ପୁଣି ଥାନାରେ ବର୍ଷା
Advertisement
Article Detail0/zeeodisha/odisha810498

ପୁଣି ଥାନାରେ ବର୍ଷା

ଭାଇରାଲ ଭିଡ଼ିଓ ପାଇଁ ତାଙ୍କ ସମ୍ମାନରେ ଆଞ୍ଚ ଆସିଥିବା ବର୍ଷା (Varsha Priyadarshaini) ଏତଲାରେ ଅଭିଯୋଗ କରିଛନ୍ତି।

ପୁଣି ଥାନାରେ ବର୍ଷା

ଜଗନ୍ନାଥ ପାତ୍ର, କଟକ: ପୁଣି ପୁରିଘାଟ ଥାନାର ଦ୍ୱାରସ୍ତ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଦୁଇଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାରରଲ ହୋଇଥିଲା। ଏହି ଭିଡ଼ିଓ ଭାଇରାଲକୁ ନେଇ ସେ ଏତଲା ଦେଇଛନ୍ତି। 

Also Read: ସୀମା ଲଙ୍ଘିଲା ଅନୁଭବ-ବର୍ଷା ବେଡରୁମ୍ କଳି!

ଭାଇରାଲ ଭିଡ଼ିଓ ପାଇଁ ତାଙ୍କ ସମ୍ମାନରେ ଆଞ୍ଚ ଆସିଥିବା ବର୍ଷା (Varsha Priyadarshaini) ଏତଲାରେ ଅଭିଯୋଗ କରିଛନ୍ତି। ବର୍ଷାଙ୍କ ବେଡରୁମ୍ ପାଖରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଏକ ନୂଆ ଭିଡିଓ ଭାଇରାଲ ହୋଇଥିଲା।ଏହି ଭିଡ଼ିଓଟି ଘର ବାହାରୁ ସୁଟିଂ କରାଯାଇଥିବା ଦେଖିବାକୁ ମିଳୁଛି। ଉକ୍ତ ଭିଡିଓରେ ଅନୁଭବ (Anubhav Mohanty) ରୁମ୍ ଭିତରକୁ ଯିବାକୁ ଅନୁମତି ମାଗୁଥିବା ଶୁଣିବାକୁ ମିଳୁଛି ଏବଂ  ବର୍ଷା ତାଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଛି। 

କେବଳ ଏତିକି ନୁହେଁ, ଭିଡିଓ (Viral Video) ରେ ଉଭୟ ପରସ୍ପରର ଚରିତ୍ର ଉପରେ ଦୋଷାରୋପ କରୁଥିବା ଦେଖାଯାଇଥିଲା। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାରେ ରହିଛି। ସେପଟେ ବର୍ଷାଙ୍କ ଏହି ମାମଲା ଆଧାରରରେ ତଦନ୍ତ ଚାଲୁଛି। ଯଦି ସେଭଳି କିଛି ପ୍ରମାଣ ମିଳେ ତେବେ ତାକୁ ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ଅତିରିକ୍ତ ଡିସିପି ତ୍ରୀନାଥ ମିଶ୍ର କହିଛନ୍ତି।

Also Read: 'ଅନୁଭବଙ୍କ ବାପା ଅସୁସ୍ଥତାର କାରଣ ବର୍ଷା ପ୍ରିୟଦର୍ଶିନୀ'

ସେପଟେ ଅନୁଭବଙ୍କ ବାପାଙ୍କର ଅସୁସ୍ଥାତା ପାଇଁ ବର୍ଷାଙ୍କୁ ଅନୁଭବ ଫ୍ୟାନ୍ସମାନେ ଦାୟୀ କରିଛନ୍ତି। ସେମାନେ ଚଣ୍ଡି ମନ୍ଦିରରେ ସମୂହ ଦୀପ ଦାନ କରିବା ସହ ବର୍ଷାଙ୍କ ସଦବୁଦ୍ଧି କାମନା କରିଛନ୍ତି। ଏପିରିକି ବର୍ଷାଙ୍କ ପାଇଁ ଅନୁଭବଙ୍କ ପରିବାରର ମାନସିକ ନିର୍ଯ୍ୟାତନା ପାଉଥିବା ସେମାନେ ଅଭିଯୋଗ କରିଛନ୍ତି।