ କରିଛନ୍ତି ବୋଲି ଦାବି କରାଯାଉଛି । ଏହି ପୋଷ୍ଟଗୁଡିକରେ କୁହାଯାଇଛି ଯେ ସଲମାନ ଓ ଅମୀର ଖାନ ମିଶି ମୁସ୍କାନ ଖାନଙ୍କୁ ୩ କୋଟି ଟଙ୍କା ଦେଇଥିବାବେଳେ ତୁର୍କୀ ସରକାର ତାଙ୍କୁ ୨ କୋଟି ଟଙ୍କା ଦେବେ ।

ଅନ୍ୟପଟେ, KoiMoi ର ଏକ ରିପୋର୍ଟ ଅନୁଯାୟୀ ଫ୍ୟାକ୍ଟଲି ନିଜ ଅନୁସନ୍ଧାନରେ ଦାବି କରିଛି ଯେ ସୋସିଆଲ ମିଡିଆରେ ଚାଲିଥିବା ଏଭଳି ରିପୋର୍ଟ ମିଛ । ତୁର୍କୀ ସରକାର ଏଭଳି କୌଣସି ଆଧିକାରୀକ ବୟାନ ଦେଇନାହାଁନ୍ତି ଯେଉଁଥିରେ କୁହାଯାଇଛି ଯେ ମୁସ୍କାନ ଖାନଙ୍କୁ ପୁରସ୍କୃତ କରାଯିବ । ଏଥି ସହିତ ସଲମାନ ଖାନ ଓ ଅମୀର ଖାନଙ୍କ ପକ୍ଷରୁ ମୁସ୍କାନଙ୍କୁ ପୁରସ୍କୃତ କରିବାକୁ କୌଣସି ଆଧିକାରୀକ ବୟାନ ଆସିନାହିଁ । ଉଭୟ ଅଭିନେତା ଏପର୍ଯ୍ୟନ୍ତ ହିଜାବ ବିବାଦ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେଉଁ ବୟସରେ ବିବାହ କରିବା ଉଚିତ?

ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ସେହି କେଇପଦ କଥା, ଯାହା ଲେଖି ଦେଇଥିଲା ପୁଲୱାମା ପ୍ରତିଶୋଧର କାହାଣୀ

ଏହା ବି ପଢ଼ନ୍ତୁ:-ଦେଶର ଏପରି ୬ଟି ସ୍ଥାନ, ଯେଉଁଠାରେ ଭାରତୀୟଙ୍କୁ ମିଳି ନଥାଏ ଏଣ୍ଟ୍ରି; କେବଳ ଏମାନଙ୍କୁ ରହିଛି ପ୍ରବେଶ ଅନୁମତି

ଏଠାରେ କହି ରଖୁଛୁ ଯେ, କିଛି ଦିନ ପୂର୍ବେ କର୍ଣ୍ଣାଟକର ଏକ କଲେଜରେ ଛାତ୍ରଛାତ୍ରୀମାନେ ହିଜାବ ପିନ୍ଧିଥିବାରୁ ଶ୍ରେଣୀରେ ପ୍ରବେଶ ଦିଆଯାଇ ନଥିଲା । ଯାହା ପରେ ସ୍ଥିତି ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା । ଏହା ପରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ମୁସ୍କାନ ନାମକ ଜଣେ ଝିଅ ହିଜାବ ପିନ୍ଧିଥିବାର ଦେଖାଯାଇଥିଲା ଓ ତାଙ୍କ ପଛରେ ପୁଅମାନେ ଜୟ ଶ୍ରୀ ରାମଙ୍କ ନାରା ଦେବା ଆରମ୍ଭ କରିଥିଲେ । ଯାହା ପରେ ମୁସ୍କାନ ମଧ୍ୟ ଚୁପ୍ ରହି ନଥିଲେ । ସେ ଆଲ୍ଲା ହୁ ହୁ ଆକବରଙ୍କ ନାରା ଦେଇ ପୁଅ ଗୋଷ୍ଠୀକୁ ଏକ ଉପଯୁକ୍ତ ଜବାବ ମଧ୍ୟ ଦେଇଛନ୍ତି ।