'ଅନୁଭବଙ୍କ ବାପା ଅସୁସ୍ଥତାର କାରଣ ବର୍ଷା ପ୍ରିୟଦର୍ଶିନୀ'
Advertisement
Article Detail0/zeeodisha/odisha810494

'ଅନୁଭବଙ୍କ ବାପା ଅସୁସ୍ଥତାର କାରଣ ବର୍ଷା ପ୍ରିୟଦର୍ଶିନୀ'

ବର୍ଷାଙ୍କ ଯୋଗୁଁ ଅନୁଭବଙ୍କ ବାପା ଅସୁସ୍ଥ ରହୁଛନ୍ତି। ଏପିରିକି ଅନୁଭବଙ୍କ ପରିବାରର ମାନସିକ ନିର୍ଯ୍ୟାତନାର କାରଣ।

'ଅନୁଭବଙ୍କ ବାପା ଅସୁସ୍ଥତାର କାରଣ ବର୍ଷା ପ୍ରିୟଦର୍ଶିନୀ'

ଜଗନ୍ନାଥ ପାତ୍ର, କଟକ: ସାସଂଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀକୁ ନେଇ ବିବାଦ ଥମିବାର ନାଁ ଧରୁ ନାହିଁ। ପ୍ରତିଟି କଥାରେ ସୋସିଆଲ ମିଡିଆରେ ଭାଇରାଲ ଓ ବାରମ୍ୱାର ଥାନାରେ ଏତଲା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଇତି ମଧ୍ୟରେ ଅନୁଭବଙ୍କ ଫ୍ୟାନ୍ସ କ୍ଲବ ବର୍ଷାଙ୍କ ନାଁରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। 

ଗୁରୁବାର ଅନୁଭବଙ୍କ ସପକ୍ଷରେ ଅନୁଭବ ଫ୍ୟାନ କ୍ଲବ (Anubhav Mohanty fan club) ରାଜରାସ୍ତାକୁ ଓହ୍ଲାଇଛନ୍ତି। କଟକ ଚଣ୍ଡି ମନ୍ଦିର (Chandi Temple) ରେ ଅନୁଭବଙ୍କ ବାପାଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କରାଯାଇଥିଲା। ଏଥିସହ ବର୍ଷା (Varsha Priyadarshini) ଙ୍କ ସଦବୁଦ୍ଧି ନିମନ୍ତେ ଚଣ୍ଡି ମନ୍ଦିରରେ ଫ୍ୟନ କ୍ଲବ ସଦସ୍ୟ ପ୍ରାର୍ଥନା କରିଥିଲେ।

Also Read: ସୀମା ଲଙ୍ଘିଲା ଅନୁଭବ-ବର୍ଷା ବେଡରୁମ୍ କଳି!

ଅନୁଭବଙ୍କ ଫ୍ୟାନ୍ସମାନେ କିଛି ସମୟ ପାଇଁ ନିଜ ହାତରେ ଦୀପ ଧରି ଚଣ୍ଡି ମନ୍ଦିର ଆଗରେ ସମୂହ ପ୍ରାର୍ଥନା କରିଥିଲେ। ବର୍ଷାଙ୍କ ଯୋଗୁଁ  ଅନୁଭବଙ୍କ ବାପା ଅସୁସ୍ଥ ରହୁଛନ୍ତି। ଏପିରିକି ଅନୁଭବଙ୍କ  ପରିବାରର ମାନସିକ ନିର୍ଯ୍ୟାତନାର କାରଣ ବର୍ଷା ବୋଲି ଫ୍ୟାନ କ୍ଲବର ସଦସ୍ୟ ଅନୁରାଗ ମିଶ୍ର ଅଭିଯୋଗ କରିଛନ୍ତି।